ବ୍ୟାପକ କରାଯିବ ମହୁଲ ଫୁଲରୁ ପ୍ରସ୍ତୁତ ଖାଦ୍ୟ: ମଧ୍ୟପ୍ରଦେଶ ପଦ୍ଧତି ଆପଣାଇବ ଓଡ଼ିଶା
ଦାରିଙ୍ଗବାଡି,୨।୧୨(ଅରୁଣ ସାହୁ):ଭାରତ ସରକାରଙ୍କ ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟ ଅଧୀନରେ ଥିବା ଟ୍ରାଇବାଲ କୋପେରେଟିଭ ମାର୍କେଟିଙ୍ଗ ଡେଭଲପମେଣ୍ଟ ଫେଡେରେସନ ଅଫ ଇଣ୍ଡିଆ ଲିମିଟେଡ଼ (ଟିଆରଆଇଏଫଇଡି)ର ଉପାଧ୍ୟକ୍ଷ ପବିତ୍ର କଂହର ୫ ଦିନିଆ ମଧ୍ୟପ୍ରଦେଶ ଗସ୍ତରେ ଅଛନ୍ତି। ସେ ଉକ୍ତ ରାଜ୍ୟରେ ବନ ଧନ ବିକାଶ କେନ୍ଦ୍ରଗୁଡିକ ବୁଲି ଦେଖିଛନ୍ତି। ବିଶେଷ କରି ଓଡିଶାରେ ଏହି ଯୋଜନାକୁ ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥା ମାଧ୍ୟମରେ ମହିଳାମାନଙ୍କୁ ସଶକ୍ତ କରିବା ସହ ପାରମ୍ପରିକ ଜଙ୍ଗଲଜାତୀୟ ଦ୍ରବ୍ୟ, ହଳଦୀ, ଅଦା, ତେନ୍ତୁଳି, ଖଲିପତ୍ର […] The post ବ୍ୟାପକ କରାଯିବ ମହୁଲ ଫୁଲରୁ ପ୍ରସ୍ତୁତ ଖାଦ୍ୟ: ମଧ୍ୟପ୍ରଦେଶ ପଦ୍ଧତି ଆପଣାଇବ ଓଡ଼ିଶା appeared first on Dharitri Odia News.
ଦାରିଙ୍ଗବାଡି,୨।୧୨(ଅରୁଣ ସାହୁ):ଭାରତ ସରକାରଙ୍କ ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟ ଅଧୀନରେ ଥିବା ଟ୍ରାଇବାଲ କୋପେରେଟିଭ ମାର୍କେଟିଙ୍ଗ ଡେଭଲପମେଣ୍ଟ ଫେଡେରେସନ ଅଫ ଇଣ୍ଡିଆ ଲିମିଟେଡ଼ (ଟିଆରଆଇଏଫଇଡି)ର ଉପାଧ୍ୟକ୍ଷ ପବିତ୍ର କଂହର ୫ ଦିନିଆ ମଧ୍ୟପ୍ରଦେଶ ଗସ୍ତରେ ଅଛନ୍ତି। ସେ ଉକ୍ତ ରାଜ୍ୟରେ ବନ ଧନ ବିକାଶ କେନ୍ଦ୍ରଗୁଡିକ ବୁଲି ଦେଖିଛନ୍ତି। ବିଶେଷ କରି ଓଡିଶାରେ ଏହି ଯୋଜନାକୁ ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥା ମାଧ୍ୟମରେ ମହିଳାମାନଙ୍କୁ ସଶକ୍ତ କରିବା ସହ ପାରମ୍ପରିକ ଜଙ୍ଗଲଜାତୀୟ ଦ୍ରବ୍ୟ, ହଳଦୀ, ଅଦା, ତେନ୍ତୁଳି, ଖଲିପତ୍ର ଆଦିକୁ ପ୍ରସ୍ତୁତୀ ଓ ବିକ୍ରୀ କରି ଜୀବନଜୀବିକା ସ୍ବାବଲମ୍ବୀ କରାଯାଉଥିବାବେଳେ ଏହି କାର୍ଯ୍ୟ ମଧ୍ୟପ୍ରଦେଶରେ ବନ ବିଭାଗ ମାଧ୍ୟମରେ ସେଠାକାର ଜୀବନଜୀବିକା ସ୍ବାବଲମ୍ବୀ ପାଇଁ କାର୍ଯ୍ୟକରୁଛନ୍ତି।
ମଧ୍ୟ ପ୍ରଦେଶର ବୈତୁଲ ଜିଲାର ଖେଡି ସାବିଲି ଗଡ଼ ଗ୍ରାମରେ ମହିଳାମାନଙ୍କ ଦ୍ୱାରା ଖଲି ପତ୍ର ପ୍ରସ୍ତୁତି କରାଯାଉଛି। ତାକୁ ଉପାଧ୍ୟାକ୍ଷ ବୁଲି ଦେଖିବା ସହ ଉକ୍ତ ରାଜ୍ୟର ରାବଲୀ ପଡା ଗ୍ରାମରେ ମହୁଲ ଫୁଲରୁ ଲଡ଼ୁ ବିସ୍କୁଟ ଭଳି ଉତ୍ତମ ଖାଦ୍ୟ ପ୍ରଣାଳୀ କେନ୍ଦ୍ରକୁ ବୁଲି ଦେଖିଛନ୍ତି। ସେ ଏନେଇ ପ୍ରତିକ୍ରିୟାରେ କହିଛନ୍ତି, କନ୍ଧମାଳ ଜିଲା ଫିରିଙ୍ଗିଆ ବ୍ଲକ ତଳଦଣ୍ଡିକିଆ ଗ୍ରାମରେ ଏଭଳି ଖଲି ପ୍ରସ୍ତୁତ କେନ୍ଦ୍ର ରହିଛି। ଆଗାମୀ ଦିନରେ ମହୁଲ ଫୁଲ ଏବଂ ଖଲିପତ୍ର ପ୍ରସ୍ତୁତି କେନ୍ଦ୍ର ସମସ୍ତ ବ୍ଲକରେ କରାଯିବାକୁ ଭାରତ ସରକାରଙ୍କ ଆଦିବାସୀ ବ୍ୟାପାର ମନ୍ତ୍ରାଳୟ ଅଧୀନରେ ଥିବା ଟ୍ରାଇବଲ କୋପେରେଟିଭ ମାର୍କେଟିଙ୍ଗ ଡେଭଲାପମେଣ୍ଟ ଫେଡେରେସନ ଅଫ ଇଣ୍ଡିଆ ଲିମିଟେଡ଼ପକ୍ଷରୁ ପଦକ୍ଷେପ ନିଆଯିବ ବୋଲି ଉପାଧ୍ୟକ୍ଷ ପବିତ୍ର କଂହର କହିଛନ୍ତି। ସେ ଏହି ଗସ୍ତ ସମୟରେ ଖେଡି ସାବିଲି ଗଡ଼ର ବନାଞ୍ଚଳ ଅଧିକାରୀ ଶ୍ୟାମଲତା ମରାବୀ ଓ ଅନ୍ୟ ଅଧିକାରୀ ଉପସ୍ଥିତ ରହି ଏହି ପ୍ରସ୍ତୁତ କେନ୍ଦ୍ରଗୁଡିକ ସମ୍ପର୍କରେ ଉପାଧ୍ୟକ୍ଷଙ୍କୁ ଅବଗତ କରାଇଥିଲେ।
The post ବ୍ୟାପକ କରାଯିବ ମହୁଲ ଫୁଲରୁ ପ୍ରସ୍ତୁତ ଖାଦ୍ୟ: ମଧ୍ୟପ୍ରଦେଶ ପଦ୍ଧତି ଆପଣାଇବ ଓଡ଼ିଶା appeared first on Dharitri Odia News.