କ୍ରିପ୍ଟୋ ଆଇକନ କାବୋସୁ ଡଗ ର ପରଲୋକ, ସୋସିଆଲ ମିଡିଆରେ ‘Doge Meme’ ନାମରେ ଥିଲା ପରିଚିତ

ନୂଆଦିଲ୍ଲୀ ୨୪।୫: ସୋସିଆଲ ମିଡିଆରେ ଲୋକପ୍ରିୟ ଶିବା ଇନୁ ପ୍ରଜାତିର କୁକୁର ‘କାବୋସୁ’ର ଶୁକ୍ରବାର ପରଲୋକ ହୋଇଛି। ଏହି ଜାପାନୀ ପ୍ରଜାତି କୁକୁର ସୋସିଆଲ ମିଡିଆ ଦୁନିଆରେ ବେଶ୍ ପ୍ରଶିଦ୍ଧ, ତା ରୂପର ଅନେକ ମିମସ୍‌ ପ୍ରାୟତଃ ଭାଇରାଲ ହେଉଥାଏ। ଏଥିରେ କୁକୁରର ମୃତ୍ୟୁରେ ସୋସିଆଲ ମିଡିଆ ୟୁଜରଙ୍କ ମଧ୍ୟରେ ଶୋକର ଲହର ଖେଳି ଯାଇଛି। କ୍ରିପ୍ଟୋ କରେନ୍ସୀ ଦୁନିଆରେ କାବୋସୁ ନିଜକୁ ପରିଚିତ କରାଇ ପାରିଥିଲା। RIP to the legend Kabosu, thank you for all the memes???? pic.twitter.com/zgaVW6gth1— kira ???? (@kirawontmiss) May 24, 2024ସେ ଡଗ କଏନ ଓ ମେମେ କଏନର ଚେହେରା ରୂପେ ଲକ୍ଷଲକ୍ଷ ଲୋକଙ୍କ ହୃଦୟରେ ନିଜ ପାଇଁ ସ୍ଥାନ ସୃଷ୍ଟି କରିପାରିଥିଲା। ଏହି କୁକୁରଟି ସୋସିଆଲ ମିଡିଆରେ ନିଜ ମିମସ୍‌ ଯୋଗୁ ବେଶ୍ ନାମ କମେଇଥିଲା। ୨୦୧୦ ମସିହାରେ ପ୍ରଥମେ କୁକୁରଟି ନେଟିଜେନଙ୍କ ଧ୍ୟାନ ଆକର୍ଷଣ କରିଥିଲା। ଏଣୁ ଅନେକ ମିମସ୍‌ ଡଗ ଭାବେ ଭାଇରାଲ ହୋଇଥିଲା। କାବୋସୁର ମେ ୨୪ ପୂର୍ବାହ୍ନରେ ମୃତ୍ୟୁ ହୋଇଥିବା ତାର ମାଲିକ ସୂଚିତ କରିଛନ୍ତି। The Doge Meme dog, Kabosu has died.She was 18 years old. pic.twitter.com/ScMhYn2kuF— Dexerto (@Dexerto) May 24, 2024ଗତ କିଛି ଦିନ ହେଲା ସେ ସ୍ୱାସ୍ଥ୍ୟଗତ ସମସ୍ୟାରେ ଥିଲା। ୨୦୨୨ରେ ତାର କୋଲେଜନିୟୋହେପାଟାଇଟିସ୍  ଚିକିତ୍ସା ହୋଇଥିଲା। ହେଲେ ଏବେ

କ୍ରିପ୍ଟୋ ଆଇକନ କାବୋସୁ ଡଗ ର ପରଲୋକ, ସୋସିଆଲ ମିଡିଆରେ ‘Doge Meme’ ନାମରେ ଥିଲା ପରିଚିତ

ନୂଆଦିଲ୍ଲୀ ୨୪।୫: ସୋସିଆଲ ମିଡିଆରେ ଲୋକପ୍ରିୟ ଶିବା ଇନୁ ପ୍ରଜାତିର କୁକୁର ‘କାବୋସୁ’ର ଶୁକ୍ରବାର ପରଲୋକ ହୋଇଛି। ଏହି ଜାପାନୀ ପ୍ରଜାତି କୁକୁର ସୋସିଆଲ ମିଡିଆ ଦୁନିଆରେ ବେଶ୍ ପ୍ରଶିଦ୍ଧ, ତା ରୂପର ଅନେକ ମିମସ୍‌ ପ୍ରାୟତଃ ଭାଇରାଲ ହେଉଥାଏ। ଏଥିରେ କୁକୁରର ମୃତ୍ୟୁରେ ସୋସିଆଲ ମିଡିଆ ୟୁଜରଙ୍କ ମଧ୍ୟରେ ଶୋକର ଲହର ଖେଳି ଯାଇଛି। କ୍ରିପ୍ଟୋ କରେନ୍ସୀ ଦୁନିଆରେ କାବୋସୁ ନିଜକୁ ପରିଚିତ କରାଇ ପାରିଥିଲା। 


ସେ ଡଗ କଏନ ଓ ମେମେ କଏନର ଚେହେରା ରୂପେ ଲକ୍ଷଲକ୍ଷ ଲୋକଙ୍କ ହୃଦୟରେ ନିଜ ପାଇଁ ସ୍ଥାନ ସୃଷ୍ଟି କରିପାରିଥିଲା। ଏହି କୁକୁରଟି ସୋସିଆଲ ମିଡିଆରେ ନିଜ ମିମସ୍‌ ଯୋଗୁ ବେଶ୍ ନାମ କମେଇଥିଲା। ୨୦୧୦ ମସିହାରେ ପ୍ରଥମେ କୁକୁରଟି ନେଟିଜେନଙ୍କ ଧ୍ୟାନ ଆକର୍ଷଣ କରିଥିଲା। ଏଣୁ ଅନେକ ମିମସ୍‌ ଡଗ ଭାବେ ଭାଇରାଲ ହୋଇଥିଲା। କାବୋସୁର ମେ ୨୪ ପୂର୍ବାହ୍ନରେ ମୃତ୍ୟୁ ହୋଇଥିବା ତାର ମାଲିକ ସୂଚିତ କରିଛନ୍ତି। 



ଗତ କିଛି ଦିନ ହେଲା ସେ ସ୍ୱାସ୍ଥ୍ୟଗତ ସମସ୍ୟାରେ ଥିଲା। ୨୦୨୨ରେ ତାର କୋଲେଜନିୟୋହେପାଟାଇଟିସ୍  ଚିକିତ୍ସା ହୋଇଥିଲା। ହେଲେ ଏବେ ସେ ଆଉ ନାହିଁ। ନେଟିଜେନ୍ସ ଜାପାନୀ କୁକୁରର ପରଲୋକରେ ଶୋକ କରୁଥିବାର ଦେଖାଯାଉଛି। ତା ପରଲୋକରେ ଲୋକେ ବିଭିନ୍ନ ପ୍ରକାରର ପ୍ରତିକ୍ରିୟା ଦେଉଥିବା ବେଳେ ପରଲୋକ ପରେ ଆତ୍ମାର ସଦଗତି କାମନା କରୁଛନ୍ତି। କୌଣସି କୁକୁର ପ୍ରତି ଇଣ୍ଟରନେଟ୍ ଭାବପ୍ରବଣ ହେବାର ଏହା ପ୍ରଥମ ଘଟଣା।