କ୍ରେଡିଟ୍ କାର୍ଡ ଠକେଇ ୪୩%, ୟୁପିଆଇରେ ୩୦%; ସହରାଞ୍ଚଳକୁ ନେଇ ଲୋକାଲ ସର୍କଲ୍ର ସର୍ଭେ
ନୂଆଦିଲ୍ଲୀ: ଚିନ୍ତା ବଢ଼ାଇଛି କ୍ରେଡିଟ୍ କାର୍ଡରେ ଅର୍ଥିକ ଠକେଇ । ଗତ ୩ ତିନି ବର୍ଷରେ ଭାରତୀୟ ପରିବାର ଏହା ଦ୍ୱାରା କ୍ଷତିଗ୍ରସ୍ତ ହୋଇଛନ୍ତି । ବ୍ୟକ୍ତି ବିଶେଷ ନିଜେ କିମ୍ବା ସେମାନଙ୍କ ପରିବାର ମଧ୍ୟରୁ କେହି ଏଭଳି ଆର୍ଥିକ ଠକେଇରେ ଶିକାର ହୋଇଛନ୍ତି । ଆର୍ଥିକ ଠକେଇର ଶିକାର ହୋଇଥିବା ସହରୀ ଲୋକଙ୍କ ମଧ୍ୟରେ ୪୩% କ୍ରେଡିଟ କାର୍ଡ କ୍ଷେତ୍ରରେ ଠକେଇ ସାମ୍ନା କରିଛନ୍ତି । ସେହିଭଳି ୟୁପିଆଇ ନେଣଦେଣରେ ୩୦% ଠକେଇ ହୋଇଥିବା ଲୋକାଲ ସର୍କଲ ସର୍ଭେରୁ ଜଣାପଡିଛି । କ୍ରେଡିଟ କାର୍ଡ ଦ୍ୱାରା ଠକେଇ ଶିକାର ହୋଇଥିବା ୧ରୁ ୨% ଲୋକ ଘରୋଇ ଏବଂ ମର୍ଚ୍ଚାଣ୍ଟ ୱେବସାଇଟଗୁଡିକ ଦ୍ୱାରା ଅନଧିକୃତ ଦେୟ ଭରିଛନ୍ତି । ୟୁପିଆଇ ଠକେଇ ସାମ୍ନା କରିଥିବା ପ୍ରତି ୧୦ରୁ ୪ଜଣ କହିଛନ୍ତି ଯେ, ପେମେଣ୍ଟ ପାଇବାକୁ କହି କ୍ୟୁଆର୍ ପଠାଯାଇଛି । ଆକାଉଣ୍ଟକୁ ପଇସା ଆସିବା ପରିବର୍ତ୍ତେ ଆକାଉଣ୍ଟରୁ ଟଙ୍କା କଟି ଯାଇଛି ।ଆର୍ଥିକ ଠକେଇରୁ ବଞ୍ଚିବା ଲାଗି ବୁଦ୍ଧମତା ଦେଖାଇବାକୁ ପଡ଼ିବ । ଏ ନେଇ କେନ୍ଦ୍ରୀୟ ବ୍ୟାଙ୍କ୍ ମଧ୍ୟ ବିଭିନ୍ନ ସମୟରେ ସଚେତନତା ସୃଷ୍ଟି କରୁଛି । ଦେଶର ୩୦୨ ଜିଲ୍ଲାରୁ ୨୩ ହଜାର ଲୋକଙ୍କୁ ନେଇ ଏହି ସର୍ଭେ କରାଯାଇଥିଲା । ଏଥିରେ ୬୨% ପୁରୁଷ ଥିବା ବେଳେ ୩୮% ମହିଳା ସାମିଲ ହୋଇଥିଲେ । ଏହି ସର୍ଭେରେ କୁହାଯାଇଛି, ଉଭୟ ୟୁପିଆଇ ଏବଂ କ୍ରେଡିଟ୍ କାର୍ଡ ବ୍ୟବହାର କ୍ଷେତ୍ରରେ ଅଧିକ ସଚେତନତା ଆବଶ୍ୟକତା ରହିଛି । ସେହିଭଳ
ନୂଆଦିଲ୍ଲୀ: ଚିନ୍ତା ବଢ଼ାଇଛି କ୍ରେଡିଟ୍ କାର୍ଡରେ ଅର୍ଥିକ ଠକେଇ । ଗତ ୩ ତିନି ବର୍ଷରେ ଭାରତୀୟ ପରିବାର ଏହା ଦ୍ୱାରା କ୍ଷତିଗ୍ରସ୍ତ ହୋଇଛନ୍ତି । ବ୍ୟକ୍ତି ବିଶେଷ ନିଜେ କିମ୍ବା ସେମାନଙ୍କ ପରିବାର ମଧ୍ୟରୁ କେହି ଏଭଳି ଆର୍ଥିକ ଠକେଇରେ ଶିକାର ହୋଇଛନ୍ତି । ଆର୍ଥିକ ଠକେଇର ଶିକାର ହୋଇଥିବା ସହରୀ ଲୋକଙ୍କ ମଧ୍ୟରେ ୪୩% କ୍ରେଡିଟ କାର୍ଡ କ୍ଷେତ୍ରରେ ଠକେଇ ସାମ୍ନା କରିଛନ୍ତି । ସେହିଭଳି ୟୁପିଆଇ ନେଣଦେଣରେ ୩୦% ଠକେଇ ହୋଇଥିବା ଲୋକାଲ ସର୍କଲ ସର୍ଭେରୁ ଜଣାପଡିଛି । କ୍ରେଡିଟ କାର୍ଡ ଦ୍ୱାରା ଠକେଇ ଶିକାର ହୋଇଥିବା ୧ରୁ ୨% ଲୋକ ଘରୋଇ ଏବଂ ମର୍ଚ୍ଚାଣ୍ଟ ୱେବସାଇଟଗୁଡିକ ଦ୍ୱାରା ଅନଧିକୃତ ଦେୟ ଭରିଛନ୍ତି । ୟୁପିଆଇ ଠକେଇ ସାମ୍ନା କରିଥିବା ପ୍ରତି ୧୦ରୁ ୪ଜଣ କହିଛନ୍ତି ଯେ, ପେମେଣ୍ଟ ପାଇବାକୁ କହି କ୍ୟୁଆର୍ ପଠାଯାଇଛି । ଆକାଉଣ୍ଟକୁ ପଇସା ଆସିବା ପରିବର୍ତ୍ତେ ଆକାଉଣ୍ଟରୁ ଟଙ୍କା କଟି ଯାଇଛି ।
ଆର୍ଥିକ ଠକେଇରୁ ବଞ୍ଚିବା ଲାଗି ବୁଦ୍ଧମତା ଦେଖାଇବାକୁ ପଡ଼ିବ । ଏ ନେଇ କେନ୍ଦ୍ରୀୟ ବ୍ୟାଙ୍କ୍ ମଧ୍ୟ ବିଭିନ୍ନ ସମୟରେ ସଚେତନତା ସୃଷ୍ଟି କରୁଛି । ଦେଶର ୩୦୨ ଜିଲ୍ଲାରୁ ୨୩ ହଜାର ଲୋକଙ୍କୁ ନେଇ ଏହି ସର୍ଭେ କରାଯାଇଥିଲା । ଏଥିରେ ୬୨% ପୁରୁଷ ଥିବା ବେଳେ ୩୮% ମହିଳା ସାମିଲ ହୋଇଥିଲେ । ଏହି ସର୍ଭେରେ କୁହାଯାଇଛି, ଉଭୟ ୟୁପିଆଇ ଏବଂ କ୍ରେଡିଟ୍ କାର୍ଡ ବ୍ୟବହାର କ୍ଷେତ୍ରରେ ଅଧିକ ସଚେତନତା ଆବଶ୍ୟକତା ରହିଛି । ସେହିଭଳି ଲୋକମାନେ ଆର୍ଥିକ ଠକେଇ ସାମ୍ନା କରିବାର ଗୋଟିଏ ମିନିଟରେ କିଭଳି ଅନ୍ଲାଇନରେ ଅଭିଯୋଗ କରିପାରିବେ ତାକୁ ନେଇ ସ୍ଥାନୀୟ ଥାନା ଗୁଡିକ ମଧ୍ୟ ଲୋକଙ୍କୁ ସଚେତନ କରାଇବା ଆବଶ୍ୟକ ।
ଆର୍ଥିକ ଠକେଇର ଶିକାର ହେଉଥିବା ଲୋକଙ୍କୁ ସହାୟତା କରିବା ଲାଗି ଥାନାରେ ସେଭଳି କିଛି ଭିତ୍ତିଭୂମି ନାହିଁ । ସେହିଭଳି କର୍ମଚାରୀ ମାନେ ମଧ୍ୟ ଏତେଟା ସଚେତନ ନୁହଁନ୍ତି । କ୍ରେଡିଟ୍ କାର୍ଡରେ ନେଣଦେଣ ଠକେଇ ସାମ୍ନା କରିଥିବା ୪୩% କହିଛନ୍ତି । ସେହିଭଳି ୟୁପିଆଇରେ ୩୩%, ଡେବିଟ୍ କାର୍ଡରେ ୧୩%, ବ୍ୟାଙ୍କ ଆକାଉଣ୍ଟରେ ୧୯%, ଏଟିଏମ୍ କାର୍ଡରେ ୬%, ୩୦% ଅନ୍ୟ ଠକେଇ ସାମ୍ନା କରୁଛନ୍ତି । ଭାରତୀୟ ଗ୍ରାହକଙ୍କ କ୍ରେଡିଟ୍ କାର୍ଡ ଡାଟା ବିଭିନ୍ନ ଭେଣ୍ଡରଙ୍କୁ ସହଜରେ ମିଳିଯାଉଛି । ପ୍ୟାନ, ଆଧାର, ମୋବାଇଲ ନମ୍ବର, ଇମେଲ ସହ ଲୋକଙ୍କ ଠିକଣା ମଧ୍ୟ ସହଜରରେ ମିଳିଯାଉଛି । ଫଳରେ ଏହା କ୍ରେଡିଟକାର୍ଡଙ୍କ ଧାରୀଙ୍କ ପାଇଁ ସମସ୍ୟା ହେଉଛି । ଯଦି କୌଣସି ବ୍ୟକ୍ତି ସେମାନଙ୍କ କ୍ରେଡିଟ କାର୍ଡକୁ ଅନ୍ତର୍ଜାତୀୟ ନେଣଦେଣ ପାଇଁ ଅନୁମତି ଦେଉଛନ୍ତି ତାଙ୍କୁ ଅନ୍ତର୍ଜାତୀୟ ୱେବସାଇଟ ଏବଂ ଆପ୍ ଗୁଡିକ ବିନା ଓଟିପିରେ ଦେୟ ଲାଗୁ କରୁଛନ୍ତି । ଗତ ୩ ବର୍ଷରେ ପ୍ରତି ୨ ଜଣଙ୍କ ମଧ୍ୟରୁ ଜଣେ ଘରୋଇ ଏବଂ ଅନ୍ତର୍ଜାତୀୟ ମର୍ଚ୍ଚାଣ୍ଟ ୱେବସାଇଟ ଗୁଡିକୁ ଅନଧିକୃତ ଚାର୍ଜ ଦେଇଥିବା କହିଛନ୍ତି । ଏମିତିକି ବେନାମୀ ୱେବସାଇଟ ଗୁଡିକ ମଧ୍ୟ ଚାର୍ଜ ଲାଗୁ କରିଛନ୍ତି । ଦେଶରେ ଏବେ ଆର୍ଥିକ ଠକେଇ ଏବଂ ସାଇବର ଅପରାଧ ମାମଲାଗୁଡ଼ିକ ବଢ଼ିଚାଲିଛି । ଲୋକଙ୍କୁ ଅନଲାଇନ୍ରେ ଠକିବା ଲାଗି ଠକ ଅନାଇ ବସିଛନ୍ତି । ସୁଯୋଗ ପାଇଲେ ଘଟାଉଛନ୍ତି ଏଭଳି କାଣ୍ଡ । ଆଉ ଥରେ ଠକେଇ ହେଲାପରେ ଟଙ୍କା ଫେରିପାଇବା କଷ୍ଟକର ହୋଇପଡ଼ୁଛି ।