କ୍ରସ୍ ଭୋଟିଂ କରିଥିବା ୬ କଂଗ୍ରେସ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କଲେ ହିମାଚଳ ବାଚସ୍ପତି

ସିମଲା: ହିମାଚଳ ପ୍ରଦେଶ ବିଧାନସଭା ବାଚସ୍ପତି କୁଲଦୀପ ସିଂହ ପଠାନିଆ ଗୁରୁବାର ୬ ଜଣ କଂଗ୍ରେସ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରିଛନ୍ତି। ରାଜ୍ୟର ଏକମାତ୍ର ରାଜ୍ୟସଭା ଆସନ ପାଇଁ ନିକଟରେ ଅନୁଷ୍ଠିତ ନିର୍ବାଚନରେ ଏହି ବିଧାୟକମାନେ ବିଜେପି ପ୍ରାର୍ଥୀ ସପକ୍ଷରେ ‘କ୍ରସ୍-ଭୋଟିଂ’ କରିଥିଲେ। ସେମାନେ ବିଧାନସଭାରେ ଅର୍ଥ ବିଲ୍ ନେଇ ସରକାରଙ୍କ ସପକ୍ଷରେ ଭୋଟ ଦେବା ପାଇଁ ଦଳୀୟ ହ୍ବିପକୁ ବି ଅଣଦେଖା କରିଥିଲେ। ଏହା ସେମାନଙ୍କୁ ଅଯୋଗ୍ୟ ଘୋଷିତ କରିବାର କାରଣ ବୋଲି କୁହାଯାଉଛି। ଅଯୋଗ୍ୟ […]

କ୍ରସ୍ ଭୋଟିଂ କରିଥିବା ୬ କଂଗ୍ରେସ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କଲେ ହିମାଚଳ ବାଚସ୍ପତି
Untitled 1 57

ସିମଲା: ହିମାଚଳ ପ୍ରଦେଶ ବିଧାନସଭା ବାଚସ୍ପତି କୁଲଦୀପ ସିଂହ ପଠାନିଆ ଗୁରୁବାର ୬ ଜଣ କଂଗ୍ରେସ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରିଛନ୍ତି। ରାଜ୍ୟର ଏକମାତ୍ର ରାଜ୍ୟସଭା ଆସନ ପାଇଁ ନିକଟରେ ଅନୁଷ୍ଠିତ ନିର୍ବାଚନରେ ଏହି ବିଧାୟକମାନେ ବିଜେପି ପ୍ରାର୍ଥୀ ସପକ୍ଷରେ ‘କ୍ରସ୍-ଭୋଟିଂ’ କରିଥିଲେ। ସେମାନେ ବିଧାନସଭାରେ ଅର୍ଥ ବିଲ୍ ନେଇ ସରକାରଙ୍କ ସପକ୍ଷରେ ଭୋଟ ଦେବା ପାଇଁ ଦଳୀୟ ହ୍ବିପକୁ ବି ଅଣଦେଖା କରିଥିଲେ। ଏହା ସେମାନଙ୍କୁ ଅଯୋଗ୍ୟ ଘୋଷିତ କରିବାର କାରଣ ବୋଲି କୁହାଯାଉଛି।

ଅଯୋଗ୍ୟ ଘୋଷିତ କଂଗ୍ରେସ ବିଧାୟକଙ୍କ ମଧ୍ୟରେ ରାଜେନ୍ଦ୍ର ରାଣା, ସୁଧୀର ଶର୍ମା, ଇନ୍ଦ୍ରଦତ୍ତ ଲଖନପାଲ, ଦେବେନ୍ଦ୍ର କୁମାର ଭୁଟ୍ଟୋ, ରବି ଠାକୁର ଏବଂ ଚୈତନ୍ୟ ଶର୍ମା ଅଛନ୍ତି।

ଏପଟେ ମୁଖ୍ୟମନ୍ତ୍ରୀ ସୁଖୁଙ୍କ ଦ୍ବାରା ଆହୂତ ବୈଠକ ଜାରି ରହିଥିବା ବେଳେ ଅନ୍ୟପଟେ ହିମାଚଳ ପ୍ରଦେଶ ବିଧାନସଭା ବାଚସ୍ପତି ପଠାନିଆ ୬ ଜଣ ବିଦ୍ରୋହୀ କଂଗ୍ରେସ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରିଛନ୍ତି । ବାଚସ୍ପତି ବୁଧବାର ଏହି ବିଧାୟକମାନଙ୍କ ଅଯୋଗ୍ୟତା ଉପରେ ନିଜ ରାୟ ସଂରକ୍ଷିତ ରଖିଥିଲେ।