କ୍ରିକେଟ୍‌ରୁ ବିଦାୟ ବେଳେ କାନ୍ଦିଲେ ଧବଲ କୁଲକର୍ଣ୍ଣି, ମୁମ୍ବାଇକୁ ଚାମ୍ପିଅନ କରାଇ ନେଲେ ସନ୍ନ୍ୟାସ

ମୁମ୍ବାଇ: ରଣଜୀ ଟ୍ରଫି ୨୦୨୪ର ଫାଇନାଲ୍ ମ୍ୟାଚ୍‌ର ପଞ୍ଚମ ଦିନରେ ମୁମ୍ବାଇ ପ୍ରତିପକ୍ଷ ବିଦର୍ଭଙ୍କୁ ୧୬୯ ରନରେ ହରାଇ ୪୨ତମ ଥର ଚାମ୍ପିଅନ ହେବାର ଉପଲବ୍ଧି ହାସଲ କରିଛି। ଧବଲ କୁଲକର୍ଣ୍ଣି ଉମେଶ ଯାଦବଙ୍କ ଓ୍ଵିକେଟ୍ ନେଇ ମୁମ୍ବାଇକୁ ଚାମ୍ପିଅନ କରାଇଛନ୍ତି। ଉଲ୍ଲେଖନୀୟ କୁଲକର୍ଣ୍ଣି ପ୍ରଥମରୁ ଘୋଷଣା କରି ସାରିଥିଲେ ଯେ, ଟୁର୍ଣ୍ଣାମେଣ୍ଟ ସମାପ୍ତ ପରେ ସେ  କ୍ରିକେଟ୍‌ରୁ ସନ୍ନ୍ୟାସ ନେବେ। ଭାରତୀୟ କ୍ରିକେଟ୍ ପାଇଁ ଖେଳିଥିବା ଧବଲ ୨୦୦୭ରେ ପ୍ରଥମ ଥର ମୁମ୍ବାଇ ପକ୍ଷରୁ ମ୍ୟାଚ୍ ଖେଳିଥିଲେ। ଆଜି ୧୭ ବର୍ଷର ଲମ୍ବା କ୍ୟାରିୟରକୁ ବିଦାୟ ଦେବା ସମୟରେ ତାଙ୍କ ଆଖିରୁ ଲୁହ ଝରି ପଡ଼ିଥିଲା।ବିଦର୍ଭର ଶେଷ ଓ୍ଵିକେଟ୍ ଖସିବା ପରେ ଧବଲ କୁଲକର୍ଣ୍ଣି କ୍ରିକେଟ୍‌ରୁ ବିଦାୟ ନେବା ନେଇ ଭାବୁକ ହୋଇ ପଡ଼ିଥିଲେ। ସାନ୍ତ୍ଵନା ଦେବା ପାଇଁ ଅନ୍ୟ ଖେଳାଳି ତାଙ୍କୁ ଆଲିଙ୍ଗନ କରିଥିଲେ ଏବଂ ମୁମ୍ବାଇର ଖେଳାଳି ତାଙ୍କୁ କାନ୍ଧରେ ବସାଇ ଏକ ସ୍ମରଣୀୟ ବିଦାୟ ଦେଇଛନ୍ତି। ମ୍ୟାଚ୍ ପରେ ଇଣ୍ଟରଭ୍ୟୁରେ କୁଲକର୍ଣ୍ଣି କହିଛନ୍ତି ତାଙ୍କୁ ବୋଲିଂ କରିବାକୁ ସୁଯୋଗ ଦିଆଯିବ ବୋଲି ସେ ଭାବି ନ ଥିଲେ। ଫାଇନାଲ୍ ମ୍ୟାଚ୍‌ରେ ଧବଲ କୁଲକର୍ଣ୍ଣି ୪ ଓ୍ଵିକେଟ୍ ଅକ୍ତିକାର କରିଥିଲେ। ସେ ପ୍ରଥମ ଇନିଂସରେ ୧୧ ଓଭର ବୋଲିଂ କରି ୫ ମେଡେନ ନେଇ ୧୫ ରନ ଦେଇ ୩ଟି ଓ୍ଵିକେଟ୍ ନେଇଥିଲେ। ଦ୍ଵିତୀୟ ଇନିଂସରେ ବିଦର୍ଭର ଉମେଶ ଯାଦବଙ୍କୁ ବୋଲ୍ଡ କରି ମୁମ୍ବାଇକୁ ଚାମ୍ପି

କ୍ରିକେଟ୍‌ରୁ ବିଦାୟ ବେଳେ କାନ୍ଦିଲେ ଧବଲ କୁଲକର୍ଣ୍ଣି, ମୁମ୍ବାଇକୁ ଚାମ୍ପିଅନ କରାଇ ନେଲେ ସନ୍ନ୍ୟାସ

ମୁମ୍ବାଇ: ରଣଜୀ ଟ୍ରଫି ୨୦୨୪ର ଫାଇନାଲ୍ ମ୍ୟାଚ୍‌ର ପଞ୍ଚମ ଦିନରେ ମୁମ୍ବାଇ ପ୍ରତିପକ୍ଷ ବିଦର୍ଭଙ୍କୁ ୧୬୯ ରନରେ ହରାଇ ୪୨ତମ ଥର ଚାମ୍ପିଅନ ହେବାର ଉପଲବ୍ଧି ହାସଲ କରିଛି। ଧବଲ କୁଲକର୍ଣ୍ଣି ଉମେଶ ଯାଦବଙ୍କ ଓ୍ଵିକେଟ୍ ନେଇ ମୁମ୍ବାଇକୁ ଚାମ୍ପିଅନ କରାଇଛନ୍ତି। ଉଲ୍ଲେଖନୀୟ କୁଲକର୍ଣ୍ଣି ପ୍ରଥମରୁ ଘୋଷଣା କରି ସାରିଥିଲେ ଯେ, ଟୁର୍ଣ୍ଣାମେଣ୍ଟ ସମାପ୍ତ ପରେ ସେ  କ୍ରିକେଟ୍‌ରୁ ସନ୍ନ୍ୟାସ ନେବେ। ଭାରତୀୟ କ୍ରିକେଟ୍ ପାଇଁ ଖେଳିଥିବା ଧବଲ ୨୦୦୭ରେ ପ୍ରଥମ ଥର ମୁମ୍ବାଇ ପକ୍ଷରୁ ମ୍ୟାଚ୍ ଖେଳିଥିଲେ। ଆଜି ୧୭ ବର୍ଷର ଲମ୍ବା କ୍ୟାରିୟରକୁ ବିଦାୟ ଦେବା ସମୟରେ ତାଙ୍କ ଆଖିରୁ ଲୁହ ଝରି ପଡ଼ିଥିଲା।

ବିଦର୍ଭର ଶେଷ ଓ୍ଵିକେଟ୍ ଖସିବା ପରେ ଧବଲ କୁଲକର୍ଣ୍ଣି କ୍ରିକେଟ୍‌ରୁ ବିଦାୟ ନେବା ନେଇ ଭାବୁକ ହୋଇ ପଡ଼ିଥିଲେ। ସାନ୍ତ୍ଵନା ଦେବା ପାଇଁ ଅନ୍ୟ ଖେଳାଳି ତାଙ୍କୁ ଆଲିଙ୍ଗନ କରିଥିଲେ ଏବଂ ମୁମ୍ବାଇର ଖେଳାଳି ତାଙ୍କୁ କାନ୍ଧରେ ବସାଇ ଏକ ସ୍ମରଣୀୟ ବିଦାୟ ଦେଇଛନ୍ତି। ମ୍ୟାଚ୍ ପରେ ଇଣ୍ଟରଭ୍ୟୁରେ କୁଲକର୍ଣ୍ଣି କହିଛନ୍ତି ତାଙ୍କୁ ବୋଲିଂ କରିବାକୁ ସୁଯୋଗ ଦିଆଯିବ ବୋଲି ସେ ଭାବି ନ ଥିଲେ। 

ଫାଇନାଲ୍ ମ୍ୟାଚ୍‌ରେ ଧବଲ କୁଲକର୍ଣ୍ଣି ୪ ଓ୍ଵିକେଟ୍ ଅକ୍ତିକାର କରିଥିଲେ। ସେ ପ୍ରଥମ ଇନିଂସରେ ୧୧ ଓଭର ବୋଲିଂ କରି ୫ ମେଡେନ ନେଇ ୧୫ ରନ ଦେଇ ୩ଟି ଓ୍ଵିକେଟ୍ ନେଇଥିଲେ। ଦ୍ଵିତୀୟ ଇନିଂସରେ ବିଦର୍ଭର ଉମେଶ ଯାଦବଙ୍କୁ ବୋଲ୍ଡ କରି ମୁମ୍ବାଇକୁ ଚାମ୍ପିଅନ କରାଇଥିଲେ।

ଧବଲ କୁଲକର୍ଣ୍ଣି ନିଜର ପ୍ରଥମ ଶ୍ରେଣୀ କ୍ରିକେଟରେ ୮୬ଟି ମ୍ୟାଚ୍ ଖେଳି ୨୬୧ ଓ୍ଵିକେଟ୍ ନେଇଛନ୍ତି। ଏହା ବ୍ୟତୀତ ବ୍ୟାଟିଂରେ ୧୭୨୧ ରନ କରିଛନ୍ତି। ସେ ଭାରତ ପାଇଁ ୧୨ ଦିନିକିଆ ମ୍ୟାଚ୍ ଖେଳି ୧୯ ଓ୍ଵିକେଟ୍ ନେଇଥିଲେ। ୨ଟି ଅନ୍ତର୍ଜାତୀୟ ଟି-୨୦ ମ୍ୟାଚ୍ ଖେଳି ୩ଟି ସଫଳତା ପାଇଥିଲେ। ଧବଲ ଘରୋଇ କ୍ରିକେଟ୍‌ରେ ଖୁବ୍ ସଫଳତା ହାସଲ କରିଛନ୍ତି। ଏବେ ସେ ନିଜ ଦଳକୁ ରଣଜୀ ଚାମ୍ପିଅନ କରାଇ କ୍ରିକେଟରୁ ବିଦାୟ ନେଇଛନ୍ତି।