ବାବର ଆଜମ୍‌ଙ୍କୁ ଏମିତି ଟିପ୍ସ ଦେଲେ ବୀରେନ୍ଦ୍ର ସେହ୍ବାଗ: ସବୁଠି ହେଉଛି ଚର୍ଚ୍ଚା

ନୂଆଦିଲ୍ଲୀ,୨୧।୧୦: ପାକିସ୍ତାନର ପୂର୍ବତନ ଅଧିନାୟକ ତଥା ତାରକା ବ୍ୟାଟ୍ସମ୍ୟାନ ବାବର ଆଜମ ଆଜିକାଲି ଖରାପ ଫର୍ମ ସହ ସଂଘର୍ଷ କରୁଛନ୍ତି। ଟେଷ୍ଟ କ୍ରିକେଟରେ ବାବରଙ୍କ ଶେଷ ଅର୍ଦ୍ଧଶତକ ଡିସେମ୍ବର ୨୦୨୨ରେ ଆସିଥିଲା। ସେ ଗତ ୬୧୬ ଦିନ ଧରି ଗୋଟିଏ ଅର୍ଦ୍ଧତକ ସ୍କୋର କରିବାରେ ସକ୍ଷମ ହୋଇ ନାହାଁନ୍ତି। ଇଂଲଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟ ପରେ ବାବରଙ୍କୁ ମଧ୍ୟ ଦଳରୁ ବାଦ ଦିଆଯାଇଛି। ଅନ୍ତର୍ଜାତୀୟ ଦିନିକିଆ ଏବଂ ଟି-୨୦ରେ ମଧ୍ୟ ବାବରଙ୍କ ବ୍ୟାଟ ଚୁପ ରହିଛି। ସେପଟେ […] The post ବାବର ଆଜମ୍‌ଙ୍କୁ ଏମିତି ଟିପ୍ସ ଦେଲେ ବୀରେନ୍ଦ୍ର ସେହ୍ବାଗ: ସବୁଠି ହେଉଛି ଚର୍ଚ୍ଚା appeared first on Dharitri Odia News.

ବାବର ଆଜମ୍‌ଙ୍କୁ ଏମିତି ଟିପ୍ସ ଦେଲେ ବୀରେନ୍ଦ୍ର ସେହ୍ବାଗ: ସବୁଠି ହେଉଛି ଚର୍ଚ୍ଚା

ନୂଆଦିଲ୍ଲୀ,୨୧।୧୦: ପାକିସ୍ତାନର ପୂର୍ବତନ ଅଧିନାୟକ ତଥା ତାରକା ବ୍ୟାଟ୍ସମ୍ୟାନ ବାବର ଆଜମ ଆଜିକାଲି ଖରାପ ଫର୍ମ ସହ ସଂଘର୍ଷ କରୁଛନ୍ତି। ଟେଷ୍ଟ କ୍ରିକେଟରେ ବାବରଙ୍କ ଶେଷ ଅର୍ଦ୍ଧଶତକ ଡିସେମ୍ବର ୨୦୨୨ରେ ଆସିଥିଲା। ସେ ଗତ ୬୧୬ ଦିନ ଧରି ଗୋଟିଏ ଅର୍ଦ୍ଧତକ ସ୍କୋର କରିବାରେ ସକ୍ଷମ ହୋଇ ନାହାଁନ୍ତି। ଇଂଲଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟ ପରେ ବାବରଙ୍କୁ ମଧ୍ୟ ଦଳରୁ ବାଦ ଦିଆଯାଇଛି। ଅନ୍ତର୍ଜାତୀୟ ଦିନିକିଆ ଏବଂ ଟି-୨୦ରେ ମଧ୍ୟ ବାବରଙ୍କ ବ୍ୟାଟ ଚୁପ ରହିଛି। ସେପଟେ ପୂର୍ବତନ ଭାରତୀୟ ବ୍ୟାଟ୍ସମ୍ୟାନ ବୀରେନ୍ଦ୍ର ସେହ୍ବାଗ ତାଙ୍କୁ ପରାମର୍ଶ ଦେଇଛନ୍ତି।

 

ପୂର୍ବତନ ଭାରତୀୟ ଓପନର୍‌ ବୀରେନ୍ଦ୍ର ସେହ୍ବାଗ ବାବର ଆଜମଙ୍କୁ ପ୍ରତ୍ୟାବର୍ତ୍ତନ କରିବାର ରାସ୍ତା କହିଛନ୍ତି। ପାକିସ୍ତାନର ପୂର୍ବତନ ଦ୍ରୁତ ବୋଲର ଶୋଏବ ଅଖତର ସେହ୍ବାଗଙ୍କୁ ବାବରଙ୍କ ବିଷୟରେ ପଚାରିଥିଲେ। ଶୋଏବ ସେହ୍ବାଗଙ୍କୁ ପଚାରିଥିଲେ ଯେ, ବାବର ଆଜମଙ୍କ କୌଶଳରେ କିଛି ଭୁଲ ଅଛି କି? ଯାହାଦ୍ୱାରା ସେ ଲଗାତର ଫ୍ଲପ୍‌ ହେଉଛନ୍ତି। ଏହାର ଉତ୍ତରରେ ସେହ୍ବାଗ କହିଛନ୍ତି, ସେ ଜଣେ ବଡ ଖେଳାଳି। ଯେତେବେଳେ ବି ଜଣେ ବଡ ଖେଳାଳି ମ୍ୟାଚ କିମ୍ବା ସିରିଜରୁ ଡ୍ରପ ହୁଅନ୍ତି, ସେ ଦୃଢ ପ୍ରତ୍ୟାବର୍ତ୍ତନ କରନ୍ତି। ମୁଁ ବାବରଙ୍କୁ କିଛିଦିନ କ୍ରିକେଟଠାରୁ ଦୂରରେ ରହିବାକୁ ଏବଂ ପରିବାର ସହ ସମୟ କାଟିବାକୁ ପରାମର୍ଶ ଦେବି। ପ୍ରଥମେ ଘରୋଇ କ୍ରିକେଟ ଖେଳ। ଶାରୀରିକ ଏବଂ ମାନସିକ ସ୍ତରରେ ଶକ୍ତିଶାଳୀ ହେବା ପରେ ଅନ୍ତର୍ଜାତୀୟ କ୍ରିକେଟକୁ ଫେରି ଆସ।

The post ବାବର ଆଜମ୍‌ଙ୍କୁ ଏମିତି ଟିପ୍ସ ଦେଲେ ବୀରେନ୍ଦ୍ର ସେହ୍ବାଗ: ସବୁଠି ହେଉଛି ଚର୍ଚ୍ଚା appeared first on Dharitri Odia News.