ଦେଶର ବଡ଼ ସିମେଣ୍ଟ ଉତ୍ପାଦନକାରୀ କମ୍ପାନୀ ହେବ ଅମ୍ବୁଜା: ମିଶିଲା ସାଙ୍ଗି ଓ ପେନ୍ନା କାରଖାନା

ନୂଆଦିଲ୍ଲୀ: ଆଦାନୀ ଗ୍ରୁପ୍‌ର ଆମ୍ବୁଜା ସିମେଣ୍ଟ ଆଜି (ଡିସେମ୍ବର ୧୭) ଏହାର ସହାୟକ କମ୍ପାନୀ ସାଙ୍ଗୀ ଇଣ୍ଡଷ୍ଟ୍ରିଜ୍ ଏବଂ ପେନା ସିମେଣ୍ଟ ଇଣ୍ଡଷ୍ଟ୍ରିଜ୍ ମିଶ୍ରଣ କରିବା ନେଇ ଘୋଷଣା କରିଛି। ସ୍କିମ ଅଫ୍ ଆରେଞ୍ଜମେଣ୍ଟ  ଅନୁଯାୟୀ, ସାଂଗୀ ଇଣ୍ଡଷ୍ଟ୍ରିଜ୍‌ର ଅଂଶୀଦାରମାନେ ଆୟୋଜିତ ପ୍ରତ୍ୟେକ ୧୦୦ ଟି ସେୟାର ପାଇଁ ଆମ୍ବୁଜା ସିମେଣ୍ଟର୧୨ ଟି ସେୟାର ପାଇବେ।ଗତ ବର୍ଷ କମ୍ପାନୀ ପ୍ରାୟ ୫,୧୮୫ କୋଟି ଟଙ୍କାରେ ସାଙ୍ଗି ଇଣ୍ଡଷ୍ଟ୍ରିଜ୍ ଦଖଲ କରିଥିଲା। ଆଦାନୀ ଗ୍ରୁପ ସିମେଣ୍ଟ ବ୍ୟବସାୟ ବଢାଇବାକୁ ଚାହୁଁଛି। ଆମ୍ବୁଜା ସିମେଣ୍ଟ ଏହାର ଆର୍ଥିକ ବର୍ଷ ଶେଷ ସୁଦ୍ଧା ଏହାର ମୋଟ ସିମେଣ୍ଟ ଉତ୍ପାଦନ କ୍ଷମତାକୁ ୧୦୦ MTPA(ବର୍ଷକୁ ୧୦୦ ମେଟ୍ରିକ ଟନ୍)ରୁ ବୃଦ୍ଧି କରିବାକୁ ଚାହୁଁଛି। ସମ୍ପ୍ରତି ଆମ୍ବୁଜା ସିମେଣ୍ଟସ୍ ଓରିଏଣ୍ଟ ସିମେଣ୍ଟ ଲିମିଟେଡର ୪୬.୮% ଅଂଶଧନ ଅଧିଗ୍ରହଣ କରିବାକୁ ଘୋଷଣା କରିଛି।ଏନେଇ ଆଦାନୀ ଗ୍ରୁପର ସିମେଣ୍ଟ ବ୍ୟବସାୟ ସିଇଓ ଅଜୟ କପୁର କହିଛନ୍ତି- ଏହି ମିଶ୍ରଣର ଉଦ୍ଦେଶ୍ୟ ହେଉଛି କମ୍ପାନୀକୁ ଅଧିକ ପ୍ରତିଯୋଗୀ ତଥା ଦକ୍ଷ କରିବା, ଯାହା ଆମର ଅଂଶୀଦାରମାନଙ୍କ ଭାଲ୍ୟୁ ବଢ଼ାଇବ। ଭଲ ୱାର୍କିଂ କ୍ୟାପିଟେଲ ମ୍ୟାନେଜ୍‌ମେଣ୍ଟ ଓ ଇଣ୍ଟରନାଲ ଫଣ୍ଡ ଆମ ବିଜ୍‌ନେଶକୁ ସମର୍ଥନ କରିବ ବୋଲି ଅଜୟ କହିଛନ୍ତି। ପେନ୍ନା ପାଖରେ ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା ୪ଟି ଇଣ୍ଟିଗ୍ରେଟେଡ୍  ପ୍ଲାଣ୍ଟ ରହିଛି। ମହାରାଷ୍ଟ୍ରରେ ଏକ ଗ୍ରାଇଡିଂ

ଦେଶର ବଡ଼ ସିମେଣ୍ଟ ଉତ୍ପାଦନକାରୀ କମ୍ପାନୀ ହେବ ଅମ୍ବୁଜା: ମିଶିଲା ସାଙ୍ଗି ଓ ପେନ୍ନା କାରଖାନା

ନୂଆଦିଲ୍ଲୀ: ଆଦାନୀ ଗ୍ରୁପ୍‌ର ଆମ୍ବୁଜା ସିମେଣ୍ଟ ଆଜି (ଡିସେମ୍ବର ୧୭) ଏହାର ସହାୟକ କମ୍ପାନୀ ସାଙ୍ଗୀ ଇଣ୍ଡଷ୍ଟ୍ରିଜ୍ ଏବଂ ପେନା ସିମେଣ୍ଟ ଇଣ୍ଡଷ୍ଟ୍ରିଜ୍ ମିଶ୍ରଣ କରିବା ନେଇ ଘୋଷଣା କରିଛି। ସ୍କିମ ଅଫ୍ ଆରେଞ୍ଜମେଣ୍ଟ  ଅନୁଯାୟୀ, ସାଂଗୀ ଇଣ୍ଡଷ୍ଟ୍ରିଜ୍‌ର ଅଂଶୀଦାରମାନେ ଆୟୋଜିତ ପ୍ରତ୍ୟେକ ୧୦୦ ଟି ସେୟାର ପାଇଁ ଆମ୍ବୁଜା ସିମେଣ୍ଟର୧୨ ଟି ସେୟାର ପାଇବେ।

ଗତ ବର୍ଷ କମ୍ପାନୀ ପ୍ରାୟ ୫,୧୮୫ କୋଟି ଟଙ୍କାରେ ସାଙ୍ଗି ଇଣ୍ଡଷ୍ଟ୍ରିଜ୍ ଦଖଲ କରିଥିଲା। ଆଦାନୀ ଗ୍ରୁପ ସିମେଣ୍ଟ ବ୍ୟବସାୟ ବଢାଇବାକୁ ଚାହୁଁଛି। ଆମ୍ବୁଜା ସିମେଣ୍ଟ ଏହାର ଆର୍ଥିକ ବର୍ଷ ଶେଷ ସୁଦ୍ଧା ଏହାର ମୋଟ ସିମେଣ୍ଟ ଉତ୍ପାଦନ କ୍ଷମତାକୁ ୧୦୦ MTPA(ବର୍ଷକୁ ୧୦୦ ମେଟ୍ରିକ ଟନ୍)ରୁ ବୃଦ୍ଧି କରିବାକୁ ଚାହୁଁଛି। ସମ୍ପ୍ରତି ଆମ୍ବୁଜା ସିମେଣ୍ଟସ୍ ଓରିଏଣ୍ଟ ସିମେଣ୍ଟ ଲିମିଟେଡର ୪୬.୮% ଅଂଶଧନ ଅଧିଗ୍ରହଣ କରିବାକୁ ଘୋଷଣା କରିଛି।

ଏନେଇ ଆଦାନୀ ଗ୍ରୁପର ସିମେଣ୍ଟ ବ୍ୟବସାୟ ସିଇଓ ଅଜୟ କପୁର କହିଛନ୍ତି- ଏହି ମିଶ୍ରଣର ଉଦ୍ଦେଶ୍ୟ ହେଉଛି କମ୍ପାନୀକୁ ଅଧିକ ପ୍ରତିଯୋଗୀ ତଥା ଦକ୍ଷ କରିବା, ଯାହା ଆମର ଅଂଶୀଦାରମାନଙ୍କ ଭାଲ୍ୟୁ ବଢ଼ାଇବ। ଭଲ ୱାର୍କିଂ କ୍ୟାପିଟେଲ ମ୍ୟାନେଜ୍‌ମେଣ୍ଟ ଓ ଇଣ୍ଟରନାଲ ଫଣ୍ଡ ଆମ ବିଜ୍‌ନେଶକୁ ସମର୍ଥନ କରିବ ବୋଲି ଅଜୟ କହିଛନ୍ତି। 

ପେନ୍ନା ପାଖରେ ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା ୪ଟି ଇଣ୍ଟିଗ୍ରେଟେଡ୍  ପ୍ଲାଣ୍ଟ ରହିଛି। ମହାରାଷ୍ଟ୍ରରେ ଏକ ଗ୍ରାଇଡିଂ ୟୁନିଟ୍ ରହିଛି। ଯାହାର ଅପରେସନାଲ କାପାସିଟି ୧୦ MTPA।

ଏହା ସହିତ କୃଷ୍ଣପାଟନମ୍ ଏବଂ ଯୋଧପୁରରେ ୨ MTPA କ୍ଷମତା ବିଶିଷ୍ଟ ୨ ଟି ପ୍ଲାଣ୍ଟ ନିର୍ମାଣ ଚାଲିଛି, ଯାହା ଆସନ୍ତା ୮-୧୨ ମାସ ମଧ୍ୟରେ ଶେଷ ହେବ ବୋଲି ଆଶା କରାଯାଉଛି। ଏହା ବ୍ୟତୀତ କୋଲକାତା, ଗୋପାଳପୁର, କରାଇକାଲ, କୋଚି ଏବଂ କଲମ୍ବୋ (ଶ୍ରୀଲଙ୍କା) ରେ ପାଞ୍ଚଟି ବଲ୍କ ସିମେଣ୍ଟ ଟର୍ମିନାଲ ମଧ୍ୟ ଅଛି।

ସେହିପରି, ସାଙ୍ଗି ଇଣ୍ଡଷ୍ଟ୍ରିଜ୍ର ସାଙ୍ଗିପୁରମ୍ କାରଖାନା କ୍ଷମତା ଦୃଷ୍ଟିରୁ ଭାରତର ସର୍ବବୃହତ ସିଙ୍ଗଲ-ଲୋକେସନ ସିମେଣ୍ଟ ଓ କ୍ଲିଙ୍କର୍ ୟୁନିଟ, ଯେଉଁଥିରେ କ୍ୟାପ୍ଟିଭ୍ ଜେଟି ଏବଂ ଏକ କ୍ୟାପ୍ଟିଭ୍ ପାୱାର୍ ପ୍ଲାଣ୍ଟ ରହିଛି। ସାଙ୍ଗି ଇଣ୍ଡଷ୍ଟ୍ରିଜ୍‌ କ୍ଲିଙ୍କର୍ କ୍ୟାପାସିଟି ୬.୬ MTPA, ସିମେଣ୍ଟ ଉତ୍ପାଦନ କ୍ଷମତା ୬.୧ MTPA ଏବଂ ଚୂନ ପଥର ସଂରକ୍ଷଣ ଏକ ବିଲିୟନ ଟନ୍ ରହିଛି।

 ଦେଶର ଦ୍ୱିତୀୟ ବୃହତ୍ତମ ସିମେଣ୍ଟ ଉତ୍ପାଦନକାରୀ କମ୍ପାନୀ ଆମ୍ବୁଜା ସିମେଣ୍ଟର ବାର୍ଷିକ ଉତ୍ପାଦନ କ୍ଷମତା ୮୯ ନିୟୁତ ଟନ୍ ରହିଛି। ହେଲେ କମ୍ପାନୀ ଏହାକୁ ୨୦୨୭-୨୮ ସୁଦ୍ଧା ୧୪୦ ମିଲିୟନ ଟନ୍‌କୁ ବୃଦ୍ଧି କରିବାକୁ ଯୋଜନା କରିଛି।