କ୍ରାଇମବ୍ରାଞ୍ଚ କବଜାରେ ୨ ନକଲି ED ଅଧିକାରୀ, ୩ ଶହ ସରକାରୀ ଅଧିକାରୀଙ୍କଠୁ କରିଥିଲେ ଠକେଇ

ନିଜକୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ-ED ଅଧିକାରୀ ପରିଚୟ ଦେଇ ଲୋକଙ୍କୁ ଠକିଛନ୍ତି ଦୁଇ ଭାଇ।

କ୍ରାଇମବ୍ରାଞ୍ଚ କବଜାରେ ୨ ନକଲି ED ଅଧିକାରୀ, ୩ ଶହ ସରକାରୀ ଅଧିକାରୀଙ୍କଠୁ କରିଥିଲେ ଠକେଇ

କ୍ରାଇମବ୍ରାଞ୍ଚ କବଜାରେ ନକଲି ଇଡି ଅଧିକାରୀ। ନିଜକୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ-ED ଅଧିକାରୀ ପରିଚୟ ଦେଇ ଲୋକଙ୍କୁ ଠକିଛନ୍ତି ଦୁଇ ଭାଇ। ଏମିତି କିଛି ଅଭିଯୋଗରେ ବନ୍ଧା ହୋଇଛନ୍ତି ଢେଙ୍କାନାଳର ଦୁଇ ଭାଇ ତାରିଣୀସେନ ଓ ବ୍ରହ୍ମଶଙ୍କର ମହାପାତ୍ର। ଅଭିଯୋଗ ଅନୁସାରେ ଅଭିଯୁକ୍ତ ଦୁଇ ଭାଇ ନିଜକୁ ଇଡି ଅଫିସର୍ କହି ୩ ଶହ ସରକାରୀ ଅଧିକାରୀଙ୍କଠାରୁ ଲକ୍ଷାଧିକ ଟଙ୍କା ଠକିଛନ୍ତି। ରାଜ୍ୟ ଓ ରାଜ୍ୟ ବାହାରେ ଯେଉଁଠି ଇଡି ରେଡ୍ ହେଉଥିଲା ସେଠି ଏମାନେ ପହଞ୍ଚି ଯାଉଥିଲେ। ସରକାରୀ ଅଧିକାରୀ କିମ୍ବା ଯେଉଁ ଲୋକଙ୍କ ଘରେ ଇଡି ରେଡ୍ ହେଉଥିଲା ଏମାନେ ମିଛ ଯାଞ୍ଚ କରୁଥିଲେ। ମିଛ କେସର ଧମକଚମକ ଦେଇ ସେମାନଙ୍କଠାରୁ ଟଙ୍କା ଆଦାୟ କରୁଥିଲେ।

ଛତ୍ରପୁର ଉପଜିଲ୍ଲାପାଳ ଦେବଦତ୍ତ ମହନ୍ତଙ୍କ ଅଭିଯୋଗ ପରେ ଏମାନଙ୍କ ବିରୋଧରେ ତଦନ୍ତ କରିଥିଲା କ୍ରାଇମବ୍ରାଞ୍ଚ। ଝାଡ଼ଖଣ୍ଡ ରାଞ୍ଚିରେ ଏମାନେ ରହୁଥିଲେ, କାହାକୁ ସନ୍ଦେହ ଯେପରି ହେବନି ସେଥିପାଇଁ ଏକ NGO ଚଲାଇଥିଲେ। ଏମାନଙ୍କୁ ଗିରଫ କରିବା ପରେ ୧୬ ଲକ୍ଷରୁ ଅଧିକ ଟଙ୍କାର ଟ୍ରାଞ୍ଜକ୍ସନ୍‌ ହୋଇଥିବା ଜାଣିବାକୁ ପାଇଛି ପୋଲିସ। ଦୁଇ ଅଭିଯୁକ୍ତଙ୍କ ପାଖରୁ ବ୍ୟାଙ୍କ୍ ପାସବୁକ୍‌, ମିଛ ଇଡି ପରିଚୟ ପତ୍ର, ୧୭ଟି ଏଟିଏମ କାର୍ଡ ଜବତ କରାଯାଇଛି। ଢେଙ୍କାନାଳରେ ଅନେକ ଧାର କରଜ ହେବା ପରେ ଲୋକଙ୍କୁ ଠକିବା ସହଜ ଉପାୟ ଭାବେ ଦୁଇ ଭାଇ ଆରମ୍ଭ କରିଥିଲେ ଏଭଳି ଯୋଜନା।