କ୍ରେଡିଟ୍ କାର୍ଡ ବିଲ୍ ସୁଝି ପାରୁନାହାନ୍ତି ଭାରତୀୟ, ବାକି ଅଛି ୩୩,୮୮୬ କୋଟିର ବିଲ୍…
ନୂଆଦିଲ୍ଲୀ: ଭାରତରେ କ୍ରେଡିଟ୍ କାର୍ଡ ବ୍ୟବହାର ଦିନକୁ ଦିନ ବୃଦ୍ଧି ପାଉଛି। ଲୋକମାନେ ଏହାକୁ ଖରିଦାରୀ କରିବା ପାଇଁ ବ୍ୟବହାର କରୁଛନ୍ତି, କିନ୍ତୁ ସେମାନେ ଏହି ଋଣ ପରିଶୋଧ କରିବାରେ ଅକ୍ଷମ ହେଉଛନ୍ତି। ଯାହାଫଳରେ ଦେଶରେ କ୍ରେଡିଟ୍ କାର୍ଡ ଖିଲାପି (୯୧ ରୁ ୩୬୦ ଦିନ ପର୍ଯ୍ୟନ୍ତ ବାକି) ବଢ଼ିବାରେ ଲାଗିଛି। ଏମିତିକି କ୍ରେଡିଟ୍ କାର୍ଡ ଖିଲାପି ଚଳିତବର୍ଷ ମାର୍ଚ୍ଚ ସୁଦ୍ଧା ୩୩,୮୮୬ କୋଟି ଟଙ୍କାରେ ପହଞ୍ଚିଛି, ଯାହା ୨୦୨୪ ମାର୍ଚ୍ଚରେ ୨୩,୪୭୫.୬ କୋଟି ଟଙ୍କା ଥିଲା। […]

ନୂଆଦିଲ୍ଲୀ: ଭାରତରେ କ୍ରେଡିଟ୍ କାର୍ଡ ବ୍ୟବହାର ଦିନକୁ ଦିନ ବୃଦ୍ଧି ପାଉଛି। ଲୋକମାନେ ଏହାକୁ ଖରିଦାରୀ କରିବା ପାଇଁ ବ୍ୟବହାର କରୁଛନ୍ତି, କିନ୍ତୁ ସେମାନେ ଏହି ଋଣ ପରିଶୋଧ କରିବାରେ ଅକ୍ଷମ ହେଉଛନ୍ତି। ଯାହାଫଳରେ ଦେଶରେ କ୍ରେଡିଟ୍ କାର୍ଡ ଖିଲାପି (୯୧ ରୁ ୩୬୦ ଦିନ ପର୍ଯ୍ୟନ୍ତ ବାକି) ବଢ଼ିବାରେ ଲାଗିଛି। ଏମିତିକି କ୍ରେଡିଟ୍ କାର୍ଡ ଖିଲାପି ଚଳିତବର୍ଷ ମାର୍ଚ୍ଚ ସୁଦ୍ଧା ୩୩,୮୮୬ କୋଟି ଟଙ୍କାରେ ପହଞ୍ଚିଛି, ଯାହା ୨୦୨୪ ମାର୍ଚ୍ଚରେ ୨୩,୪୭୫.୬ କୋଟି ଟଙ୍କା ଥିଲା। ଅର୍ଥାତ୍, ଗୋଟିଏ ବର୍ଷରେ ଖÒଲାପିରେ ୪୪.୩୪% ବୃଦ୍ଧି ଘଟିଛି। କ୍ରେଡିଟ୍ କାର୍ଡର ବର୍ଦ୍ଧିତ ବ୍ୟବହାର କ୍ରେଡିଟ୍ କାର୍ଡ ଖିଲାପିରେ ବୃଦ୍ଧି ପଛରେ ଏକ ପ୍ରମୁଖ କାରଣ ବୋଲି କୁହାଯାଉଛି।
ଚଳିତବର୍ଷ ମାର୍ଚ୍ଚ ସୁଦ୍ଧା ଦେଶରେ କ୍ରେଡିଟ୍ କାର୍ଡ କାରବାର ୨୧.୦୯ ଲକ୍ଷ କୋଟି ରହିଥିଲା, ଯାହା ଗତ ବର୍ଷ ୧୮.୩୧ ଲକ୍ଷ କୋଟି ଟଙ୍କା ଥିଲା। ଅର୍ଥାତ୍, ବାର୍ଷିକ ଆଧାରରେ ଏଥିରେ ପ୍ରାୟ ୧୫% ବୃଦ୍ଧି ହୋଇଛି। କେବଳ ମେ’ ମାସରେ ଭାରତୀୟ ମାନେ କ୍ରେଡିଟ୍ କାର୍ଡ ମାଧ୍ୟମରେ ୧.୮୯ ଲକ୍ଷ କୋଟି ଖର୍ଚ୍ଚ କରିଛନ୍ତି। ଯେତେବେଳେ କି ୨୦୨୧ ଜାନୁଆରୀରେ ଏହି ପରିମାଣ ମାତ୍ର ୬୪,୭୩୭ କୋଟି ଟଙ୍କା ଥିଲା। ବ୍ୟାଙ୍କିଙ୍ଗ ନିୟମ ଅନୁଯାୟୀ, ବ୍ୟାଙ୍କଗୁଡ଼ିକ ୯୧ ଦିନରୁ ପୁରୁଣା ଦେୟକୁ ଖÒଲାପି ଭାବରେ ବିବେଚନା କରନ୍ତି। କେବଳ ୯୧-୧୮୦ ଦିନର କ୍ରେଡିଟ୍ କାର୍ଡ ଖିଲାପି ପରିମାଣ ୨୯,୯୮୩.୬ କୋଟି ଟଙ୍କାରେ ପହଞ୍ଚିଛି, ଯାହା ୨୦୨୩ ମାର୍ଚ୍ଚ ତୁଳନାରେ ପ୍ରାୟ ଦୁଇଗୁଣ। ଏକ ବର୍ଷ ପୂର୍ବେ ଏହା ୨୦,୮୭୨.୬ କୋଟି ଟଙ୍କା ଥିଲା। ଏଥିରୁ ସ୍ପଷ୍ଟ ଯେ ଲୋକମାନେ କ୍ରେଡିଟ୍ କାର୍ଡରେ ଖର୍ଚ୍ଚ କରୁଛନ୍ତି, କିନ୍ତୁ ସମୟସୀମାରେ ପରିଶୋଧ କରିବାର ସେମାନଙ୍କର କ୍ଷମତା ହ୍ରାସ ପାଉଛି।
ଅପରପକ୍ଷେ ଦେଶରେ କ୍ରେଡିଟ୍ କାର୍ଡ ସଂଖ୍ୟା ମଧ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଇଛି। ୨୦୨୫ ମେ’ ସୁଦ୍ଧା, ଭାରତରେ ୧୧.୧୧ କୋଟି ସକ୍ରିୟ କ୍ରେଡିଟ୍ କାର୍ଡ ଥିଲା, ଯେତେବେଳେ ଏହି ସଂଖ୍ୟା ୨୦୨୪ ମେ’ ରେ ୧୦.୩୩ କୋଟି ଏବଂ ୨୦୨୧ ଜାନୁଆରୀରେ ମାତ୍ର ୬.୧୦ କୋଟି ଥିଲା। ବିଶେଷଜ୍ଞମାନେ କୁହନ୍ତି ଯେ ଯେତେବେଳେ ଲୋକମାନେ ସେମାନଙ୍କର ଆର୍ଥିକ ଭବିଷ୍ୟତ ବିଷୟରେ ଆଶାବାଦୀ ହୁଅନ୍ତି, ସେମାନେ ଋଣ ନେଇ ଅଧିକ ଖର୍ଚ୍ଚ କରନ୍ତି। କିନ୍ତୁ ଯେତେବେଳେ ଦରମା ବୃଦ୍ଧି ହୁଏ ନାହିଁ କିମ୍ବା ମୁଦ୍ରାସ୍ଫୀତି ବୃଦ୍ଧି ପାଏ ନାହିଁ, ଲୋକମାନେ ସେମାନଙ୍କର ଜୀବନଧାରଣ ମାନ ବଜାୟ ରଖିବା ପାଇଁ କ୍ରେଡିଟ୍ କାର୍ଡ ଉପରେ ନିର୍ଭରଶୀଳ ହୋଇଯାଆନ୍ତି।