କୋହଲିଙ୍କୁ ଅଚାନକ କ୍ଷମା ମାଗିଲେ ପନ୍ତ, ଭିଡିଓ ଭାଇରାଲ୍...

ନୂଆଦିଲ୍ଲୀ ୦୧/୧୦: ଭାରତ ଓ ବାଂଲାଦେଶ ମଧ୍ୟରେ ଖେଳାଚାଲିଛି ଦୁଇଟିକିଆ ସିରିଜ । ଟେଷ୍ଟର ଶେଷ ମୁକାବିଲା କାନପୁର ଗ୍ରୀନ ପାର୍କରେ ଖେଳାଯାଉଛି । ଏହି ମ୍ୟାଚ୍‌କୁ ନେଇ ଅନେକ ଗୁଡିଏ ଘଟଣା ସାମ୍ନାକୁ ଆସିଛି । ସୋସିଆଲ ମିଡିଆରେ ବି ବେଶ ଜୋରସୋରରେ ଭାଇରାଲ୍ ହେଉଛି ଏହି ଘଟଣା । ନିକଟରେ ଭାଇରାଲ ହୋଇଥିବା ଘଟଣାରେ ଦେଖିବାକୁ ମିଳିଥିଲା ଅଦ୍ଭୁତ ଦୃଶ୍ୟ । ଭିଡିଓରେ ପନ୍ତ କୋହଲିଙ୍କୁ କ୍ଷମା ମାଗୁଥିବା ଦେଖିବାକୁ ମିଳିଥିଲା । କେବଳ କ୍ଷମା ନୁହେଁ, ତାଙ୍କୁ କୁଣ୍ଢାଇ କିଛି କହୁଥିବା ବି ନଜର ଆସିଥିଲେ । କହିବାକୁ ଗଲେ ଭାରତର ପ୍ରଥମ ପାଳିରେ ୧୮ ଓଭର ଖେଳାହୋଇଥିଲା । ଯେଉଁଥିରେ ବିରାଟ ଖାଲିଦ ଅହମ୍ମଦଙ୍କ ବଲ୍‌ରେ ସଟ୍ ଲଗାଇବା ପରେ ରନ୍ ନେବାକୁ ବାହାରି ଆସିଥିଲେ । କିନ୍ତୁ ପନ୍ତଙ୍କ ସହ ତାଳମେଳ ଅଭାବରୁ ହୋଇପାରିନଥିଲା ସମ୍ଭବ । କିନ୍ତୁ ଏହାର ଫାଇଦା ଉଠାଇପାରିନଥିଲେ ବାଂଲାଦେଶୀ ପେସ ବୋଲର ଖାଲିଦ୍ । View this post on InstagramA post shared by JioCinema (@officialjiocinema)ଫଳରେ ଓ୍ୱିକେଟ ଉପରେ ନିଶାନା ଲଗାଇ ନପାରି ଖସିଯାଇଥିଲା ହାତରୁ । ଯେଉଁଥିପାଇଁ ବିରାଟ ରନ୍ ଆଉଟ୍ ହେଉ ହେଉ ରକ୍ଷା ପାଇଯାଇଥିଲେ । ସେପଟେ ବିରାଟ ପନ୍ତଙ୍କୁ ଅନାଇଥିଲେ । ହେଲେ ପନ୍ତ ହସି ହସି ସରି କହିବା ସହ କୋହଲିଙ୍କୁ କୁଣ୍ଢାଇପକାଥିଲେ । ବିରାଟ କୋହଲି ୩୫ ବଲ୍‌ରେ ୪୭ ରନ୍‌ର ଧୂଆଁଧାର ପାଳି ଖେଳିଥିଲେ । ଯେଉଁଥିରେ ୪ ଚୌକା

କୋହଲିଙ୍କୁ ଅଚାନକ କ୍ଷମା ମାଗିଲେ ପନ୍ତ, ଭିଡିଓ ଭାଇରାଲ୍...

ନୂଆଦିଲ୍ଲୀ ୦୧/୧୦: ଭାରତ ଓ ବାଂଲାଦେଶ ମଧ୍ୟରେ ଖେଳାଚାଲିଛି ଦୁଇଟିକିଆ ସିରିଜ । ଟେଷ୍ଟର ଶେଷ ମୁକାବିଲା କାନପୁର ଗ୍ରୀନ ପାର୍କରେ ଖେଳାଯାଉଛି । ଏହି ମ୍ୟାଚ୍‌କୁ ନେଇ ଅନେକ ଗୁଡିଏ ଘଟଣା ସାମ୍ନାକୁ ଆସିଛି । ସୋସିଆଲ ମିଡିଆରେ ବି ବେଶ ଜୋରସୋରରେ ଭାଇରାଲ୍ ହେଉଛି ଏହି ଘଟଣା । ନିକଟରେ ଭାଇରାଲ ହୋଇଥିବା ଘଟଣାରେ ଦେଖିବାକୁ ମିଳିଥିଲା ଅଦ୍ଭୁତ ଦୃଶ୍ୟ । 

ଭିଡିଓରେ ପନ୍ତ କୋହଲିଙ୍କୁ କ୍ଷମା ମାଗୁଥିବା ଦେଖିବାକୁ ମିଳିଥିଲା । କେବଳ କ୍ଷମା ନୁହେଁ, ତାଙ୍କୁ କୁଣ୍ଢାଇ କିଛି କହୁଥିବା ବି ନଜର ଆସିଥିଲେ । କହିବାକୁ ଗଲେ ଭାରତର ପ୍ରଥମ ପାଳିରେ ୧୮ ଓଭର ଖେଳାହୋଇଥିଲା । ଯେଉଁଥିରେ ବିରାଟ ଖାଲିଦ ଅହମ୍ମଦଙ୍କ ବଲ୍‌ରେ ସଟ୍ ଲଗାଇବା ପରେ ରନ୍ ନେବାକୁ ବାହାରି ଆସିଥିଲେ । କିନ୍ତୁ ପନ୍ତଙ୍କ ସହ ତାଳମେଳ ଅଭାବରୁ ହୋଇପାରିନଥିଲା ସମ୍ଭବ । କିନ୍ତୁ ଏହାର ଫାଇଦା ଉଠାଇପାରିନଥିଲେ ବାଂଲାଦେଶୀ ପେସ ବୋଲର ଖାଲିଦ୍ । 




ଫଳରେ ଓ୍ୱିକେଟ ଉପରେ ନିଶାନା ଲଗାଇ ନପାରି ଖସିଯାଇଥିଲା ହାତରୁ । ଯେଉଁଥିପାଇଁ ବିରାଟ ରନ୍ ଆଉଟ୍ ହେଉ ହେଉ ରକ୍ଷା ପାଇଯାଇଥିଲେ । ସେପଟେ ବିରାଟ ପନ୍ତଙ୍କୁ ଅନାଇଥିଲେ । ହେଲେ ପନ୍ତ ହସି ହସି ସରି କହିବା ସହ କୋହଲିଙ୍କୁ କୁଣ୍ଢାଇପକାଥିଲେ । ବିରାଟ କୋହଲି ୩୫ ବଲ୍‌ରେ ୪୭ ରନ୍‌ର ଧୂଆଁଧାର ପାଳି ଖେଳିଥିଲେ । 

ଯେଉଁଥିରେ ୪ ଚୌକା ଏବଂ ଗୋଟିଏ ଛକ୍କା ସାମିଲ ଥିଲା । କୋହଲି ସେହି ପାଳିରେ ୩୫ ରନ୍ କରିବା ପରେ ତାଙ୍କ ନାଁରେ କରିଥିଲେ ଗୋଟିଏ ଖାସ୍ ରେକର୍ଡ । ଅନ୍ତରାଷ୍ଟ୍ରୀୟ କ୍ରିକେଟରେ ସବୁଠୁ ଦ୍ରୁତତମ ୨୭ ହଜାର ରନ କରିଥିଲେ । ଏହି ମ୍ୟାଚରେ ବାଂଲାଦେଶୀ ଟିମ୍ ୨୩୩ ରନ୍ କରିଥିଲା । ସେହିଭଳି ଭାରତୀୟ ଟିମ୍ ୯ ଓ୍ୱିକେଟ ହରାଇ ୨୮୫ ରନ୍ କରି ନିଜର ପାଳି ଘୋଷଣା କରିଥିଲେ ।