ବଜେଟ ପରେ ନିର୍ମଳା ସୀତାରମଣଙ୍କ ବଡ଼ ପ୍ରତିକ୍ରିୟା: ‘ମୁଁ ମଧ୍ୟବିତ୍ତ ପରିବାରକୁ ରିହାତି ଦେବାକୁ ଚାହେଁ, କିନ୍ତୁ…’
ନୂଆଦିଲ୍ଲୀ,୨୬ା୭: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଲଗାତାର ସପ୍ତମ ଥର ପାଇଁ ବଜେଟ ଉପସ୍ଥାପନା କରି ରେକର୍ଡ କରିଥିବା ବେଳେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଏକ ସାକ୍ଷାତାରରେ ତାଙ୍କର ପ୍ରତିକ୍ରିୟା ରଖିଛନ୍ତି। ମୋଦିଙ୍କ ତୃତୀୟ କାର୍ଯ୍ୟକାଳର ପ୍ରଥମ ବଜେଟ ପରେ ବିଭିନ୍ନ ବର୍ଗର ଲୋକେ ନାନା ପ୍ରକାର ସକାରାତ୍ମକ ଏବଂ ନକାରାତ୍ମକ ପ୍ରତିକ୍ରିୟା ପ୍ରକାଶ କରୁଛନ୍ତି। ଏହାରି ମଧ୍ୟରେ ନିର୍ମଳା ମଧ୍ୟବିତ୍ତ ପରିବାରର ସମସ୍ୟା ଏବଂ ପ୍ରଶ୍ନ ଉପରେ ନିଜର ମୁହଁ ଖୋଲିଛନ୍ତି। ସେ କହିଛନ୍ତି ”ସରକାର […] The post ବଜେଟ ପରେ ନିର୍ମଳା ସୀତାରମଣଙ୍କ ବଡ଼ ପ୍ରତିକ୍ରିୟା: ‘ମୁଁ ମଧ୍ୟବିତ୍ତ ପରିବାରକୁ ରିହାତି ଦେବାକୁ ଚାହେଁ, କିନ୍ତୁ…’ appeared first on Dharitri Odia News.
ନୂଆଦିଲ୍ଲୀ,୨୬ା୭: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଲଗାତାର ସପ୍ତମ ଥର ପାଇଁ ବଜେଟ ଉପସ୍ଥାପନା କରି ରେକର୍ଡ କରିଥିବା ବେଳେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଏକ ସାକ୍ଷାତାରରେ ତାଙ୍କର ପ୍ରତିକ୍ରିୟା ରଖିଛନ୍ତି। ମୋଦିଙ୍କ ତୃତୀୟ କାର୍ଯ୍ୟକାଳର ପ୍ରଥମ ବଜେଟ ପରେ ବିଭିନ୍ନ ବର୍ଗର ଲୋକେ ନାନା ପ୍ରକାର ସକାରାତ୍ମକ ଏବଂ ନକାରାତ୍ମକ ପ୍ରତିକ୍ରିୟା ପ୍ରକାଶ କରୁଛନ୍ତି।
ଏହାରି ମଧ୍ୟରେ ନିର୍ମଳା ମଧ୍ୟବିତ୍ତ ପରିବାରର ସମସ୍ୟା ଏବଂ ପ୍ରଶ୍ନ ଉପରେ ନିଜର ମୁହଁ ଖୋଲିଛନ୍ତି। ସେ କହିଛନ୍ତି ”ସରକାର ଦେଶର ମଧ୍ୟବିତ୍ତ ପରିବାରକୁ ରିହାତି ଦେବାକୁ ଚାହୁଁଛି, କିନ୍ତୁ ମୋର ମଧ୍ୟ ସୀମା ଅଛି। ମୁଁ ଟିକସ ହାର ହ୍ରାସ କରି ଆଶ୍ବସ୍ତି ଦେବାକୁ ଚାହୁଁଛି, ଏବଂ ସେଥିପାଇଁ ଦରମା ଉପରେ ନିର୍ଭର କରୁଥିବା ଲୋକମାନଙ୍କ ପାଇଁ ମାନକ ରିହାତି ହାର ୫୦,୦୦୦ ରୁ ୭୫,୦୦୦ କୁ ବୃଦ୍ଧି କରାଯାଇଛି। ଟିକସ ହାର ବୃଦ୍ଧି କରି ଉଚ୍ଚ ଆୟ ବର୍ଗର ଟିକସ ଦାୟିତ୍ୱ ମଧ୍ୟ ବଢିଥାଏ। ଟିକସ ହାର ହ୍ରାସ କରିବା ଉଦ୍ଦେଶ୍ୟରେ ଏହି ନୂତନ ଟିକସ ବ୍ୟବସ୍ଥା କାର୍ଯ୍ୟକାରୀ କରାଯାଇଥିଲା ଏବଂ ପୁରୁଣା ଟିକସ ବ୍ୟବସ୍ଥା ତୁଳନାରେ ଟିକସ ହାର କମ୍ ରହିଛି ବୋଲି ନିର୍ମଳା କହିଛନ୍ତି।”
ମଧ୍ୟବିତ୍ତ ପରିବାର ପ୍ରତି ନିଜର ସମବେଦନା ପ୍ରକାଶ କରି ନିର୍ମଳା କହିଛନ୍ତି ‘ମୁଁ ମଧ୍ୟ ମଧ୍ୟବିତ୍ତ ପରିବାରରୁ ଆସିଛି, ତେଣୁ ମୁଁ ସେମାନଙ୍କର କଷ୍ଟ ବୁଝିପାରୁଛି।’
ସେ ଏହାମଧ୍ୟ କହିଛନ୍ତି, ଦେଶରେ ଦ୍ରବ୍ୟ ଏବଂ ସେବା କର(ଜିଏସଟି) ଲାଗୁ ହେବା ପୂର୍ବରୁ ସମସ୍ତ ରାଜ୍ୟ ସମସ୍ତ ଅତ୍ୟାବଶ୍ୟକ ସାମଗ୍ରୀ ଉପରେ ସେମାନଙ୍କର ଅଲଗା ଅଲଗା କର ଲାଗୁ କରିଛନ୍ତି। ଫଳରେ ଦେଶର ବିଭିନ୍ନ ସ୍ଥାନରେ ଭିନ୍ନ ଦର ଦେଖିବାକୁ ମିଳୁଛି। କିନ୍ତୁ ଜିଏସଟି ଲାଗୁ ହେବା ପରେ ସମସ୍ତ ଅତ୍ୟାବଶ୍ୟକ ସାମଗ୍ରୀ ଉପରେ ଦରଦାମ୍ ନିୟନ୍ତ୍ରଣରେ ଆସିଛି ଏବଂ ସାଧାରଣ ଲୋକଙ୍କୁ ଆଶ୍ବସ୍ତି ମିଳିଛି।
ତେବେ ଚଳିତ ବଜେଟରେ ସରକାର ଆୟକର ସ୍ଲାବ୍ ପରିବର୍ତ୍ତନ କରିଛନ୍ତି। ଯାହାଫଳରେ ୧୦ ଲକ୍ଷରୁ କମ୍ ଆୟ କରୁଥିବା ଲୋକମାନଙ୍କୁ ରିହାତି ପ୍ରଦାନ କରିବ। ନୂତନ ଆୟକର ସ୍ଲାବ୍ ଅନୁଯାୟୀ
ତିନି ଲକ୍ଷ ପର୍ୟ୍ୟନ୍ତ ଆୟ ଉପରେ କୌଣସି କର ନ ଥିବା ବେଳେ ତିନି ଲକ୍ଷ ଏକ ଟଙ୍କାରୁ ୭ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ୫% କର ବ୍ୟବସ୍ଥା କରାଯାଇଛି ଏବଂ ୭ ଲକ୍ଷ ୧ ଟଙ୍କାରୁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ ଉପରେ ୧୦% କର ବ୍ୟବସ୍ଥା କରାଯାଇଛି। ସେହିଭଳି ୧୦ ଲକ୍ଷରୁ ୧୨ ଲକ୍ଷ ମଧ୍ୟରେ ୧୫%, ୧୨ ଲକ୍ଷରୁ ୧୫ ଲକ୍ଷ ମଧ୍ୟରେ ୨୦% ଏବଂ ୧୫% ରୁ ଉର୍ଦ୍ଧ ଆୟ ପାଇଁ ୩୦% ଆୟକର ବ୍ୟବସ୍ଥା କରାଯାଇଛି।
The post ବଜେଟ ପରେ ନିର୍ମଳା ସୀତାରମଣଙ୍କ ବଡ଼ ପ୍ରତିକ୍ରିୟା: ‘ମୁଁ ମଧ୍ୟବିତ୍ତ ପରିବାରକୁ ରିହାତି ଦେବାକୁ ଚାହେଁ, କିନ୍ତୁ…’ appeared first on Dharitri Odia News.