କ୍ରୀଡ଼ା ମନ୍ତ୍ରଣାଳୟର ବଡ଼ ନିଷ୍ପତ୍ତି, ଭାରତୀୟ ପାରା ଅଲିମ୍ପିକ କମିଟି ସସ୍ପେଣ୍ଡ
ନୂଆଦିଲ୍ଲୀ: କ୍ରୀଡ଼ା ମନ୍ତ୍ରଣାଳୟ ଶନିବାର ବଡ ନିଷ୍ପତ୍ତିକ୍ରମେ ଭାରତୀୟ ପାରା ଅଲିମ୍ପିକ(ପିସିଆଇ)କୁ ନିଲମ୍ବିତ କରିଛି। ନିର୍ବାଚନ ପ୍ରକ୍ରିୟାରେ ଅନିୟମିତତା ପାଇଁ ମନ୍ତ୍ରଣାଳୟ ଏହି ନିଷ୍ପତ୍ତି ନେଇଛି। ଏହି କାର୍ଯ୍ୟାନୁଷ୍ଠାନ ଗତ କାର୍ଯ୍ୟକାରୀ କମିଟିର କାର୍ଯ୍ୟକାଳ ସମାପ୍ତ ହେବାର ପ୍ରାୟ ୨ ମାସ ପରେ ପିସିଆଇ ଦ୍ଵାରା ନିର୍ବାଚନ ଘୋଷଣା ପରେ ନିଆଯାଇଛି। ମନ୍ତ୍ରଣାଳୟ କହିଛି ଭାରତୀୟ ପାରା ଅଲିମ୍ପିକ କମିଟି ଦ୍ଵାରା ସମ୍ବିଧାନ ଓ କ୍ରୀଡ଼ା ନିୟମର ଉଲ୍ଲଂଘନ କରାଯାଇଛି। ଦେଶରେ ପାରା କ୍ରୀଡ଼ା ପାଇଁ ରାଷ୍ଟ୍ରୀୟ କ୍ରୀଡ଼ା ମହାସଂଘ(ଏନଏସଏଫ) ଦ୍ଵାରା ମାନ୍ୟତା ପ୍ରାପ୍ତ ଭାରତୀୟ ପାରା ଅଲିମ୍ପିକ କମିଟିର ଶେଷ ନିର୍ବାଚନ ୨୦୧୯ ସେପ୍ଟେମ୍ବରରେ ହୋଇଥିଲା। ତେବେ ଆଇନଗତ ଜଟିଳତା କାରଣରୁ ଫଳାଫଳ ୨୦୨୦ ଜାନୁଆରୀ ୩୧ ପର୍ଯ୍ୟନ୍ତ ଘୋଷଣା କରାଯାଇ ନ ଥିଲା। କମିଟି ପ୍ରକ୍ରିୟାକୁ ଘୁଞ୍ଚାଇ ଚାଲିଥିଲା। Also read- ଦ୍ରୁତତମ ୧୫୦ ଓ୍ଵିକେଟ୍ ନେଲେ ଯଶପ୍ରୀତ ବୁମରା, ୧୦୦ ବର୍ଷରେ ଶ୍ରେଷ୍ଠ ବୋଲିଂ ହାର, ସ୍ଥାପନ କଲେ ନୂତନ କୀର୍ତ୍ତମାନ କ୍ରୀଡ଼ା ମନ୍ତ୍ରଣାଳୟ କହିଛି, ୨୦୨୪ ମାର୍ଚ୍ଚ ୨୮ରେ ନିର୍ବାଚନ କରାଇବା ପିସିଆଇର ନିର୍ଣ୍ଣୟ ଅସାମ୍ବିଧାନିକ ଓ କ୍ରୀଡ଼ା ସଂହିତାକୁ ଉଲ୍ଲଂଘନ କରୁଛି। ପଦାଧିକାରୀଙ୍କ କାର୍ଯ୍ୟକାଳ ସରିବାର ଏକ ମାସ ପୂର୍ବରୁ ନିର୍ବାଚନ କରାଇବା ବାଧ୍ୟତାମୂଳକ। କିନ୍ତୁ କମିଟି ଜାଣିଶୁଣି ଟାଳଟୁଳ ନୀ
ନୂଆଦିଲ୍ଲୀ: କ୍ରୀଡ଼ା ମନ୍ତ୍ରଣାଳୟ ଶନିବାର ବଡ ନିଷ୍ପତ୍ତିକ୍ରମେ ଭାରତୀୟ ପାରା ଅଲିମ୍ପିକ(ପିସିଆଇ)କୁ ନିଲମ୍ବିତ କରିଛି। ନିର୍ବାଚନ ପ୍ରକ୍ରିୟାରେ ଅନିୟମିତତା ପାଇଁ ମନ୍ତ୍ରଣାଳୟ ଏହି ନିଷ୍ପତ୍ତି ନେଇଛି। ଏହି କାର୍ଯ୍ୟାନୁଷ୍ଠାନ ଗତ କାର୍ଯ୍ୟକାରୀ କମିଟିର କାର୍ଯ୍ୟକାଳ ସମାପ୍ତ ହେବାର ପ୍ରାୟ ୨ ମାସ ପରେ ପିସିଆଇ ଦ୍ଵାରା ନିର୍ବାଚନ ଘୋଷଣା ପରେ ନିଆଯାଇଛି। ମନ୍ତ୍ରଣାଳୟ କହିଛି ଭାରତୀୟ ପାରା ଅଲିମ୍ପିକ କମିଟି ଦ୍ଵାରା ସମ୍ବିଧାନ ଓ କ୍ରୀଡ଼ା ନିୟମର ଉଲ୍ଲଂଘନ କରାଯାଇଛି।
ଦେଶରେ ପାରା କ୍ରୀଡ଼ା ପାଇଁ ରାଷ୍ଟ୍ରୀୟ କ୍ରୀଡ଼ା ମହାସଂଘ(ଏନଏସଏଫ) ଦ୍ଵାରା ମାନ୍ୟତା ପ୍ରାପ୍ତ ଭାରତୀୟ ପାରା ଅଲିମ୍ପିକ କମିଟିର ଶେଷ ନିର୍ବାଚନ ୨୦୧୯ ସେପ୍ଟେମ୍ବରରେ ହୋଇଥିଲା। ତେବେ ଆଇନଗତ ଜଟିଳତା କାରଣରୁ ଫଳାଫଳ ୨୦୨୦ ଜାନୁଆରୀ ୩୧ ପର୍ଯ୍ୟନ୍ତ ଘୋଷଣା କରାଯାଇ ନ ଥିଲା। କମିଟି ପ୍ରକ୍ରିୟାକୁ ଘୁଞ୍ଚାଇ ଚାଲିଥିଲା।
Also read- ଦ୍ରୁତତମ ୧୫୦ ଓ୍ଵିକେଟ୍ ନେଲେ ଯଶପ୍ରୀତ ବୁମରା, ୧୦୦ ବର୍ଷରେ ଶ୍ରେଷ୍ଠ ବୋଲିଂ ହାର, ସ୍ଥାପନ କଲେ ନୂତନ କୀର୍ତ୍ତମାନ
କ୍ରୀଡ଼ା ମନ୍ତ୍ରଣାଳୟ କହିଛି, ୨୦୨୪ ମାର୍ଚ୍ଚ ୨୮ରେ ନିର୍ବାଚନ କରାଇବା ପିସିଆଇର ନିର୍ଣ୍ଣୟ ଅସାମ୍ବିଧାନିକ ଓ କ୍ରୀଡ଼ା ସଂହିତାକୁ ଉଲ୍ଲଂଘନ କରୁଛି। ପଦାଧିକାରୀଙ୍କ କାର୍ଯ୍ୟକାଳ ସରିବାର ଏକ ମାସ ପୂର୍ବରୁ ନିର୍ବାଚନ କରାଇବା ବାଧ୍ୟତାମୂଳକ। କିନ୍ତୁ କମିଟି ଜାଣିଶୁଣି ଟାଳଟୁଳ ନୀତି କରି ନିର୍ବାଚନ ଠିକ୍ ସମୟରେ କରାଇ ନ ଥିଲେ। ସରକାରୀ ଗାଇଡଲାଇନ୍ର ମଧ୍ୟ ପାଳନ କରି ନ ଥିଲେ। ତେଣୁ ପାରା ଅଲିମ୍ପିକ କମିଟିରୁ ସସ୍ପେଣ୍ଡ କରାଯାଉଛି। ପରବର୍ତ୍ତୀ ନିଷ୍ପତ୍ତି ପର୍ଯ୍ୟନ୍ତ ଏହି ଆଦେଶ ଲାଗୁ ରହିବ। ଭାରତୀୟ କ୍ରୀଡ଼ା ପ୍ରାଧୀକରଣ(SAI)କୁ ଏକ କମିଟି ଗଠନ କରି ଅନ୍ତର୍ଜାତୀୟ ପାରା ଅଲିମ୍ପିକ କମିଟି ସହ ସମନ୍ଵୟ ରଖିବାକୁ କ୍ରୀଡ଼ା ମନ୍ତ୍ରଣାଳୟ ଆଦେଶ ଦେଇଛନ୍ତି।
The post କ୍ରୀଡ଼ା ମନ୍ତ୍ରଣାଳୟର ବଡ଼ ନିଷ୍ପତ୍ତି, ଭାରତୀୟ ପାରା ଅଲିମ୍ପିକ କମିଟି ସସ୍ପେଣ୍ଡ appeared first on Prameya News7.