କ୍ରିକେଟ୍ର ୨ଟି ଫର୍ମାଟରୁ ସାବିକ୍-ଅଲ୍-ହାସନଙ୍କ ସନ୍ନ୍ୟାସ; କାନପୁର ନୁହେଁ ମୀରପୁର ହେବ ଅନ୍ତିମ ଟେଷ୍ଟ !
ଢାକା: କାନପୁର ଟେଷ୍ଟ ପୂର୍ବରୁ ସନ୍ନ୍ୟାସ ଘୋଷଣା କଲେ ବାଂଲାଦେଶ ଅଲରାଉଣ୍ଡର ସାକିବ୍-ଅଲ୍-ହାସନ । ଭାରତ-ବାଂଲାଦେଶ ମଧ୍ୟରେ ଟେଷ୍ଟ ସିରିଜ୍ ଜାରି ରହିଛି । ୨୭ ତାରିଖରେ କାନପୁର ଗ୍ରୀନ୍ ପାର୍କରେ ଦ୍ବିତୀୟ ବା ଅନ୍ତିମ ଟେଷ୍ଟ ମ୍ୟାଚ୍ ଖେଳାଯିବ । ଏହା ପୂର୍ବରୁ କ୍ରିକେଟର ଦୁଇଟି ଫର୍ମାଟକୁ ବାଏ ବାଏ କରିଛନ୍ତି ସାକିବ୍-ଅଲ୍-ହାସନ । ସେ ଟେଷ୍ଟ ଏବଂ ଟି-୨୦ରୁ ସନ୍ନ୍ୟାସ ଘୋଷଣା କରିଛନ୍ତି । ଟି-୨୦ କ୍ରିକେଟକୁ ତୁରନ୍ତ ଛାଡ଼ିଥିବା ବେଳେ ଟେଷ୍ଟ କ୍ରିକେଟ୍ କେବେ ଛାଡ଼ିବେ ତାହା ସ୍ପଷ୍ଟ କରିଛନ୍ତି । କାନପୁର ଟେଷ୍ଟ ମ୍ୟାଚ୍ ପୂର୍ବରୁ ପ୍ରେସ୍ କନଫରେନ୍ସ କରିଛନ୍ତି ସାକିବ୍-ଅଲ୍-ହାସନ । ସେ ବାଂଲାଦେଶ ବୋର୍ଡକୁ ଅନୁରୋଧ କରିଛନ୍ତି କି, ଆସନ୍ତା ମାସରେ ମୀରପୁରରେ ହେବାକୁ ଥିବା ସାଉଥ୍ ଆଫ୍ରିକା ସିରିଜର ଅନ୍ତିମ ଟେଷ୍ଟ ତାଙ୍କର ଶେଷ ମ୍ୟାଚ୍ ହେବ । ସାକିବଙ୍କ ପାଇଁ ଉକ୍ତ ମ୍ୟାଚରେ ସ୍ବତନ୍ତ୍ର ସୁରକ୍ଷା ବ୍ୟବସ୍ଥା ନେଇ ମଞ୍ଜୁରୀ ନମିଳିଲେ କାନପୁର ମ୍ୟାଚ୍ ଟେଷ୍ଟ କ୍ୟାରିୟର ଅନ୍ତିମ ମ୍ୟାଚ୍ ହେବ । କ୍ରିକେଟର ଛୋଟ ଫର୍ମାଟରେ ତାଙ୍କର ଶେଷ ମ୍ୟାଚ୍ ୨୦୨୪ ଟି-୨୦ ବିଶ୍ବକପରେ ସେ ଖେଳି ସାରିଛନ୍ତି ବୋଲି କହିଛନ୍ତି ।
ଢାକା: କାନପୁର ଟେଷ୍ଟ ପୂର୍ବରୁ ସନ୍ନ୍ୟାସ ଘୋଷଣା କଲେ ବାଂଲାଦେଶ ଅଲରାଉଣ୍ଡର ସାକିବ୍-ଅଲ୍-ହାସନ । ଭାରତ-ବାଂଲାଦେଶ ମଧ୍ୟରେ ଟେଷ୍ଟ ସିରିଜ୍ ଜାରି ରହିଛି । ୨୭ ତାରିଖରେ କାନପୁର ଗ୍ରୀନ୍ ପାର୍କରେ ଦ୍ବିତୀୟ ବା ଅନ୍ତିମ ଟେଷ୍ଟ ମ୍ୟାଚ୍ ଖେଳାଯିବ । ଏହା ପୂର୍ବରୁ କ୍ରିକେଟର ଦୁଇଟି ଫର୍ମାଟକୁ ବାଏ ବାଏ କରିଛନ୍ତି ସାକିବ୍-ଅଲ୍-ହାସନ । ସେ ଟେଷ୍ଟ ଏବଂ ଟି-୨୦ରୁ ସନ୍ନ୍ୟାସ ଘୋଷଣା କରିଛନ୍ତି । ଟି-୨୦ କ୍ରିକେଟକୁ ତୁରନ୍ତ ଛାଡ଼ିଥିବା ବେଳେ ଟେଷ୍ଟ କ୍ରିକେଟ୍ କେବେ ଛାଡ଼ିବେ ତାହା ସ୍ପଷ୍ଟ କରିଛନ୍ତି ।
କାନପୁର ଟେଷ୍ଟ ମ୍ୟାଚ୍ ପୂର୍ବରୁ ପ୍ରେସ୍ କନଫରେନ୍ସ କରିଛନ୍ତି ସାକିବ୍-ଅଲ୍-ହାସନ । ସେ ବାଂଲାଦେଶ ବୋର୍ଡକୁ ଅନୁରୋଧ କରିଛନ୍ତି କି, ଆସନ୍ତା ମାସରେ ମୀରପୁରରେ ହେବାକୁ ଥିବା ସାଉଥ୍ ଆଫ୍ରିକା ସିରିଜର ଅନ୍ତିମ ଟେଷ୍ଟ ତାଙ୍କର ଶେଷ ମ୍ୟାଚ୍ ହେବ । ସାକିବଙ୍କ ପାଇଁ ଉକ୍ତ ମ୍ୟାଚରେ ସ୍ବତନ୍ତ୍ର ସୁରକ୍ଷା ବ୍ୟବସ୍ଥା ନେଇ ମଞ୍ଜୁରୀ ନମିଳିଲେ କାନପୁର ମ୍ୟାଚ୍ ଟେଷ୍ଟ କ୍ୟାରିୟର ଅନ୍ତିମ ମ୍ୟାଚ୍ ହେବ । କ୍ରିକେଟର ଛୋଟ ଫର୍ମାଟରେ ତାଙ୍କର ଶେଷ ମ୍ୟାଚ୍ ୨୦୨୪ ଟି-୨୦ ବିଶ୍ବକପରେ ସେ ଖେଳି ସାରିଛନ୍ତି ବୋଲି କହିଛନ୍ତି ।