କ୍ରିକେଟ ଖେଳକୁ ପୁଲିସ ଅଧାରୁ ବନ୍ଦ କରିବା ନେଇ ରାସ୍ତାକୁ ଓହ୍ଲାଇଲେ ଲୋକ, ଅଟକିଲା ହଜାର ହଜାର ଗାଡ଼ିମୋଟର
ଭୁବନେଶ୍ବର : ଶାସକ ବିଜେପିର ନେତାମାନେ କେତେ ତଳସ୍ତରକୁ ଯାଇପାରନ୍ତି, ତାହାର ଏକ ଉଦାହରଣ ରାଜଧାନୀ ଭୁବନେଶ୍ବରରେ ଦେଖିବାକୁ ମିଳିଛି। ଭୁବନେଶ୍ବରର ଲକ୍ଷ୍ମୀସାଗର ଅଞ୍ଚଳରେ ହେଉଥିବା ଏକ କ୍ରିକେଟ ଟୁର୍ଣ୍ଣାମେଣ୍ଟକୁ ବିଜେପି ନେତାଙ୍କୁ ଅତିଥି ଭାବେ ଡାକିଲେନି ବୋଲି, ସେ ତାଙ୍କ ମନମାନୀରେ ଖେଳକୁ ବନ୍ଦ କରିଦେଇଛନ୍ତି। ତାଙ୍କ ଦଳ ସରକାରରେ ଥିବା କାରଣରୁ ପୁଲିସ ଲଗାଇ ସ୍ଥାନୀୟ ଅଞ୍ଚଳର ବିଜେପି ନେତା ଖେଳକୁ ଅଧାରୁ ବନ୍ଦ କରିଦେଇଥିଲେ। ଆଉ ଯାହା ପରେ ଲୋକ ବିଜେପି ନେତାଙ୍କ […]

ଭୁବନେଶ୍ବର : ଶାସକ ବିଜେପିର ନେତାମାନେ କେତେ ତଳସ୍ତରକୁ ଯାଇପାରନ୍ତି, ତାହାର ଏକ ଉଦାହରଣ ରାଜଧାନୀ ଭୁବନେଶ୍ବରରେ ଦେଖିବାକୁ ମିଳିଛି। ଭୁବନେଶ୍ବରର ଲକ୍ଷ୍ମୀସାଗର ଅଞ୍ଚଳରେ ହେଉଥିବା ଏକ କ୍ରିକେଟ ଟୁର୍ଣ୍ଣାମେଣ୍ଟକୁ ବିଜେପି ନେତାଙ୍କୁ ଅତିଥି ଭାବେ ଡାକିଲେନି ବୋଲି, ସେ ତାଙ୍କ ମନମାନୀରେ ଖେଳକୁ ବନ୍ଦ କରିଦେଇଛନ୍ତି। ତାଙ୍କ ଦଳ ସରକାରରେ ଥିବା କାରଣରୁ ପୁଲିସ ଲଗାଇ ସ୍ଥାନୀୟ ଅଞ୍ଚଳର ବିଜେପି ନେତା ଖେଳକୁ ଅଧାରୁ ବନ୍ଦ କରିଦେଇଥିଲେ। ଆଉ ଯାହା ପରେ ଲୋକ ବିଜେପି ନେତାଙ୍କ ହୀନ ଚକ୍ରାନ୍ତକୁ ବିରୋଧ କରି ରାସ୍ତାକୁ ଓହ୍ଲାଇବା ସହ ପୁରୁଣା କଟକ ରୋଡକୁ ଅବରୋଧ କରିଥିଲେ। ଯାହା ଫଳରେ ରସୁଲଗଡ଼-କଳ୍ପନା ରାସ୍ତାରେ ହଜାର ହଜାର ଗାଡିମଟର ଅଟକି ରହିଥିଲା।
ମିଳିଥିବା ସୂଚନା ଅନୁସାରେ ଭୁବନେଶ୍ୱର ଲକ୍ଷ୍ମୀସାଗର ହାଇସ୍କୁଲ ପଡିଆରେ ୧୬ତମ ଲକ୍ଷ୍ମୀସାଗର କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆୟୋଜିତ ହେଉଛି। ତେବେ ଏହି ଟୁର୍ଣ୍ଣାମେଣ୍ଟକୁ ସ୍ଥାନୀୟ ବିଜେପି ନେତାଙ୍କୁ ଅତିଥି ଭାବେ ଡକାଯାଇନଥିଲା। ଆଉ ଯାହା ପରେ ବିଜେପି ନେତା ପୁଲିସ ଲଗାଇ କ୍ରିକେଟ ଟୁର୍ଣ୍ଣାମେଣ୍ଟକୁ ଅଧାରୁ ବନ୍ଦ କରିଥିଲେ। ଯାହା ପରେ ସ୍ଥାନୀୟ ଲୋକ ଥାନାକୁ ଯାଇ ଜଣାଇଥିଲେ ମଧ୍ୟ ପୁଲିସ କିଛି ଶୁଣିନଥିଲା। ଏହାପରେ ସ୍ଥାନୀୟଲୋକ ବିଜେପି ନେତାଙ୍କ ମନମାନୀକୁ ବିରୋଧ କରି ରସୁଲଗଡ଼-କଳ୍ପନା ରାସ୍ତାର ଲକ୍ଷ୍ମୀସାଗର ଛକରେ ରାସ୍ତା ରୋକ କରିଥିଲେ।
ସବୁବେଳେ ବ୍ୟସ୍ତବହୁଳ ରହୁଥିବା ରସୁଲଗଡ଼-କଳ୍ପନା ରାସ୍ତାର ଲକ୍ଷ୍ମୀସାଗର ଛକରେ ଲୋକ ରାସ୍ତା ରୋକ କରିବା କାରଣରୁ ଉଭୟ ପଟରେ ହଜାର ହଜାର ଗାଡ଼ିମୋଟର ଅଟକି ରହିଥିଲା। ପୁଲିସ ପହଞ୍ଚି ଲୋକମାନଙ୍କୁ ରାସ୍ତାରୁ ଉଠିବାକୁ କହିଥିଲେ ମଧ୍ୟ ଲୋକମାନେ ପୁଲିସକୁ ଖେଳ କଣ ପାଇଁ ବନ୍ଦ କଲ ତାର ଉତ୍ତର ରଖିବାକୁ କହିଥିଲେ। ଯାହା ପରେ ପୁଲିସ ଓ ଜନତାଙ୍କ ମଧ୍ୟରେ ଯୁକ୍ତିତର୍କ ଓ ଖଣ୍ଡଯୁଦ୍ଧ ଆରମ୍ଭ ହୋଇଯାଇଥିଲା। ଦୁଇରୁ ୩ ଘଣ୍ଟା ଧରି ରାସ୍ତାରେ ହଜାର ହଜାର ଗାଡି ମଟର ଅଟକି ରହିଥିଲେ ମଧ୍ୟ ପୁଲିସ ଦର୍ଶକ ସାଜି ରହିଥିଲା। ପ୍ରାୟ ୩ ଘଣ୍ଟା ଧରି ଲୋକମାନେ ରାସ୍ତାରେ ଫସିରହିଥିଲେ।