୨୦୨୪ରେ ହେବ ଦୁନିଆର ସବୁଠୁ ମହଙ୍ଗା ନିର୍ବାଚନ ? ଗତଥର ତୁଳନାରେ ଏଥର ଖର୍ଚ୍ଚ ହେବ ଏତିକି କୋଟି ଟଙ୍କା
ନୂଆଦିଲ୍ଲୀ: ଆସନ୍ତା କିଛି ମାସରେ ଲୋକସଭା ନିର୍ବାଚନ ହେବ । ଏହା ପୂର୍ବରୁ ସୁପ୍ରିମକୋର୍ଟ ନିର୍ବାଚନୀ ବଣ୍ଡ୍ ଉପରେ ରୋକ ଲଗାଇଛନ୍ତି । ଏହାପରେ ରାଜନୀତିକ ପାର୍ଟିଙ୍କୁ ମିଳୁଥିବା ଚାନ୍ଦା କମିବା ନେଇ ଅନୁମାନ କରାଯାଉଛି । ୨୦୧୯ରେ ହୋଇଥିବା ଲୋକସଭା ନିର୍ବାଚନ ଦୁନିଆର ସବୁଠୁ ମହଙ୍ଗା ନିର୍ବାଚନ ହୋଇଥିଲା । ସେଣ୍ଟେର୍ ଫର୍ ମିଡିଆ ଷ୍ଟଡିଜ୍ ଅନୁସାରେ, ୨୦୧୯ ନିର୍ବାଚନରେ ୫୦,୦୦୦ କୋଟି ଟଙ୍କାର ଅନୁମାନ କରାଯାଇଥିଲା, କିନ୍ତୁ ପ୍ରକୃତରେ ଏହା ୬୦,୦୦୦ କୋଟି ଟଙ୍କା ହୋଇଥିଲା । ଲୋକସଭା ନିର୍ବାଚନ ପାଞ୍ଚ ବର୍ଷରେ ଥରେ ହେଉଥିବାରୁ ଖର୍ଚ୍ଚ ମଧ୍ୟ ବଢିଥାଏ । ୨୦୦୯ରେ ହୋଇଥିବା ୧୫ତମ ଲୋକସଭା ନିର୍ବାଚନ ବଜେଟ୍ ତାର ପୂର୍ବ ନିର୍ବାଚନ ଠାରୁ ୧୫ ଗୁଣା ଅଧିକ ଥିଲା । ଏହା ପୂର୍ବର ସୂଚନା ଦେବାକୁ ଗଲେ ୧୯୯୩ ଲୋକସଭାରେ ୯ ହଜାର କୋଟି, ୧୯୯୯ରେ ୧୦,୦୦୦ କୋଟି, ୨୦୦୪ରେ ୧୪,୦୦୦ କୋଟି, ୨୦୦୯ରେ ୨୦,୦୦୦ କୋଟି, ୨୦୧୪ରେ ୩୦,୦୦୦ କୋଟି ଏବଂ ୨୦୧୯ରେ ୬୦,୦୦୦ କୋଟି ଟଙ୍କା ନିର୍ବାଚନରେ ଖର୍ଚ୍ଚ ହୋଇଥିଲା । ଏହିପରି ୨୦୧୯ ନିର୍ବାଚନରେ ୨୦୧୪ ତୁଳନାରେ ଦି’ଗୁଣା ଅଧିକ ଖର୍ଚ୍ଚ ହୋଇଥିଲା । ଏହି ପରିସଂଖ୍ୟାନକୁ ଦେଖିଲେ ୨୦୧୪ ଲୋକସଭା ନିର୍ବାଚନରେ ପ୍ରାୟ ୧ ଲକ୍ଷ ୨୦ ହଜାର କୋଟି ଟଙ୍କା ଖର୍ଚ୍ଚ ହୋଇପାରେ । ଯାହା ଦୁନିଆର ସବୁଠୁ ମହଙ୍ଗା ନିର୍ବାଚନ ହୋଇପାରେ । ପଢନ୍ତୁ: ସକାଳ ୩.୩୦ରେ ନିର୍ବାଚନୀ ବଣ୍ଡ୍ ଉପରେ ନିଷ୍ପତ୍ତି ଲେଖୁ
ନୂଆଦିଲ୍ଲୀ: ଆସନ୍ତା କିଛି ମାସରେ ଲୋକସଭା ନିର୍ବାଚନ ହେବ । ଏହା ପୂର୍ବରୁ ସୁପ୍ରିମକୋର୍ଟ ନିର୍ବାଚନୀ ବଣ୍ଡ୍ ଉପରେ ରୋକ ଲଗାଇଛନ୍ତି । ଏହାପରେ ରାଜନୀତିକ ପାର୍ଟିଙ୍କୁ ମିଳୁଥିବା ଚାନ୍ଦା କମିବା ନେଇ ଅନୁମାନ କରାଯାଉଛି । ୨୦୧୯ରେ ହୋଇଥିବା ଲୋକସଭା ନିର୍ବାଚନ ଦୁନିଆର ସବୁଠୁ ମହଙ୍ଗା ନିର୍ବାଚନ ହୋଇଥିଲା । ସେଣ୍ଟେର୍ ଫର୍ ମିଡିଆ ଷ୍ଟଡିଜ୍ ଅନୁସାରେ, ୨୦୧୯ ନିର୍ବାଚନରେ ୫୦,୦୦୦ କୋଟି ଟଙ୍କାର ଅନୁମାନ କରାଯାଇଥିଲା, କିନ୍ତୁ ପ୍ରକୃତରେ ଏହା ୬୦,୦୦୦ କୋଟି ଟଙ୍କା ହୋଇଥିଲା । ଲୋକସଭା ନିର୍ବାଚନ ପାଞ୍ଚ ବର୍ଷରେ ଥରେ ହେଉଥିବାରୁ ଖର୍ଚ୍ଚ ମଧ୍ୟ ବଢିଥାଏ ।
୨୦୦୯ରେ ହୋଇଥିବା ୧୫ତମ ଲୋକସଭା ନିର୍ବାଚନ ବଜେଟ୍ ତାର ପୂର୍ବ ନିର୍ବାଚନ ଠାରୁ ୧୫ ଗୁଣା ଅଧିକ ଥିଲା । ଏହା ପୂର୍ବର ସୂଚନା ଦେବାକୁ ଗଲେ ୧୯୯୩ ଲୋକସଭାରେ ୯ ହଜାର କୋଟି, ୧୯୯୯ରେ ୧୦,୦୦୦ କୋଟି, ୨୦୦୪ରେ ୧୪,୦୦୦ କୋଟି, ୨୦୦୯ରେ ୨୦,୦୦୦ କୋଟି, ୨୦୧୪ରେ ୩୦,୦୦୦ କୋଟି ଏବଂ ୨୦୧୯ରେ ୬୦,୦୦୦ କୋଟି ଟଙ୍କା ନିର୍ବାଚନରେ ଖର୍ଚ୍ଚ ହୋଇଥିଲା । ଏହିପରି ୨୦୧୯ ନିର୍ବାଚନରେ ୨୦୧୪ ତୁଳନାରେ ଦି’ଗୁଣା ଅଧିକ ଖର୍ଚ୍ଚ ହୋଇଥିଲା । ଏହି ପରିସଂଖ୍ୟାନକୁ ଦେଖିଲେ ୨୦୧୪ ଲୋକସଭା ନିର୍ବାଚନରେ ପ୍ରାୟ ୧ ଲକ୍ଷ ୨୦ ହଜାର କୋଟି ଟଙ୍କା ଖର୍ଚ୍ଚ ହୋଇପାରେ । ଯାହା ଦୁନିଆର ସବୁଠୁ ମହଙ୍ଗା ନିର୍ବାଚନ ହୋଇପାରେ ।
ପଢନ୍ତୁ: ସକାଳ ୩.୩୦ରେ ନିର୍ବାଚନୀ ବଣ୍ଡ୍ ଉପରେ ନିଷ୍ପତ୍ତି ଲେଖୁଥିଲେ CJI, ତିନି ମାସରେ ପ୍ରସ୍ତୁତ କରାଗଲା ୨୩୨ ପୃଷ୍ଠାର ରାୟ
ଯଦି ୨୦୧୯ରେ ହୋଇଥିବା ନିର୍ବାଚନ କଥା ଉଲ୍ଲେଖ କରିବା ତେବେ ଏଥିରୁ ୨୦ ପ୍ରତିଶତ ଅର୍ଥାତ୍ ୧୨ ହଜାର କୋଟି ଟଙ୍କା ନିର୍ବାଚନ ଆୟୋଗ ନିର୍ବାଚନ ପରିଚାଳନାରେ ଖର୍ଚ୍ଚ କରିଥିଲେ । ୩୫ ପ୍ରତିଶତ ଅର୍ଥାତ୍ ୨୫,୦୦୦ କୋଟି ଟଙ୍କା ରାଜନୀତିକ ପାର୍ଟିଙ୍କ ଦ୍ୱାରା ଖର୍ଚ୍ଚ କରାଯାଇଥିଲା । ୨୫ ହଜାର କୋଟିରୁ ୪୫ ପ୍ରତିଶତ ବିଜେପି ଖର୍ଚ୍ଚ କରିଥିଲା, ଅନ୍ୟପଟେ କଂଗ୍ରେସ ୨୦ ପ୍ରତିଶତ ଏବଂ ଅନ୍ୟ ଦଳମାନେ ୩୫ ପ୍ରତିଶତ ଖର୍ଚ୍ଚ କରିଥିଲେ । ୨୦୧୯ରେ ସୋସିଆଲ୍ ମିଡିଆରେ ପ୍ରାୟ ୫୦୦୦ କୋଟି ଟଙ୍କା ଖର୍ଚ୍ଚ କରାଯାଇଥିଲା ।
The post ୨୦୨୪ରେ ହେବ ଦୁନିଆର ସବୁଠୁ ମହଙ୍ଗା ନିର୍ବାଚନ ? ଗତଥର ତୁଳନାରେ ଏଥର ଖର୍ଚ୍ଚ ହେବ ଏତିକି କୋଟି ଟଙ୍କା appeared first on Prameya News7.