କ୍ରିକେଟରୁ ଅଶ୍ବିନଙ୍କ ସନ୍ୟାସ । ଦୀର୍ଘ ବର୍ଷର ଅନ୍ତର୍ଜାତୀୟ କ୍ରିକେଟ କ୍ୟାରିଅରରେ ପୂର୍ଣ୍ଣଚ୍ଛେଦ ।
କନକ ବ୍ୟୁରୋ: ଅନ୍ତର୍ଜାତୀୟ କ୍ରିକେଟକୁ ଅଶ୍ବିନଙ୍କ ଅଲବିଦା । ବର୍ଡର-ଗାଭାସ୍କର ଟେଷ୍ଟର ତୃତୀୟ ମ୍ୟାଚ୍ ଡ୍ର ପରେ ବଡ଼ ନିଷ୍ପତ୍ତି ନେଇଛନ୍ତି ଭାରତର ଷ୍ଟାର ସ୍ପିନର ରବିଚନ୍ଦ୍ରନ ଅଶ୍ବିନ । କ୍ରିକେଟର୍ ସମସ୍ତ ଫର୍ମାଟରୁ ଅବସର ଘୋଷଣା କରିଛନ୍ତି । ଅବସର ଘୋଷଣା କରିବା ସହ ଦଳର ସମସ୍ତ ସାଥି କ୍ରିକେଟର ମାନଙ୍କୁ ସେ ଧନ୍ୟବାଦ ଜଣାଇଛନ୍ତି। ଅଶ୍ବିନ କହିଛନ୍ତି, ଅନ୍ତର୍ଜାତୀୟ ସମସ୍ତ ଫର୍ମାଟର ଖେଳରେ ଏହା ମୋର ଶେଷ ଦିନ ହେବ। ମୁଁ ବହୁତ ମଜାର ଦିନଗୁଡ଼ିକ କାଟିଛି। ରୋହିତ ଓ ଅନ୍ୟ ଟିମ୍ମେଟଙ୍କ ସହ ମୋର ଅନେକ ସ୍ମୃତି ରହିଛି। ଅନ୍ୟପଟେ ସରିଜର ଅନ୍ୟ ମ୍ୟାଚରେ ଅଶ୍ବିନ ଦଳ ସହ ରହିବେନି ବୋଲି ସ୍ପଷ୍ଟ କରିଛନ୍ତି ଅଧିନାୟକ ରୋହିତ ଶର୍ମା । ଅଶ୍ବିନ କାଲି ଭାରତ ଫେରି ଆସିବେ । ଭାରତୀୟ ଟିମ୍ରେ ବଡ଼ କିର୍ତ୍ତିମାନ ସ୍ଥାପନ କରିଛନ୍ତି ଅଫ ସ୍ପିନର ରବୀଚନ୍ଦ୍ରନ ଅଶ୍ବିନ । କ୍ରିକେଟକୁ ଅଶ୍ବିନଙ୍କ ଅଲବିଦା । ସର୍ବାଧିକ ୱିକେଟ ନେଇଥିବା ଭାରତର ଦ୍ବିତୀୟ ବୋଲର । ୧୦୬ଟି ଟେଷ୍ଟ ଖେଳି ୫୩୭ ଓ୍ବିକେଟ ନେଇଛନ୍ତି । ଦିନିକିଆରେ ୧୫୬ ଏବଂ ଟି-ଟ୍ବେଣ୍ଟିରେ ୭୨ଟି ୱିକେଟ ନେଇଛନ୍ତି । ବିଶ୍ୱ ଟେଷ୍ଟ କ୍ରିକେଟରେ ସର୍ବାଧିକ ୱିକେଟ ତାଲିକାର ସପ୍ତମ ସ୍ଥାନରେ ଅଶ୍ବିନ । ସର୍ବାଧିକ ଥର ପ୍ଲେୟାର ଅଫ୍ ଦି ସିରିଜ୍ ପୁରସ୍କାର ଜିତିଛନ୍ତି । ଏହା ଶ୍ରୀଲଙ୍କାର କିମ୍ବଦନ୍ତୀ ସ୍ପିନର ମୁଥିଆ ମୁରଲୀଧରନଙ୍କ ରେକର୍ଡ ସହ ସମାନ । ଭଲ ବ୍

କନକ ବ୍ୟୁରୋ: ଅନ୍ତର୍ଜାତୀୟ କ୍ରିକେଟକୁ ଅଶ୍ବିନଙ୍କ ଅଲବିଦା । ବର୍ଡର-ଗାଭାସ୍କର ଟେଷ୍ଟର ତୃତୀୟ ମ୍ୟାଚ୍ ଡ୍ର ପରେ ବଡ଼ ନିଷ୍ପତ୍ତି ନେଇଛନ୍ତି ଭାରତର ଷ୍ଟାର ସ୍ପିନର ରବିଚନ୍ଦ୍ରନ ଅଶ୍ବିନ । କ୍ରିକେଟର୍ ସମସ୍ତ ଫର୍ମାଟରୁ ଅବସର ଘୋଷଣା କରିଛନ୍ତି । ଅବସର ଘୋଷଣା କରିବା ସହ ଦଳର ସମସ୍ତ ସାଥି କ୍ରିକେଟର ମାନଙ୍କୁ ସେ ଧନ୍ୟବାଦ ଜଣାଇଛନ୍ତି। ଅଶ୍ବିନ କହିଛନ୍ତି, ଅନ୍ତର୍ଜାତୀୟ ସମସ୍ତ ଫର୍ମାଟର ଖେଳରେ ଏହା ମୋର ଶେଷ ଦିନ ହେବ। ମୁଁ ବହୁତ ମଜାର ଦିନଗୁଡ଼ିକ କାଟିଛି। ରୋହିତ ଓ ଅନ୍ୟ ଟିମ୍ମେଟଙ୍କ ସହ ମୋର ଅନେକ ସ୍ମୃତି ରହିଛି। ଅନ୍ୟପଟେ ସରିଜର ଅନ୍ୟ ମ୍ୟାଚରେ ଅଶ୍ବିନ ଦଳ ସହ ରହିବେନି ବୋଲି ସ୍ପଷ୍ଟ କରିଛନ୍ତି ଅଧିନାୟକ ରୋହିତ ଶର୍ମା । ଅଶ୍ବିନ କାଲି ଭାରତ ଫେରି ଆସିବେ ।
ଭାରତୀୟ ଟିମ୍ରେ ବଡ଼ କିର୍ତ୍ତିମାନ ସ୍ଥାପନ କରିଛନ୍ତି ଅଫ ସ୍ପିନର ରବୀଚନ୍ଦ୍ରନ ଅଶ୍ବିନ । କ୍ରିକେଟକୁ ଅଶ୍ବିନଙ୍କ ଅଲବିଦା । ସର୍ବାଧିକ ୱିକେଟ ନେଇଥିବା ଭାରତର ଦ୍ବିତୀୟ ବୋଲର । ୧୦୬ଟି ଟେଷ୍ଟ ଖେଳି ୫୩୭ ଓ୍ବିକେଟ ନେଇଛନ୍ତି । ଦିନିକିଆରେ ୧୫୬ ଏବଂ ଟି-ଟ୍ବେଣ୍ଟିରେ ୭୨ଟି ୱିକେଟ ନେଇଛନ୍ତି । ବିଶ୍ୱ ଟେଷ୍ଟ କ୍ରିକେଟରେ ସର୍ବାଧିକ ୱିକେଟ ତାଲିକାର ସପ୍ତମ ସ୍ଥାନରେ ଅଶ୍ବିନ । ସର୍ବାଧିକ ଥର ପ୍ଲେୟାର ଅଫ୍ ଦି ସିରିଜ୍ ପୁରସ୍କାର ଜିତିଛନ୍ତି ।
ଏହା ଶ୍ରୀଲଙ୍କାର କିମ୍ବଦନ୍ତୀ ସ୍ପିନର ମୁଥିଆ ମୁରଲୀଧରନଙ୍କ ରେକର୍ଡ ସହ ସମାନ । ଭଲ ବ୍ୟାଟର ଭାବେ ମଧ୍ୟ ଅଶ୍ୱିନଙ୍କ ରହିଛି ରେକର୍ଡ । ଟେଷ୍ଟରେ ୩୫୦୩ ରନ୍ ସହ ୬ ଶତକ ଓ ୧୪ ଅର୍ଦ୍ଧଶତକ ସାମିଲ । ୨୦୧୧ରେ ଓ୍ବେଷ୍ଟଇଣ୍ଡିଜ୍ ବିପକ୍ଷ ଟେଷ୍ଟରେ ଡେବ୍ୟୁ କରିଥିଲେ । ଅବସର ପରେ ଅଶ୍ବିନଙ୍କ କ୍ୟାରିୟରର ପ୍ରଶଂସା କରିଛନ୍ତି ଇଂଲଣ୍ଡର ପୂର୍ବତନ ସ୍ପିନର ମଣ୍ଟି ପାନେସରଙ୍କ ସହ ବହୁ ବରିଷ୍ଠ ଖେଳାଳି । ଅନ୍ତର୍ଜାତୀୟ କ୍ରିକେଟରୁ ରବିଚନ୍ଦ୍ରନ ଅଶ୍ବିନଙ୍କ ଅବସର ସାରା ଦେଶର କ୍ରିକେଟ ପ୍ରେମୀଙ୍କ ମନରେ ଚହଳ ସୃଷ୍ଟି କରିଛି । ଅଶ୍ବିନ ଅବସର ନେବା ସହ ଭାରତୀୟ କ୍ରିକେଟରେ ଏକ ଯୁଗର ଅବସାନ ହୋଇଛି ।