ବଙ୍ଗୋପସାଗରରେ ସୃଷ୍ଟି ହେଲା ଘୂର୍ଣ୍ଣିବଳୟ, ୧୩ ତାରିଖ ଯାଏଁ ଝଡ଼ବର୍ଷା ନେଇ ଓ୍ୱାର୍ଣ୍ଣିଂ

ନୂଆଦିଲ୍ଲୀ: ରାଜ୍ୟବାସୀଙ୍କ ପାଇଁ ଆଶ୍ୱସ୍ତିକର ଖବର। ଅସହ୍ୟ ଗୁଳୁଗୁଳି ଓ ଗରମରୁ ମିଳିବ ମୁକ୍ତି। ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଘୂର୍ଣ୍ଣିବଳୟ। ପ୍ରଭାବରେ ଉତ୍ତର ଓ ଦକ୍ଷିଣ ଓଡ଼ିଶାରେ ବର୍ଷା ସମ୍ଭାବନା। ଆସନ୍ତା ୧୩ ତାରିଖ ପର୍ଯ୍ୟନ୍ତ ବିଭିନ୍ନ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଆସନ୍ତାକାଲି ପର୍ଯ୍ୟନ୍ତ ୨୬ ଜିଲ୍ଲାକୁ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି। ଏହି ଜିଲ୍ଲାଗୁଡିକରେ ଘଡ଼ଘଡ଼ି ସହ ବର୍ଷା ହେବା ନେଇ ପୂର୍ବାନୁମାନ କରାଯାଇଛି।ଏହାର ପ୍ରଭାବରେ ବଙ୍ଗୋପ ସାଗର ଓ ଆଣ୍ଡାମାନ ସାଗର ଉପରେ ପାଗ ମେଘୁଆ ରହିବ। ଆକାଶ ବାଦଲରେ ଆଛାଦିତ ହେବ ବୋଲି ଅନୁମାନ କରାଯାଇଛି । ସେହିପରି ଆରବ ସାଗର ଉପରେ ଘୂର୍ଣ୍ଣିବଳୟ ସୃଷ୍ଟି ସମ୍ଭାବନା ଦେଖାଦେଇଛି। Thunderstorm/Lightning Warnings over the State.Day-1 to Day-5 : Thunderstorm/Lightning & Gusty Surface Wind warnings over the marked districts.#thunderstorms #Odisha pic.twitter.com/vfuDB2PIPq— Meteorological Centre, Bhubaneswar (@mcbbsr) June 8, 2025ମୌସୁମୀର ଆଗମନରେ କିଛି ଦିନ ଧରି ସାରା ରାଜ୍ୟରେ ବର୍ଷିବା ପରେ ଏବେ ଠପ୍‌ ହୋଇଯାଇଛି ବର୍ଷା। ଦକ୍ଷିଣ ଓଡିଶାର କିଛି ସ୍ଥାନକୁ ମୌସୁମୀ ଛୁଇଁଛି। ଜଳବାୟୁ ସ୍ଥିତି ଅନୁକୂଳ ନଥିବାରୁ ମୌସୁମୀ ଏବେ ଆଗକୁ ଅଗ୍ରସର ହୋଇନି।

ବଙ୍ଗୋପସାଗରରେ ସୃଷ୍ଟି ହେଲା ଘୂର୍ଣ୍ଣିବଳୟ, ୧୩ ତାରିଖ ଯାଏଁ ଝଡ଼ବର୍ଷା ନେଇ ଓ୍ୱାର୍ଣ୍ଣିଂ

ନୂଆଦିଲ୍ଲୀ: ରାଜ୍ୟବାସୀଙ୍କ ପାଇଁ ଆଶ୍ୱସ୍ତିକର ଖବର। ଅସହ୍ୟ ଗୁଳୁଗୁଳି ଓ ଗରମରୁ ମିଳିବ ମୁକ୍ତି। ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଘୂର୍ଣ୍ଣିବଳୟ। ପ୍ରଭାବରେ ଉତ୍ତର ଓ ଦକ୍ଷିଣ ଓଡ଼ିଶାରେ ବର୍ଷା ସମ୍ଭାବନା। ଆସନ୍ତା ୧୩ ତାରିଖ ପର୍ଯ୍ୟନ୍ତ ବିଭିନ୍ନ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଆସନ୍ତାକାଲି ପର୍ଯ୍ୟନ୍ତ ୨୬ ଜିଲ୍ଲାକୁ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି। ଏହି ଜିଲ୍ଲାଗୁଡିକରେ ଘଡ଼ଘଡ଼ି ସହ ବର୍ଷା ହେବା ନେଇ ପୂର୍ବାନୁମାନ କରାଯାଇଛି।

ଏହାର ପ୍ରଭାବରେ ବଙ୍ଗୋପ ସାଗର ଓ ଆଣ୍ଡାମାନ ସାଗର ଉପରେ ପାଗ ମେଘୁଆ ରହିବ। ଆକାଶ ବାଦଲରେ ଆଛାଦିତ ହେବ ବୋଲି ଅନୁମାନ କରାଯାଇଛି । ସେହିପରି ଆରବ ସାଗର ଉପରେ ଘୂର୍ଣ୍ଣିବଳୟ ସୃଷ୍ଟି ସମ୍ଭାବନା ଦେଖାଦେଇଛି। 

ମୌସୁମୀର ଆଗମନରେ କିଛି ଦିନ ଧରି ସାରା ରାଜ୍ୟରେ ବର୍ଷିବା ପରେ ଏବେ ଠପ୍‌ ହୋଇଯାଇଛି ବର୍ଷା। ଦକ୍ଷିଣ ଓଡିଶାର କିଛି ସ୍ଥାନକୁ ମୌସୁମୀ ଛୁଇଁଛି। ଜଳବାୟୁ ସ୍ଥିତି ଅନୁକୂଳ ନଥିବାରୁ ମୌସୁମୀ ଏବେ ଆଗକୁ ଅଗ୍ରସର ହୋଇନି।