କ୍ରାଇମ୍‌ ସିନ୍‌ରେ ରହିଛି ଏକାଧିକ ଲୋକଙ୍କ ଫୁଟ୍‌ପ୍ରିଣ୍ଟ, ସିବିଆଇର ଷ୍ଟାଟସ୍‌ ରିପୋର୍ଟରେ ସାଙ୍ଘାତିକ ଖୁଲାସା

ନୂଆଦିଲ୍ଲୀ,୨୨।୮: କୋଲକାତା ବଳାତ୍କାର ଓ ହତ୍ୟା ମାମଲାରେ ସୁପ୍ରିମକୋର୍ଟରେ ସିବିଆଇ ଷ୍ଟାଟସ ରିପୋର୍ଟ ଦାଖଲ କରିଛି। ଅନୁସନ୍ଧାନକାରୀ ସଂସ୍ଥା ଏକ ସିଲ ବନ୍ଦ ଲଫାପାରେ ରିପୋର୍ଟ ଦାଖଲ କରିଛି। ଷ୍ଟାଟସ ରିପୋର୍ଟରେ କୋଲକାତା ପୋଲିସର ଅବହେଳା ବିଷୟରେ ସିବିଆଇ ଉଲ୍ଲେଖ କରିଛି। ସନ୍ଦେହ ଆଧାରରେ ସିବିଆଇ ଯେଉଁମାନଙ୍କୁ ପଚରାଉଚରା କରିଛି ସେମାନଙ୍କ ବିବରଣୀ ମଧ୍ୟ ରିପୋର୍ଟରେ ଦେଇଛି। ଘଟଣା ସ୍ଥଳ ସୁରକ୍ଷିତ ନ ଥିବା ସିବିଆଇ ରିପୋର୍ଟରେ କହିଛି। କୋଲକାତା ପୋଲିସ ଯାଞ୍ଚବେଳେ ବେଶୀ ଅବହେଳା କରିଥିବା […] The post କ୍ରାଇମ୍‌ ସିନ୍‌ରେ ରହିଛି ଏକାଧିକ ଲୋକଙ୍କ ଫୁଟ୍‌ପ୍ରିଣ୍ଟ, ସିବିଆଇର ଷ୍ଟାଟସ୍‌ ରିପୋର୍ଟରେ ସାଙ୍ଘାତିକ ଖୁଲାସା appeared first on Dharitri Odia News.

କ୍ରାଇମ୍‌ ସିନ୍‌ରେ ରହିଛି ଏକାଧିକ ଲୋକଙ୍କ ଫୁଟ୍‌ପ୍ରିଣ୍ଟ, ସିବିଆଇର ଷ୍ଟାଟସ୍‌ ରିପୋର୍ଟରେ ସାଙ୍ଘାତିକ ଖୁଲାସା

ନୂଆଦିଲ୍ଲୀ,୨୨।୮: କୋଲକାତା ବଳାତ୍କାର ଓ ହତ୍ୟା ମାମଲାରେ ସୁପ୍ରିମକୋର୍ଟରେ ସିବିଆଇ ଷ୍ଟାଟସ ରିପୋର୍ଟ ଦାଖଲ କରିଛି। ଅନୁସନ୍ଧାନକାରୀ ସଂସ୍ଥା ଏକ ସିଲ ବନ୍ଦ ଲଫାପାରେ ରିପୋର୍ଟ ଦାଖଲ କରିଛି। ଷ୍ଟାଟସ ରିପୋର୍ଟରେ କୋଲକାତା ପୋଲିସର ଅବହେଳା ବିଷୟରେ ସିବିଆଇ ଉଲ୍ଲେଖ କରିଛି। ସନ୍ଦେହ ଆଧାରରେ ସିବିଆଇ ଯେଉଁମାନଙ୍କୁ ପଚରାଉଚରା କରିଛି ସେମାନଙ୍କ ବିବରଣୀ ମଧ୍ୟ ରିପୋର୍ଟରେ ଦେଇଛି। ଘଟଣା ସ୍ଥଳ ସୁରକ୍ଷିତ ନ ଥିବା ସିବିଆଇ ରିପୋର୍ଟରେ କହିଛି। କୋଲକାତା ପୋଲିସ ଯାଞ୍ଚବେଳେ ବେଶୀ ଅବହେଳା କରିଥିବା କୁହାଯାଇଛି।

ଗତ କିଛିଦିନ ମଧ୍ୟରେ ସିବିଆଇ କ୍ରମାଗତ ଭାବେ ଡାକ୍ତର ହତ୍ୟା-ବଳାତ୍କାର ମାମଲାରେ ଅଭିଯୁକ୍ତ ସଞ୍ଜୟ ରୟ ଏବଂ ମେଡିକାଲ କଲେଜର ପୂର୍ବତନ ପ୍ରିନ୍ସିପାଲ ସନ୍ଦୀପ ଘୋଷଙ୍କୁ ପଚରାଉଚରା କରିଥିଲା। ଏହି ଘଟଣାରେ କେବଳ ସଞ୍ଜୟ ରୟ ସମ୍ପୃକ୍ତ ଅଛନ୍ତି ନା ସେଠାରେ ଆହୁରି ଅଧିକ ଅଭିଯୁକ୍ତ ଅଛନ୍ତି ସିବିଆଇ ଅନୁଧ୍ୟାନ କରିଛି। ଏନେଇ ଏକ ବିସ୍ତୃତ ରିପୋର୍ଟ ପ୍ରସ୍ତୁତ କରାଯାଇ ସୁପ୍ରିମଙ୍କୁ ଦିଆଯାଇଛି।

ସିବିଆଇ କ୍ରମାଗତ ଭାବେ ଦୁଇ ଜଣଙ୍କୁ ସନ୍ଦେହ କରି ପଚରାଉଚରା କରିଛି। ପ୍ରଥମ ମୁଖ୍ୟ ଅଭିଯୁକ୍ତ ହେଉଛନ୍ତି ସଞ୍ଜୟ ରୟ ଏବଂ ଦ୍ୱିତୀୟଟି ହେଉଛି ପୂର୍ବତନ ପ୍ରିନ୍ସିପାଲ ସନ୍ଦୀପ ଘୋଷ। ସିବିଆଇ ଡାକ୍ତରଖାନା ଯାଇ ସମସ୍ତ ଫୋରେନସିକ ଯାଞ୍ଚ କରି ପ୍ରମାଣ ସଂଗ୍ରହ କରିବାକୁ ଚେଷ୍ଟା କରିଥିଲା। ଏହି ଘଟଣା ପୂର୍ବରୁ ଏବଂ ପରେ ଅଭିଯୁକ୍ତ ସଞ୍ଜୟ ରୟଙ୍କ ଗତିବିଧି ଲକ୍ଷ୍ୟ କରିବା ସହ ଡାକ୍ତରଖାନାର ସିସିଟିଭି ଫୁଟେଜ ଆଧାରରେ ଏହି ରିପୋର୍ଟ ପ୍ରସ୍ତୁତ କରାଯାଇଥିଲା। ତେବେ ସବୁଠାରୁ ବଡ଼ କଥା ହେଉଛି କ୍ରାଇମ୍‌ ସିନ୍‌ରେ ବହୁତ ଗୁଡିଏ ଫୁଟ୍‌ପ୍ରିଣ୍ଟ ଦେଖିବାକୁ ମିଳିଛି। ଏହା ବ୍ୟତୀତ ନିକଟରେ ନବୀକରଣ କାର୍ଯ୍ୟ ହୋଇଥିବାରୁ ଅନେକ ପ୍ରମାଣ ନଷ୍ଟ କରାଯାଇଥିବା ସନ୍ଦେହ କରାଯାଉଛି ।

The post କ୍ରାଇମ୍‌ ସିନ୍‌ରେ ରହିଛି ଏକାଧିକ ଲୋକଙ୍କ ଫୁଟ୍‌ପ୍ରିଣ୍ଟ, ସିବିଆଇର ଷ୍ଟାଟସ୍‌ ରିପୋର୍ଟରେ ସାଙ୍ଘାତିକ ଖୁଲାସା appeared first on Dharitri Odia News.