କ୍ରିକେଟର ସବୁ ଫର୍ମାଟରେ ଟିମ୍ ଇଣ୍ଡିଆ ଏକ ନମ୍ବର
ନୂଆଦିଲ୍ଲୀ : ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜରେ ୪-୧ରେ ବିଜୟରୁ ଭାରତ ଉପକୃତ ହୋଇଛି। ଏହି ବିଜୟ ସହିତ ରୋହିତ ଶର୍ମାଙ୍କ ଦଳ ଆଇସିସି ଟେଷ୍ଟ ମାନ୍ୟତାରେ ପ୍ରଥମ ସ୍ଥାନରେ ପହଞ୍ଚିଛି। ଏହା ପୂର୍ବରୁ ଟିମ୍ ଇଣ୍ଡିଆ ଟି-୨୦ ଓ ଦିନିକିଆରେ ଶୀର୍ଷରେ ରହିଥିଲା। ଯାହା ଫଳରେ ଏବେ ଭାରତ କ୍ରିକେଟର ସବୁ ଫର୍ମାଟରେ ଏକ ନମ୍ବର ହୋଇଯାଇଛି। ଟେଷ୍ଟରେ ରାଙ୍କିଙ୍ଗରେ ଅଷ୍ଟ୍ରେଲିଆକୁ ପଛରେ ପକାଇ ଏକ ନମ୍ବର ସ୍ଥାନରେ ପହଞ୍ଚିଛି ଭାରତୀୟ ଦଳ । ଭାରତ […]

ନୂଆଦିଲ୍ଲୀ : ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜରେ ୪-୧ରେ ବିଜୟରୁ ଭାରତ ଉପକୃତ ହୋଇଛି। ଏହି ବିଜୟ ସହିତ ରୋହିତ ଶର୍ମାଙ୍କ ଦଳ ଆଇସିସି ଟେଷ୍ଟ ମାନ୍ୟତାରେ ପ୍ରଥମ ସ୍ଥାନରେ ପହଞ୍ଚିଛି। ଏହା ପୂର୍ବରୁ ଟିମ୍ ଇଣ୍ଡିଆ ଟି-୨୦ ଓ ଦିନିକିଆରେ ଶୀର୍ଷରେ ରହିଥିଲା। ଯାହା ଫଳରେ ଏବେ ଭାରତ କ୍ରିକେଟର ସବୁ ଫର୍ମାଟରେ ଏକ ନମ୍ବର ହୋଇଯାଇଛି।
ଟେଷ୍ଟରେ ରାଙ୍କିଙ୍ଗରେ ଅଷ୍ଟ୍ରେଲିଆକୁ ପଛରେ ପକାଇ ଏକ ନମ୍ବର ସ୍ଥାନରେ ପହଞ୍ଚିଛି ଭାରତୀୟ ଦଳ । ଭାରତ ପାଖରେ ୧୨୨ ପଏଣ୍ଟ ଥିବା ବେଳେ ଅଷ୍ଟ୍ରେଲିଆ ପାଖରେ ୧୧୭ ପଏଣ୍ଟ ରହିଛି । ସେହିଭଳି ୧୧୧ ପଏଣ୍ଟ ସହ ଇଂଲଣ୍ଡ ଦଳ ଟେଷ୍ଟ ରାଙ୍କିଙ୍ଗର ତୃତୀୟ ସ୍ଥାନରେ ରହିଛି । ଖ୍ରାଏଷ୍ଟଚର୍ଚ୍ଚରେ ନ୍ୟୁଜିଲ୍ୟାଣ୍ଡ ଓ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚର ଫଳାଫଳ ଯାହା ହେଉନା କାହିଁକି, ରୋହିତ ଶର୍ମାଙ୍କ ନେତୃତ୍ଵାଧୀନ ଭାରତୀୟ ଦଳ ଶୀର୍ଷରେ ରହିବ। ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ର ଡିଫେଣ୍ଡିଂ ଚାମ୍ପିଅନ୍ ଅଷ୍ଟ୍ରେଲିଆ ୱେଲିଙ୍ଗଟନ୍ରେ ପ୍ରଥମ ଟେଷ୍ଟ ମ୍ୟାଚ୍ ୧୭୨ ରନରେ ଜିତିବା ପରେ ସିରିଜରେ ୧-୦ରେ ଆଗୁଆ ରହିଛି ।
ଅନ୍ୟପକ୍ଷରେ ଦିନିକିଆ ର଼୍ୟାଙ୍କିଙ୍ଗରେ ବି ଭାରତ ୧୨୧ ରେଟିଂ ପଏଣ୍ଟ ସହ ଶୀର୍ଷରେ ରହିଛି । ଅଷ୍ଟ୍ରେଲିଆ ୧୧୮ ରେଟିଂ ପଏଣ୍ଟ ସହିତ ଦ୍ୱିତୀୟ ସ୍ଥାନରେ ଅଛି । ଅନ୍ତର୍ଜାତୀୟ ଟି-୨୦ରେ ଭାରତ ୨୬୬ ପଏଣ୍ଟ ସହ ପ୍ରଥମ ସ୍ଥାନରେ ରହିଥିବା ବେଳେ ଇଂଲଣ୍ଡ ୨୫୬ ପଏଣ୍ଟ ସହ ଏହି ଫର୍ମାଟର ଦ୍ୱିତୀୟ ସ୍ଥାନରେ ଅଛି । ସେପ୍ଟେମ୍ବର ୨୦୨୩ ରୁ ଜାନୁୟାରୀ ୨୦୨୪ ପର୍ଯ୍ୟନ୍ତ ଭାରତ ଟେଷ୍ଟ ମାନ୍ୟତାର ଶୀର୍ଷରେ ରହିଥିଲା । ତେବେ ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜ୍ ଡ୍ର କରିବା ପରେ ଭାରତ ଦ୍ୱିତୀୟ ସ୍ଥାନକୁ ଖସି ଆସିଥିଲା । ପାକିସ୍ତାନ ବିପକ୍ଷ ତିନି ମ୍ୟାଚ୍ ବିଶିଷ୍ଟ ସିରିଜ କ୍ଲିନ୍ ସୁଇପ୍ କରି ଅଷ୍ଟ୍ରେଲିଆ, ଭାରତକୁ ହଟାଇ ପ୍ରଥମ ସ୍ଥାନ ହାସଲ କରିଥିଲା ।
ଇଂଲଣ୍ଡ ବିପକ୍ଷ ପାଞ୍ଚ ଟିକିଆ ଟେଷ୍ଟ ସିରିଜରେ ହାଇଦ୍ରାବାଦରେ ଖେଳାଯାଇଥିବା ପ୍ରଥମ ଟେଷ୍ଟ ମ୍ୟାଚରେ ଭାରତ ୨୮ ରନରେ ହାରିଯାଇଥିଲା । କିନ୍ତୁ ଏହା ପରେ ପରବର୍ତ୍ତୀ ଚାରିଟି ଟେଷ୍ଟ ମ୍ୟାଚ ଜିତି ସିରିଜ୍ କବଜା କରିବା ସହ ଭାରତ ଆଇସିସି ଟେଷ୍ଟ ମାନ୍ୟତାରେ ଶୀର୍ଷ ସ୍ଥାନକୁ ଫେରିଛି ।