୩୪ଟି ନୂଆ ଏନଏଏସି ଗଠନ କେବଳ ରାଜ୍ୟସରକାରଙ୍କ ନିର୍ବାଚନୀ ଧୂଆଁବାଣ କହି ବର୍ଷିଲା ଭାଜପା

ଭୁବନେଶ୍ୱର,୨୫।୨: ରାଜ୍ୟ ସରକାର ୨୦ଟି ଜିଲାରେ ୩୪ଟି ନୂଆ ବିଜ୍ଞାପିତ ଅଞ୍ଚଳ ପରିଷଦ(ଏନଏସି) ଘୋଷଣାକୁ ନେଇ ବିଜେପି ବର୍ଷିଛି । କ୍ୟାବିନେଟ ଅନୁମୋଦନ ନାହିଁ କିମ୍ବା ବିଧାନସଭାର ଅନୁମତି ନାହିଁ । ଏପରିକି ରାଜ୍ୟପାଳ ମଧ୍ୟ ଅନୁମୋଦନ କରିନାହାନ୍ତି । ଏ ନେଇ ଜନଶୁଣାଣି ମଧ୍ୟ ହୋଇନାହିଁ । ସବୁ ନିୟମକୁ ଫୁ’ କରି ଅଚାନକ ୩୪ଟି ନୂଆ ଏନଏଏସି ଗଠନ ପାଇଁ ରାଜ୍ୟ ସରକାରଙ୍କ ଘୋଷଣା କେବଳ ଏକ ନିର୍ବାଚନୀ ଧୂଆଁବାଣ ବୋଲି ଭାଜପା ଅଭିଯୋଗ […] The post ୩୪ଟି ନୂଆ ଏନଏଏସି ଗଠନ କେବଳ ରାଜ୍ୟସରକାରଙ୍କ ନିର୍ବାଚନୀ ଧୂଆଁବାଣ କହି ବର୍ଷିଲା ଭାଜପା appeared first on Dharitri Odia News.

୩୪ଟି ନୂଆ ଏନଏଏସି ଗଠନ କେବଳ ରାଜ୍ୟସରକାରଙ୍କ ନିର୍ବାଚନୀ ଧୂଆଁବାଣ କହି ବର୍ଷିଲା ଭାଜପା

ଭୁବନେଶ୍ୱର,୨୫।୨: ରାଜ୍ୟ ସରକାର ୨୦ଟି ଜିଲାରେ ୩୪ଟି ନୂଆ ବିଜ୍ଞାପିତ ଅଞ୍ଚଳ ପରିଷଦ(ଏନଏସି) ଘୋଷଣାକୁ ନେଇ ବିଜେପି ବର୍ଷିଛି । କ୍ୟାବିନେଟ ଅନୁମୋଦନ ନାହିଁ କିମ୍ବା ବିଧାନସଭାର ଅନୁମତି ନାହିଁ । ଏପରିକି ରାଜ୍ୟପାଳ ମଧ୍ୟ ଅନୁମୋଦନ କରିନାହାନ୍ତି । ଏ ନେଇ ଜନଶୁଣାଣି ମଧ୍ୟ ହୋଇନାହିଁ । ସବୁ ନିୟମକୁ ଫୁ’ କରି ଅଚାନକ ୩୪ଟି ନୂଆ ଏନଏଏସି ଗଠନ ପାଇଁ ରାଜ୍ୟ ସରକାରଙ୍କ ଘୋଷଣା କେବଳ ଏକ ନିର୍ବାଚନୀ ଧୂଆଁବାଣ ବୋଲି ଭାଜପା ଅଭିଯୋଗ କରିଛି।
ଭାଜପାର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ନିର୍ବାଚନ ଆସିଲେ ବିଜେଡି ସରକାର ଲୋକଙ୍କୁ ପ୍ରତିଶ୍ରୁତି ଦିଏ। ଆଉ ପରେ ତାକୁ ଭୁଲିଯାଏ। ନୂଆ ଏନଏସି ଘୋଷଣା କରିବାପାଇଁ ହେଲେ ସେହି ପ୍ରସ୍ତାବକୁ କ୍ୟାବିନେଟ୍‌ରେ ପାରିତ କରିବାକୁ ପଡ଼େ କ୍ୟାବିନେଟ ପ୍ରସ୍ତାବକୁ ବିଧାନସଭାରେ ଅନୁମୋଦନ କରିବାକୁ ପଡ଼େ ଏହାକୁ ରାଜ୍ୟପାଳ ଅନୁମୋଦନ କଲାପରେ ଯାଇ କୌଣସି ନୂଆ ଏନଏସି ବା ନୂଆ ପୌରପରିଷଦ ଗଠନ କରାଯାଇଥାଏ । ଏବେ ସାଧାରଣ ନିର୍ବାଚନ ପୂର୍ବରୁ ବିଧାନସଭା ବସିବାର ନାହିଁ। ରାଜ୍ୟ ସରକାର ଘୋଷଣା କରିଥିବା ୩୪ଟି ନୂଆ ଏନ୍‌ଏସିକୁ ନେଇ କ୍ୟାବିନେଟରେ କୌଣସି ପ୍ରସ୍ତାବ ପାରିତ ହୋଇନାହିଁ ।

The post ୩୪ଟି ନୂଆ ଏନଏଏସି ଗଠନ କେବଳ ରାଜ୍ୟସରକାରଙ୍କ ନିର୍ବାଚନୀ ଧୂଆଁବାଣ କହି ବର୍ଷିଲା ଭାଜପା appeared first on Dharitri Odia News.