କୋହଳ ହେଲା ବିସିସିଆଇ: ୪୫ ଦିନିଆ ବିଦେଶ ଗସ୍ତରେ ସ୍ତ୍ରୀଙ୍କୁ ୧୪ ଦିନ ପାଖରେ ରଖିବାକୁ ଅନୁମତି
କନକ ବ୍ୟୁରୋ : କୋଚ ଓ ଖେଳାଳିଙ୍କ ପାଇଁ ସାମାନ୍ୟ ନିୟମ କୋହଳ କରିଛି ବିସିସିଆଇ । ବିଦେଶ ଗସ୍ତରେ ପତ୍ନୀଙ୍କୁ ନିଜ ପାଖରେ ରଖିବାକୁ ମିଳିଛି ଅନୁମତି । ୪୫ ଦିନିଆ ବିଦେଶ ଗସ୍ତରେ ଖେଳାଳିମାନେ ୧୪ଦିନ ପାଇଁ ନିଜ ସ୍ତ୍ରୀଙ୍କୁ ପାଖରେ ରଖିପାରିବେ । ସେହିପରି ଛୋଟ ଟୁରରେ ୭ଦିନ ପତ୍ନୀ କିମ୍ବା ଗର୍ଲଫ୍ରେଣ୍ଡଙ୍କୁ ପାଖରେ ରଖିବାକୁ ଅନୁମତି ମିଳିଛି । ତେବେ ଏପରି ନିଷ୍ପତ୍ତି ଭାରତୀୟ ଦଳର ହେଡ୍ କୋଚ୍ ଗୌତମ ଗମ୍ଭୀରଙ୍କୁ ପଚାରି ନିଆଯାଇଥିବା ଜଣାପଡ଼ିଛି । ଟିମ୍ ରିଭ୍ୟୁ ମିଟିଂରେ ଖେଳାଳିଙ୍କୁ ବିଶୃଙ୍ଖଳିତ କହିଥିଲେ ଗୌତମ । ଡ୍ରେସିଂ ରୁମ୍ରେ ଅନୁଶାସନ ନାହିଁ । ଯାହା ଖେଳାଳିଙ୍କ ପ୍ରଦର୍ଶନ ପାଇଁ ଜରୁରୀ ବୋଲି ଗମ୍ଭୀର କହିଥିଲେ । ଅନ୍ୟପଟେ ଖେଳାଳିଙ୍କୁ ତୁରନ୍ତ ମ୍ୟାଚ ଫି ନବାଣ୍ଟିବାକୁ ମଧ୍ୟ ପ୍ରସ୍ତାବ ଦିଆଯାଇଥିବା ଜଣାପଡ଼ିଛି । ମ୍ୟାଚ୍ ଫି ବାଣ୍ଟିବା ପୂର୍ବରୁ ସେମାନଙ୍କ ପ୍ରଦର୍ଶନ ଦେଖିବା ଉଚିତ ବୋଲି ବିସିସିଆଇ ରିଭ୍ୟୁ ମିଟିଂରେ ଜଣେ ବରିଷ୍ଠ ଖେଳାଳି କହିଥିବା ଜଣାପଡ଼ିଛି । ସେହିପରି ଅଷ୍ଟ୍ରେଲିଆରେ ଥିବା ସମୟରେ ଖେଳାଳିମାନେ ଦଳଗତ ବଦଳରେ ଗୋଷ୍ଠୀ ଭାବେ ବାହାରକୁ ଯାଉଥିବା ଦେଖିବାକୁ ମିଳିଥିଲା । ଯାହା ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀରଙ୍କୁ ପସନ୍ଦ ଆସିନଥିଲା । ଅନ୍ୟପଟେ ବିଜିଟିରେ ପରାଜୟ ପରେ ବିସିସିଆଇ ଖେଳାଳି ତଥା କୋଚ୍ଙ୍କ ପାଇଁ କଠୋର ହୋଇଛି ।