କ୍ରିପ୍ଟୋ ଠକେଇ: ଦୋଷୀକୁ ୭ ବର୍ଷ ସଶ୍ରମ କାରାଦଣ୍ଡ

କଟକ, ୩୦।୪: କ୍ରିପ୍ଟୋ ନିବେଶ ନାମରେ ଶହ ଶହ ଜମାକାରୀଙ୍କ ନିକଟରୁ ୧.୧୩ କୋଟି ଟଙ୍କା ଠକେଇ କରିଥିବା ଅଭିଯୋଗରେ ବାଲେଶ୍ୱର ଓପିଆଇଡି ଅଦାଲତ ମୁଖ୍ୟ ଅଭିଯୁକ୍ତ ନୀଲେଶ କରଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି । ତାଙ୍କୁ ୭ ବର୍ଷ ସଶ୍ରମ କାରାଦଣ୍ଡ ସହ ୨.୩୫ ଲକ୍ଷ ଟଙ୍କା ଜରିମାନା ଦଣ୍ଡାଦେଶ ଶୁଣାଇଛନ୍ତି। ଜରିମାନା ରାଶି ପୈଠ ନକଲେ ଅଭିଯୁକ୍ତଙ୍କୁ ଅଧିକ ୦୨ ବର୍ଷ ଜେଲ ଦଣ୍ଡ ଭୋଗିବାକୁ ପଡ଼ିବ ବୋଲି ଅଦାଲତ ଆଦେଶ ଦେଇଛନ୍ତି। ମାମଲାର […] The post କ୍ରିପ୍ଟୋ ଠକେଇ: ଦୋଷୀକୁ ୭ ବର୍ଷ ସଶ୍ରମ କାରାଦଣ୍ଡ appeared first on Dharitri Odia News.

କ୍ରିପ୍ଟୋ ଠକେଇ: ଦୋଷୀକୁ ୭ ବର୍ଷ ସଶ୍ରମ କାରାଦଣ୍ଡ

କଟକ, ୩୦।୪: କ୍ରିପ୍ଟୋ ନିବେଶ ନାମରେ ଶହ ଶହ ଜମାକାରୀଙ୍କ ନିକଟରୁ ୧.୧୩ କୋଟି ଟଙ୍କା ଠକେଇ କରିଥିବା ଅଭିଯୋଗରେ ବାଲେଶ୍ୱର ଓପିଆଇଡି ଅଦାଲତ ମୁଖ୍ୟ ଅଭିଯୁକ୍ତ ନୀଲେଶ କରଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି । ତାଙ୍କୁ ୭ ବର୍ଷ ସଶ୍ରମ କାରାଦଣ୍ଡ ସହ ୨.୩୫ ଲକ୍ଷ ଟଙ୍କା ଜରିମାନା ଦଣ୍ଡାଦେଶ ଶୁଣାଇଛନ୍ତି। ଜରିମାନା ରାଶି ପୈଠ ନକଲେ ଅଭିଯୁକ୍ତଙ୍କୁ ଅଧିକ ୦୨ ବର୍ଷ ଜେଲ ଦଣ୍ଡ ଭୋଗିବାକୁ ପଡ଼ିବ ବୋଲି ଅଦାଲତ ଆଦେଶ ଦେଇଛନ୍ତି।

ମାମଲାର ବିବରଣୀ ଅନୁଯାୟୀ, 2023 ମସିହା ଏପ୍ରିଲ 5 ତାରିଖରେ ବାଲେଶ୍ୱର ଜିଲ୍ଲା ସହଦେବଖୁଣ୍ଟାର ବାସିନ୍ଦା ମହାମାନ୍ୟ ଜେନା କ୍ରିପ୍ଟୋ ନିବେଶ ନାମରେ ଠକାମୀର ଶିକାର ହୋଇଥିବା ସଂକ୍ରାନ୍ତରେ ଥାନାରେ ଅଭିଯୋଗ କରିଥିଲେ।

ଅଭିଯୁକ୍ତ ନିଲେଶ କର ତାଙ୍କୁ ‘କ୍ଲାଉଡ୍-ଫୁଟ୍’ ନାମକ ଏକ ଆପ୍/ୱେବସାଇଟରେ ଟଙ୍କା ନିବେଶ କରି ଅଧିକ ଟଙ୍କା ରୋଜଗାର କରିବାକୁ ପ୍ରୋତ୍ସାହିତ କରିଥିଲେ। ସେହି ଅନୁଯାୟୀ, ମହାମାନ୍ୟ ୨୦୨୩ ଜାନୁଆରୀରୁ ମାର୍ଚ୍ଚ ମଧ୍ୟରେ ଜମା କରି ସମୁଦାୟ ୨,୧୩,୦୩୮/- ଟଙ୍କା ବିନିଯୋଗ କରିଥିଲେ। ପରବର୍ତ୍ତୀ ସମୟରେ ତାଙ୍କୁ ୫୦,୫୭,୧୧୭/- ଟଙ୍କା ମିଳିବ ବୋଲି କ୍ଲାଉଡ୍-ଫୁଟ୍’ ପକ୍ଷରୁ ସୂଚନା ଦିଆ ଯାଇଥିଲା। ତେବେ ହଠାତ୍ ସମ୍ପୃକ୍ତ ୱେବସାଇଟ୍ ଟି ବନ୍ଦ ହୋଇଯାଇଥିଲା। ଫଳରେ ମହାମାନ୍ୟ ଟଙ୍କା ଉଠାଇବାରେ ସକ୍ଷମ ହୋଇନଥିଲେ। ପରବର୍ତ୍ତୀ ସମୟରେ ସେ ଠକାମୀର ଶିକାର ହୋଇଥିବା ଜାଣିବାକୁ ପାଇ ନ୍ୟାୟ ପାଇଁ ଥାନାର ଦ୍ୱାରସ୍ଥ ହୋଇଥିଲେ।

ଅଭିଯୁକ୍ତ ନିଲେଶ କର ବାଲେଶ୍ୱର ଜିଲ୍ଲା ପାଇଁ ଏହି ନକଲି ୱେବସାଇଟର ମୁଖ୍ୟ ଭାବେ ନିଯୁକ୍ତ ହୋଇଥିଲେ। ସାରା ରାଜ୍ୟରେ ୪୦୦ରୁ ଅଧିକ ଲୋକଙ୍କୁ ଏହି ୱେବସାଇଟର ସଦସ୍ୟ ହେବାକୁ ପ୍ରୋତ୍ସାହିତ କରିଥିଲେ ବୋଲି ପୋଲିସ ତଦନ୍ତ ସମୟରେ ଜାଣିବାକୁ ପାଇଥିଲା।

ଜମାକାରୀଙ୍କ ମନରେ ବିଶ୍ୱାସ ସୃଷ୍ଟି କରିବା ପାଇଁ ନୀଲେଶ ଆରବିଆଇର ନକଲି ଅନୁମୋଦନ ପତ୍ର ଏବଂ ‘କ୍ଲାଉଡ୍-ଫୁଟ୍’ର ନିଯୁକ୍ତି ପତ୍ର ମଧ୍ୟ ଦେଖାଇଥିଲେ। ଫଳରେ ସାରା ରାଜ୍ୟର ଜମାକାରୀମାନେ କୋଟି କୋଟି ଟଙ୍କା ପୁଞ୍ଜି ନିବେଶ କରିଥିଲେ। ଅନୁସନ୍ଧାନରୁ ଜଣାପଡିଛି ଯେ, ସାରା ଦେଶରେ ନକଲି ୱେବସାଇଟ୍ ‘କ୍ଲାଉଡ୍-ଫୁଟ୍’କୁ କ୍ରିପ୍ଟୋ ନିବେଶ ନାମରେ ଦେଶବ୍ୟାପୀ ନିବେଶକମାନଙ୍କୁ ଠକିବା ପାଇଁ ବ୍ୟବହାର କରାଯାଉଥିଲା।

ବାଲେଶ୍ୱର ଓପିଆଇଡି କୋର୍ଟର ସ୍ୱତନ୍ତ୍ର ସରକାରୀ ଓକିଲ ପ୍ରଣବ କୁମାର ପଣ୍ଡା ମାମଲା ପରିଚାଳନା କରୁଥିଲେ। ଇନ୍ସପେକ୍ଟର ତାପସ ରଞ୍ଜନ ସାହୁ ଏହି ମାମଲାର ତଦନ୍ତକାରୀ ଅଧିକାରୀ ଭାବେ ଦାୟିତ୍ୱ ନେଇଥିଲେ।

The post କ୍ରିପ୍ଟୋ ଠକେଇ: ଦୋଷୀକୁ ୭ ବର୍ଷ ସଶ୍ରମ କାରାଦଣ୍ଡ appeared first on Dharitri Odia News.