ଆଜିଠାରୁ ଲାଗୁ ହେଲା ଓ୍ବକଫ୍‌ ସଂଶୋଧନ ଆଇନ୍‌

ନୂଆଦିଲ୍ଲୀ,୮।୪: ୱକଫ୍‌ (ସଂଶୋଧନ) ଆଇନ-୨୦୨୫ ଆଜି ଅର୍ଥାତ ମଙ୍ଗଳବାରଠାରୁ କାର୍ଯ୍ୟକାରୀ ହେବ। ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରଣାଳୟ ଏ ସମ୍ପର୍କରେ ଏକ ବିଜ୍ଞପ୍ତି ଜାରି କରିଛି। ମନ୍ତ୍ରଣାଳୟ କହିଛି ଯେ ୱକଫ (ସଂଶୋଧନ) ଆଇନ (୨୦୨୫ର ୧୪)ର ଧାରା ୧ର ଉପ-ଧାରା (୨) ଦ୍ୱାରା ପ୍ରଦାନ କରାଯାଇଥିବା କ୍ଷମତା ବ୍ୟବହାର କରି କେନ୍ଦ୍ର ସରକାର ୮ ଏପ୍ରିଲ, ୨୦୨୫ ଠାରୁ ଆଇନର ବ୍ୟବସ୍ଥାଗୁଡ଼ିକୁ କାର୍ଯ୍ୟକାରୀ କରୁଛନ୍ତି। କହି ରଖୁଛୁ, ବିରୋଧୀଙ୍କ ବିରୋଧ ଏବଂ ହଟ୍ଟଗୋଳ ମଧ୍ୟରେ ଏହି ବିଲ […] The post ଆଜିଠାରୁ ଲାଗୁ ହେଲା ଓ୍ବକଫ୍‌ ସଂଶୋଧନ ଆଇନ୍‌ appeared first on Dharitri Odia News.

ଆଜିଠାରୁ ଲାଗୁ ହେଲା ଓ୍ବକଫ୍‌ ସଂଶୋଧନ ଆଇନ୍‌

ନୂଆଦିଲ୍ଲୀ,୮।୪: ୱକଫ୍‌ (ସଂଶୋଧନ) ଆଇନ-୨୦୨୫ ଆଜି ଅର୍ଥାତ ମଙ୍ଗଳବାରଠାରୁ କାର୍ଯ୍ୟକାରୀ ହେବ। ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରଣାଳୟ ଏ ସମ୍ପର୍କରେ ଏକ ବିଜ୍ଞପ୍ତି ଜାରି କରିଛି। ମନ୍ତ୍ରଣାଳୟ କହିଛି ଯେ ୱକଫ (ସଂଶୋଧନ) ଆଇନ (୨୦୨୫ର ୧୪)ର ଧାରା ୧ର ଉପ-ଧାରା (୨) ଦ୍ୱାରା ପ୍ରଦାନ କରାଯାଇଥିବା କ୍ଷମତା ବ୍ୟବହାର କରି କେନ୍ଦ୍ର ସରକାର ୮ ଏପ୍ରିଲ, ୨୦୨୫ ଠାରୁ ଆଇନର ବ୍ୟବସ୍ଥାଗୁଡ଼ିକୁ କାର୍ଯ୍ୟକାରୀ କରୁଛନ୍ତି।

କହି ରଖୁଛୁ, ବିରୋଧୀଙ୍କ ବିରୋଧ ଏବଂ ହଟ୍ଟଗୋଳ ମଧ୍ୟରେ ଏହି ବିଲ ସଂସଦର ଉଭୟ ଗୃହରେ ଗୃହୀତ ହୋଇଥିଲା। ରାଜ୍ୟ ସଭାରେ ବିଲ୍‌ ସପକ୍ଷରେ ୧୨୮ ଏବଂ ବିପକ୍ଷରେ ୯୫ ଭୋଟ ପଡ଼ିଥିଲା। ଲୋକ ସଭାରେ ଏହା ସପକ୍ଷରେ ୨୮୮ ଏବଂ ବିପକ୍ଷରେ ୨୩୨ ଭୋଟ ପଡ଼ିଥିଲା। ବିରୋଧୀ ଦଳଗୁଡ଼ିକ ଉଭୟ ଗୃହରେ ଏହାକୁ ବିରୋଧ କରି ଏହକୁ ଅସାମ୍ବିଧାନିକ ବୋଲି କହିଥିଲେ।

ହେଲେ ୱକଫ (ସଂଶୋଧନ) ଆଇନ-୨୦୨୫ ସମ୍ପର୍କରେ, କେନ୍ଦ୍ର ସରକାର ଦାବି କରିଛନ୍ତି ଯେ ଏହା ୱକଫ ପ୍ରଶାସନରେ ସ୍ବଚ୍ଛତା, ଉତ୍ତରଦାୟିତ୍ୱ ଏବଂ ଅନ୍ତର୍ଭୁକ୍ତିକୁ ପ୍ରୋତ୍ସାହିତ କରିବ। ଏହା ସହିତ ଯେଉଁ ଗରିବ ମୁସଲମାନମାନେ ସେମାନଙ୍କର ଅଧିକାରରୁ ବଞ୍ଚିତ ଥିଲେ, ସେମାନେ ଏବେ ସେମାନଙ୍କର ଅଧିକାର ପାଇବେ। ଏହା ଦେଶର ମୁସଲମାନମାନଙ୍କ ସାମାଜିକ-ଆର୍ଥିକ ଅବସ୍ଥାକୁ ଉନ୍ନତ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ।

The post ଆଜିଠାରୁ ଲାଗୁ ହେଲା ଓ୍ବକଫ୍‌ ସଂଶୋଧନ ଆଇନ୍‌ appeared first on Dharitri Odia News.