କୋହଲିଙ୍କୁ ନେଇ ଏ କ’ଣ କହିଦେଲେ ବୁମ୍ରା, ଯାହାକୁ ନେଇ…
ନୂଆଦିଲ୍ଲୀ,୨୧।୧୧: ରୋହିତ ଶର୍ମାଙ୍କ ଅନୁପସ୍ଥିତିରେ ଜସପ୍ରୀତ ବୁମ୍ରା ବର୍ଡର-ଗାଭାସ୍କର ଟ୍ରଫିର ପ୍ରଥମ ମ୍ୟାଚରେ ଟିମ ଇଣ୍ଡିଆର ଦାୟିତ୍ୱ ଗ୍ରହଣ କରିବେ। ଏହି ସମୟରେ ଏକ ଖବରଦତା ସମ୍ମିଳନୀରେ ବିରାଟ କୋହଲିଙ୍କ ବିଷୟରେ ବୁମରା ଗୁରୁତ୍ୱପୂର୍ଣ୍ଣ କଥା କହିଛନ୍ତି। ଏହା ବ୍ୟତୀତ ଦଳ ସିରିଜ ପାଇଁ ପ୍ରସ୍ତୁତ ବୋଲି ବୁମରା କହିଛନ୍ତି। ମ୍ୟାଚ ପ୍ରସ୍ତୁତି ସମ୍ପର୍କରେ ବୁମ୍ରା କହିଛନ୍ତି, ଆମେ ପ୍ରସ୍ତୁତ। ଆମେ ପ୍ରଥମେ ଆସିଲୁ ଏବଂ ଓ୍ବାକାରେରେ ତାଲିମ ନେଇଥିଲୁ। ଯେତେବେଳେ ଆମେ ଏଠାକୁ ପ୍ରଥମ ଥର […] The post କୋହଲିଙ୍କୁ ନେଇ ଏ କ’ଣ କହିଦେଲେ ବୁମ୍ରା, ଯାହାକୁ ନେଇ… appeared first on Dharitri Odia News.
ନୂଆଦିଲ୍ଲୀ,୨୧।୧୧: ରୋହିତ ଶର୍ମାଙ୍କ ଅନୁପସ୍ଥିତିରେ ଜସପ୍ରୀତ ବୁମ୍ରା ବର୍ଡର-ଗାଭାସ୍କର ଟ୍ରଫିର ପ୍ରଥମ ମ୍ୟାଚରେ ଟିମ ଇଣ୍ଡିଆର ଦାୟିତ୍ୱ ଗ୍ରହଣ କରିବେ। ଏହି ସମୟରେ ଏକ ଖବରଦତା ସମ୍ମିଳନୀରେ ବିରାଟ କୋହଲିଙ୍କ ବିଷୟରେ ବୁମରା ଗୁରୁତ୍ୱପୂର୍ଣ୍ଣ କଥା କହିଛନ୍ତି। ଏହା ବ୍ୟତୀତ ଦଳ ସିରିଜ ପାଇଁ ପ୍ରସ୍ତୁତ ବୋଲି ବୁମରା କହିଛନ୍ତି।
ମ୍ୟାଚ ପ୍ରସ୍ତୁତି ସମ୍ପର୍କରେ ବୁମ୍ରା କହିଛନ୍ତି, ଆମେ ପ୍ରସ୍ତୁତ। ଆମେ ପ୍ରଥମେ ଆସିଲୁ ଏବଂ ଓ୍ବାକାରେରେ ତାଲିମ ନେଇଥିଲୁ। ଯେତେବେଳେ ଆମେ ଏଠାକୁ ପ୍ରଥମ ଥର ଆସିଥିଲୁ, ଆମେ ଭଲ ପ୍ରଦର୍ଶନ କରିଥିଲୁ, ତେଣୁ ଦାୟିତ୍ୱ ମଧ୍ୟ ଯୁବପିଢିଙ୍କ ଉପରେ ରହିଛି।
ଏହା ବ୍ୟତୀତ ବୁମ୍ରା ବିରାଟ କୋହଲିଙ୍କ ବିଷୟରେ କହିଛନ୍ତି, ବିରାଟ କୋହଲିଙ୍କୁ ମୋର କୌଣସି ଇନପୁଟ ଦେବାର ଆବଶ୍ୟକତା ନାହିଁ। ମୁଁ ତାଙ୍କ ଅଧିନାୟକତ୍ୱରେ ଡେବ୍ୟୁ କରିଥିଲି। ଏକ ସିରିଜ ଉପର ତଳ ହୋଇପାରେ, କିନ୍ତୁ ସେ ଆତ୍ମବିଶ୍ୱାସୀ।
ତା’ପରେ ବୁମ୍ରା ଅଧିନାୟକତ୍ୱ ବିଷୟରେ କହିଛନ୍ତି, ଯେତେବେଳେ ମୁଁ ଏଠାକୁ ଆସିଥିଲି, ସେତେବେଳେ କୋଚ ଏବଂ ମ୍ୟାନେଜମେଣ୍ଟ ମୋତେ ସ୍ପଷ୍ଟ କରିଥିଲେ ଯେ ମୁଁ ଦଳର ନେତୃତ୍ୱ ନେବି। ମୁଁ ସେହି ଦାୟିତ୍ୱ ପାଇଁ ଉତ୍ସାହିତ ଅଟେ। ମୁଁ ଏହା ମଧ୍ୟ କରିସାରିଛି ।
The post କୋହଲିଙ୍କୁ ନେଇ ଏ କ’ଣ କହିଦେଲେ ବୁମ୍ରା, ଯାହାକୁ ନେଇ… appeared first on Dharitri Odia News.