ପାଣିପାଗ ବିଭାଗର ଅନୁମାନ; ଏହିସବୁ ରାଜ୍ୟରେ ହେବ ବର୍ଷା, ହେଲେ ଏହି ରାଜ୍ୟରେ ତ୍ରାହି ନାହିଁ
ନୂଆଦିଲ୍ଲୀ: ନିକଟରେ ଏପ୍ରିଲ ଓ ଜୁନ ମାସରେ ଅଧିକ ଖରା ହେବ। ଚଳିତ ବର୍ଷ ଅଧିକ ଗ୍ରୀଷ୍ମ ପ୍ରବାହ ରହିବ ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଥିଲା। ହେଲେ ଏବେ କେତେକ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ସହ କେତେକ ରାଜ୍ୟରେ ସାମାନ୍ୟରୁ ମଧ୍ୟମଧରଣର ବର୍ଷା ହେବାର ଆକଳନ କରିଛି ଆଇଏମ୍ଡି। ଏହା ପୂର୍ବରୁ ପାଣିପାଗ ବିଭାଗ କହିଥିଲା ଯେ ଏପ୍ରିଲ ଓ ଜୁନ ମାସରେ ଅଧିକ ଗରମ ରହିବ। ସାଧାରଣତଃ ୪-୮ଦିନ ଗ୍ରୀଷ୍ମ ପ୍ରବାହ ଧାରା ଜାରି ରହେ। ହେଲେ ଚଳିତ ବର୍ଷ ଦେଶର ବିଭିନ୍ନ ଅଞ୍ଚଳରେ ୧୦-୨୦ଟି ଗ୍ରୀଷ୍ମ ପ୍ରବାହ ଦେଖିବାକୁ ମିଳିବ ବୋଲି କହିଥିଲା।ପାଣିପାଗ ବିଭାଗ ଅନୁସାରେ, ଉତ୍ତର ଅଭ୍ୟାନ୍ତରୀଣ କର୍ଣ୍ଣାଟକ, ଓଡ଼ିଶା, ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ, ତେଲେଙ୍ଗାନା ଓ ଏବଂ ଆନ୍ଧ୍ର ପ୍ରଦେଶର କିଛି ଅଞ୍ଚଳରେ ଏପ୍ରିଲ ୭ ତାରିଖ ଯାଏ ଗ୍ରୀଷ୍ମ ପ୍ରବାହ ସ୍ଥିତି ଦେଖା ଦେଇପାରେ। ରାତିରେ ବି ଗରମ ହୋଇପାରେ ବୋଲି ପାଣିପାଗ ବିଭାଗ କହିଛି। ସେହିପରି ଏପ୍ରିଲ ୫ ପର୍ଯ୍ୟନ୍ତ ଗରମ ଓ ଆଦ୍ରତା ଭଳି ପାଗ କେରଳ, ମାହେଲ ତାମିଲନାଡୁ, ପୁଡୁଚେରୀ, କର୍ଣ୍ଣାଟକ ଉପକୂଳବର୍ତ୍ତି ଏରିଆ, ଗ୍ୟାଙ୍ଗଟିକ୍ ୱେଷ୍ଟବେଙ୍ଗଲ, ଓଡ଼ିଶା ଏବଂ ଆନ୍ଧ୍ର ପ୍ରଦେଶର କିଛି ଅଞ୍ଚଳରେ ଦେଖାଯିବ।ଅଳ୍ପ ଓ ମଧ୍ୟମ ଧରଣର ବର୍ଷା-ପାଣିପାଗ ବିଭାଗର ସଦ୍ୟତ ଖବର ଅନୁସାରେ, ଭାରତର ଉତ୍ତରପୂର୍ବ ରାଜ୍ୟରେ ଏପ୍ରିଲ ୯ ତାରିଖ ପର୍ଯ୍ୟନ୍ତ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେଇପାରେ।
ନୂଆଦିଲ୍ଲୀ: ନିକଟରେ ଏପ୍ରିଲ ଓ ଜୁନ ମାସରେ ଅଧିକ ଖରା ହେବ। ଚଳିତ ବର୍ଷ ଅଧିକ ଗ୍ରୀଷ୍ମ ପ୍ରବାହ ରହିବ ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଥିଲା। ହେଲେ ଏବେ କେତେକ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ସହ କେତେକ ରାଜ୍ୟରେ ସାମାନ୍ୟରୁ ମଧ୍ୟମଧରଣର ବର୍ଷା ହେବାର ଆକଳନ କରିଛି ଆଇଏମ୍ଡି।
ଏହା ପୂର୍ବରୁ ପାଣିପାଗ ବିଭାଗ କହିଥିଲା ଯେ ଏପ୍ରିଲ ଓ ଜୁନ ମାସରେ ଅଧିକ ଗରମ ରହିବ। ସାଧାରଣତଃ ୪-୮ଦିନ ଗ୍ରୀଷ୍ମ ପ୍ରବାହ ଧାରା ଜାରି ରହେ। ହେଲେ ଚଳିତ ବର୍ଷ ଦେଶର ବିଭିନ୍ନ ଅଞ୍ଚଳରେ ୧୦-୨୦ଟି ଗ୍ରୀଷ୍ମ ପ୍ରବାହ ଦେଖିବାକୁ ମିଳିବ ବୋଲି କହିଥିଲା।
ପାଣିପାଗ ବିଭାଗ ଅନୁସାରେ, ଉତ୍ତର ଅଭ୍ୟାନ୍ତରୀଣ କର୍ଣ୍ଣାଟକ, ଓଡ଼ିଶା, ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ, ତେଲେଙ୍ଗାନା ଓ ଏବଂ ଆନ୍ଧ୍ର ପ୍ରଦେଶର କିଛି ଅଞ୍ଚଳରେ ଏପ୍ରିଲ ୭ ତାରିଖ ଯାଏ ଗ୍ରୀଷ୍ମ ପ୍ରବାହ ସ୍ଥିତି ଦେଖା ଦେଇପାରେ। ରାତିରେ ବି ଗରମ ହୋଇପାରେ ବୋଲି ପାଣିପାଗ ବିଭାଗ କହିଛି। ସେହିପରି ଏପ୍ରିଲ ୫ ପର୍ଯ୍ୟନ୍ତ ଗରମ ଓ ଆଦ୍ରତା ଭଳି ପାଗ କେରଳ, ମାହେଲ ତାମିଲନାଡୁ, ପୁଡୁଚେରୀ, କର୍ଣ୍ଣାଟକ ଉପକୂଳବର୍ତ୍ତି ଏରିଆ, ଗ୍ୟାଙ୍ଗଟିକ୍ ୱେଷ୍ଟବେଙ୍ଗଲ, ଓଡ଼ିଶା ଏବଂ ଆନ୍ଧ୍ର ପ୍ରଦେଶର କିଛି ଅଞ୍ଚଳରେ ଦେଖାଯିବ।
ଅଳ୍ପ ଓ ମଧ୍ୟମ ଧରଣର ବର୍ଷା-
ପାଣିପାଗ ବିଭାଗର ସଦ୍ୟତ ଖବର ଅନୁସାରେ, ଭାରତର ଉତ୍ତରପୂର୍ବ ରାଜ୍ୟରେ ଏପ୍ରିଲ ୯ ତାରିଖ ପର୍ଯ୍ୟନ୍ତ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେଇପାରେ। ଅରୁଣାଚଳ ପ୍ରଦେଶ, ଆସାମ, ମେଘାଳୟ, ନାଗାଲଣ୍ଡ, ମଣିପୁର, ମିଜୋରାମ ଏବଂ ତ୍ରିପୁରାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ ବୋଲି ବିଭାଗ କହିଛି।