କ୍ରିକେଟ ଖେଳିବାବେଳେ ବଜ୍ରପାତ, ପଡିଆରେ ଟଳି ପଡିଲେ ୧୦ମ ଶ୍ରେଣୀ ଛାତ୍ର
ଦିଗପହଣ୍ଡି/ଚିକିଟି,୨୨।୩(ଅଶେଷ ନାଥ ମିଶ୍ର/ପ୍ରକାଶ ଚନ୍ଦ୍ର ସାହୁ): ବଜ୍ରାଘାତରେ ଚାଲିଗଲା ୧୦ମ ଶ୍ରେଣୀ ଛାତ୍ରଙ୍କ ଜୀବନ। ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ ନାରାୟଣପୁର ଗ୍ରାମର ୧୦ମ ଶ୍ରେଣୀ ଛାତ୍ର ରାଜେଶ ଗୌଡ଼ ଶନିବାର ମଧ୍ୟାହ୍ନ ପ୍ରାୟ ୧୨ ଟାରେ ବଜ୍ରପାତ ପ୍ରଭାବରେ ମୃତ୍ୟୁବରଣ କରିଛନ୍ତି। ରାଜେଶ ଗ୍ରାମ ନିକଟସ୍ଥ ବୋମକେଇ ଗ୍ରାମ ଶିବାନନ୍ଦ ନୋଡାଲ ହାଇସ୍କୁଲରେ ପାଠ ପଢୁଥିଲେ। ଚଳିତବର୍ଷ ସେ ପଦ୍ମନାଭପୁର ଗ୍ରାମ ରାଧା ଦାମୋଦର ଗାଲର୍ସ ହାଇସ୍କୁଲ ପରୀକ୍ଷା କେନ୍ଦ୍ରରେ ମାଟ୍ରିକ ପରୀକ୍ଷା ଦେଇଛନ୍ତି। ସୂଚନାଥାଉ […] The post କ୍ରିକେଟ ଖେଳିବାବେଳେ ବଜ୍ରପାତ, ପଡିଆରେ ଟଳି ପଡିଲେ ୧୦ମ ଶ୍ରେଣୀ ଛାତ୍ର appeared first on Dharitri Odia News.
ଦିଗପହଣ୍ଡି/ଚିକିଟି,୨୨।୩(ଅଶେଷ ନାଥ ମିଶ୍ର/ପ୍ରକାଶ ଚନ୍ଦ୍ର ସାହୁ): ବଜ୍ରାଘାତରେ ଚାଲିଗଲା ୧୦ମ ଶ୍ରେଣୀ ଛାତ୍ରଙ୍କ ଜୀବନ। ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ ନାରାୟଣପୁର ଗ୍ରାମର ୧୦ମ ଶ୍ରେଣୀ ଛାତ୍ର ରାଜେଶ ଗୌଡ଼ ଶନିବାର ମଧ୍ୟାହ୍ନ ପ୍ରାୟ ୧୨ ଟାରେ ବଜ୍ରପାତ ପ୍ରଭାବରେ ମୃତ୍ୟୁବରଣ କରିଛନ୍ତି। ରାଜେଶ ଗ୍ରାମ ନିକଟସ୍ଥ ବୋମକେଇ ଗ୍ରାମ ଶିବାନନ୍ଦ ନୋଡାଲ ହାଇସ୍କୁଲରେ ପାଠ ପଢୁଥିଲେ। ଚଳିତବର୍ଷ ସେ ପଦ୍ମନାଭପୁର ଗ୍ରାମ ରାଧା ଦାମୋଦର ଗାଲର୍ସ ହାଇସ୍କୁଲ ପରୀକ୍ଷା କେନ୍ଦ୍ରରେ ମାଟ୍ରିକ ପରୀକ୍ଷା ଦେଇଛନ୍ତି।
ସୂଚନାଥାଉ କି, ସକାଳେ ସାଙ୍ଗମାନଙ୍କ ସହ ନିକଟସ୍ଥ କୁମରଡ଼ା ଗ୍ରାମରେ ଅନୁଷ୍ଠିତ କ୍ରିକେଟ ଟୁର୍ନାମେଣ୍ଟରେ ମ୍ୟାଚ ଖେଳିବାକୁ ଯାଇଥିଲେ। ରାସ୍ତାକଡର ଏକ ଚାଷଜମିକୁ ସମତୁଲ କରି ଗାଁର ଯୁବକମାନେ ଟୁର୍ନାମେଣ୍ଟର ଆୟୋଜନ କରିଥିଲେ। ମ୍ୟାଚ ଚାଲିଥିବା ବେଳେ ମଧ୍ୟାହ୍ନ ପ୍ରାୟ ୧୨ ଟାରେ ଆକସ୍ମିକ କାଳ ବୈଶାଖୀ ସହ ବଜ୍ରପାତ ହୋଇଥିଲା। ବଜ୍ରପାତ ପ୍ରଭାବରେ ରାଜେଶ ହଠାତ୍ ସେଠାରେ ଟଳି ପଡ଼ିଥିଲେ। ସମସ୍ତେ ଖେଳ ଛାଡ଼ି ଦୌଡ଼ି ପଳାଇଥିଲେ। ଗ୍ରାମବାସୀ ଖବର ପାଇ ରାଜେଶଙ୍କୁ ଉଦ୍ଧାର କରି ବମୋକେଇ ଗ୍ରାମ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ଉପସ୍ଥିତ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବରପାଇ ପରିବାର ଲୋକେ ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚିଥିଲେ।
ଏନେଇ ସୂଚନା ପାଇବା ପରେ କେ.ନୂଆଗାଁ ଥାନା ନୂଆପଡ଼ା ଫାଣ୍ଡି ଅଧିକାରୀ ଏସ.ଆଇ ଜଗବନ୍ଧୁ ବାର୍ଲା ସ୍ବାସ୍ଥ୍ୟକେନ୍ଦ୍ରକୁ ଯାଇ ଛାତ୍ରଙ୍କ ମୃତଦେହ ଜବତ କରି କେ.ନୂଆଗାଁ ଥାନା ଅପମୃତ୍ୟୁ ମାମଲା ନଂ.୩/୨୫ ଅନୁଯାୟୀ ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁର ବଡ଼ ଡାକ୍ତରଖାନା କୁ ପଠାଇଥିଲେ। ବ୍ୟବଚ୍ଛେଦ ପରେ ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା। ଅପରାହ୍ନରେ ଶୋକାକୁଳ ପରିବେଶ ମଧ୍ୟରେ ଗାଁ ଶ୍ମଶାନ ରେ ତାଙ୍କ ଅନ୍ତିମ ସଂସ୍କାର କରାଯାଇଛି।
The post କ୍ରିକେଟ ଖେଳିବାବେଳେ ବଜ୍ରପାତ, ପଡିଆରେ ଟଳି ପଡିଲେ ୧୦ମ ଶ୍ରେଣୀ ଛାତ୍ର appeared first on Dharitri Odia News.