କୋହଲିଙ୍କୁ ଦେଖି ଭୟ ଲାଗୁଛି, ଦ୍ୱିତୀୟ ଟେଷ୍ଟ ପୂର୍ବରୁ ଚିନ୍ତାରେ ଅଷ୍ଟ୍ରେଲିଆ
ନୂଆଦିଲ୍ଲୀ,୪।୧୨: ବର୍ଡର-ଗାଭାସ୍କର ଟ୍ରଫି ୨୦୨୪ର ବିଷୟ ଭାରତ ଅପେକ୍ଷା ଅଷ୍ଟ୍ରେଲିଆରେ ଅଧିକ ଆଲୋଚନା କରୁଛି। ପର୍ଥ ଟେଷ୍ଟରେ ଭାରତର ୨୯୫ ରନ ବିଜୟ ପରେ ଆଡିଲେଡରେ ହେବାକୁ ଥିବା ମ୍ୟାଚ ଉପରେ ସମସ୍ତଙ୍କ ନଜର ରହିଛି। ଏଠାରେ ଉଭୟ ଦଳ ପିଙ୍କ୍ ବଲ ସହିତ ଖେଳୁଥିବା ଦେଖିବାକୁ ମିଳିବ। ବିରାଟ କୋହଲିଙ୍କ ଫର୍ମ ମଧ୍ୟ କଙ୍ଗାରୁ ଦଳ ପାଇଁ ଚିନ୍ତାର ବିଷୟ ପାଲଟିଛି। ବର୍ତ୍ତମାନ ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ମାଇକେଲ କ୍ଲାର୍କ ସ୍ପଷ୍ଟ ଭାବେ କହିଛନ୍ତି, ପ୍ରଥମ […] The post କୋହଲିଙ୍କୁ ଦେଖି ଭୟ ଲାଗୁଛି, ଦ୍ୱିତୀୟ ଟେଷ୍ଟ ପୂର୍ବରୁ ଚିନ୍ତାରେ ଅଷ୍ଟ୍ରେଲିଆ appeared first on Dharitri Odia News.
ନୂଆଦିଲ୍ଲୀ,୪।୧୨: ବର୍ଡର-ଗାଭାସ୍କର ଟ୍ରଫି ୨୦୨୪ର ବିଷୟ ଭାରତ ଅପେକ୍ଷା ଅଷ୍ଟ୍ରେଲିଆରେ ଅଧିକ ଆଲୋଚନା କରୁଛି। ପର୍ଥ ଟେଷ୍ଟରେ ଭାରତର ୨୯୫ ରନ ବିଜୟ ପରେ ଆଡିଲେଡରେ ହେବାକୁ ଥିବା ମ୍ୟାଚ ଉପରେ ସମସ୍ତଙ୍କ ନଜର ରହିଛି। ଏଠାରେ ଉଭୟ ଦଳ ପିଙ୍କ୍ ବଲ ସହିତ ଖେଳୁଥିବା ଦେଖିବାକୁ ମିଳିବ। ବିରାଟ କୋହଲିଙ୍କ ଫର୍ମ ମଧ୍ୟ କଙ୍ଗାରୁ ଦଳ ପାଇଁ ଚିନ୍ତାର ବିଷୟ ପାଲଟିଛି। ବର୍ତ୍ତମାନ ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ମାଇକେଲ କ୍ଲାର୍କ ସ୍ପଷ୍ଟ ଭାବେ କହିଛନ୍ତି, ପ୍ରଥମ ଟେଷ୍ଟରେ କୋହଲିଙ୍କ ଶତକ ତାଙ୍କ ଭିତରେ ଭୟର ଭାବନା ସୃଷ୍ଟି କରୁଛି।
ଅଷ୍ଟ୍ରେଲିଆର ଏକ ପୋଡକାଷ୍ଟରେ ମାଇକେଲ କ୍ଲାର୍କଙ୍କୁ ପଚରାଯାଇଥିଲା ଯେ ତାଙ୍କ ଅନୁଯାୟୀ,ବର୍ଡର-ଗାଭାସ୍କର ଟ୍ରଫି ୨୦୨୪ର ଦ୍ୱିତୀୟ ଟେଷ୍ଟରେ ଭାରତ ପାଇଁ ସର୍ବାଧିକ ରନ ସ୍କୋରର୍ କିଏ ହେବ? ଏହାର ଜବାବରେ କ୍ଲାର୍କ କହିଛନ୍ତି, ପ୍ରଥମ ଟେଷ୍ଟରେ ବିରାଟ କୋହଲିଙ୍କ ଶତକ କଥା ମନେ ପଡିଲେ ଭୟ ଲାଗୁଛି। ଆଡିଲେଡରେ ଭାରତ ପାଇଁ ବିରାଟ ଟପ ରନ ସ୍କୋରର ହେବେ।
୨୦୨୪ରେ ବିରାଟ କୋହଲି ଏତେ ସଂଘର୍ଷ କରୁଥିଲେ, ପୁରା ବର୍ଷରେ ସେ ୧୨ ଟେଷ୍ଟ ଇନିଂସରେ ମାତ୍ର ୨୫୦ ରନ ସ୍କୋର କରିଥିଲେ। ସେ ପର୍ଥ ଟେଷ୍ଟର ଦ୍ୱିତୀୟ ଇନିଂସରେ ଅପରାଜିତ ୧୦୦ ରନ ସ୍କୋର କରି ଚର୍ଚ୍ଚାକୁ ଆସିଥିଲେ।
The post କୋହଲିଙ୍କୁ ଦେଖି ଭୟ ଲାଗୁଛି, ଦ୍ୱିତୀୟ ଟେଷ୍ଟ ପୂର୍ବରୁ ଚିନ୍ତାରେ ଅଷ୍ଟ୍ରେଲିଆ appeared first on Dharitri Odia News.