କ୍ରାଇମବ୍ରାଞ୍ଚ ଆଇଜିଙ୍କ ଚିଠି, ଦୁଷ୍କର୍ମ ଓ ହତ୍ୟା ମାମଲାରେ ପୋଷ୍ଟମର୍ଟମ ରିପୋର୍ଟ ଦେବାକୁ ଲାଗିଲା ବର୍ଷେ
ଭୁବନେଶ୍ବର: ଜଣେ ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ମୃତଦେହ ବ୍ୟବଚ୍ଛେଦ ରିପୋର୍ଟ ଦେବାକୁ ଗୋଟିଏ ବର୍ଷ ଲାଗିଛି। ବିଭାଗୀୟ ଡାକ୍ତର ପୁଲିସକୁ ଗୋଟିଏ ବର୍ଷ ପରେ ମୃତଦେହ ବ୍ୟବଚ୍ଛେଦ ରିପୋର୍ଟ ପ୍ରଦାନ କରିଛନ୍ତି। ବିଳମ୍ବିତ ରିପୋର୍ଟକୁ ନେଇ ସ୍ବାସ୍ଥ୍ୟ ସଚିବଙ୍କୁ କ୍ରାଇମବ୍ରାଞ୍ଚ ଆଇଜି ଚିଠି ଲେଖିଛନ୍ତି। ଦୁଷ୍କର୍ମ ଓ ହତ୍ୟା ମାମଲାରେ ମୃତଦେହ ବ୍ୟବଚ୍ଛେଦ ରିପୋର୍ଟ ବିଳମ୍ବରେ ପ୍ରଦାନ କରିଥିବା ଡାକ୍ତରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ଲେଖିଥିବା ଚିଠିରେ ନିବେଦନ କରିଛନ୍ତି। ମୟୂରଭଞ୍ଜର […]

ଭୁବନେଶ୍ବର: ଜଣେ ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ମୃତଦେହ ବ୍ୟବଚ୍ଛେଦ ରିପୋର୍ଟ ଦେବାକୁ ଗୋଟିଏ ବର୍ଷ ଲାଗିଛି। ବିଭାଗୀୟ ଡାକ୍ତର ପୁଲିସକୁ ଗୋଟିଏ ବର୍ଷ ପରେ ମୃତଦେହ ବ୍ୟବଚ୍ଛେଦ ରିପୋର୍ଟ ପ୍ରଦାନ କରିଛନ୍ତି। ବିଳମ୍ବିତ ରିପୋର୍ଟକୁ ନେଇ ସ୍ବାସ୍ଥ୍ୟ ସଚିବଙ୍କୁ କ୍ରାଇମବ୍ରାଞ୍ଚ ଆଇଜି ଚିଠି ଲେଖିଛନ୍ତି। ଦୁଷ୍କର୍ମ ଓ ହତ୍ୟା ମାମଲାରେ ମୃତଦେହ ବ୍ୟବଚ୍ଛେଦ ରିପୋର୍ଟ ବିଳମ୍ବରେ ପ୍ରଦାନ କରିଥିବା ଡାକ୍ତରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ଲେଖିଥିବା ଚିଠିରେ ନିବେଦନ କରିଛନ୍ତି।
ମୟୂରଭଞ୍ଜର ଏକ ଦୁଷ୍କର୍ମ ଓ ହତ୍ୟାର ବ୍ୟବଚ୍ଛେଦ ରିପୋର୍ଟକୁ ନେଇ ସ୍ବାସ୍ଥ୍ୟ ସଚିବଙ୍କୁ ଲେଖାଯାଇଥିବା ଚିଠିରେ ଉଲ୍ଲେଖ କରାଯାଇଛି ଯେ ୦୩.୧୦.୨୦୨୨ରେ ଘଟଣା ଘଟିଥିଲା ଏବଂ ୨୦.୦୯.୨୦୨୩ରେ ବ୍ୟବଚ୍ଛେଦ ରିପୋର୍ଟ ମିଳିଲା। ଡାକ୍ତରଙ୍କ ଅବହେଳା ଯୋଗୁ ତଦନ୍ତ କିଭଳି ହେବ ବୋଲି କ୍ରାଇମବ୍ରାଞ୍ଚ ଆଇଜି ପ୍ରଶ୍ନ ଉଠାଇଛନ୍ତି। ବର୍ଷେ ତଦନ୍ତ ଅଟକି ଯିବାରୁ ତଥ୍ୟ ଓ ପ୍ରମାଣ ନଷ୍ଟ ହୋଇଯାଇଥିବା ଆଶଙ୍କା କରାଯାଉଛି। ଅପରପକ୍ଷରେ ଡାକ୍ତର ବ୍ୟବଚ୍ଛେଦ ରିପୋର୍ଟ ଦେବାରେ କାହିଁକି ବିଳମ୍ବ ହେଲା ତାହାର ତଦନ୍ତ ହେବ ବୋଲି ମୟୂରଭଞ୍ଜ ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ ପ୍ରକାଶ କରିଛନ୍ତି।