କ୍ଲାଇମେଟ ଆକ୍ଟିଭିଷ୍ଟ ସୋନମ ୱାଙ୍ଗଚୁକଙ୍କୁ ମୁକ୍ତ କଲେ ଦିଲ୍ଲୀ ହାଇକୋର୍ଟ, ବିରୋଧ ଲାଗି ମିଳିଲାନି ଅନୁମତି

ନୂଆଦିଲ୍ଲୀ ୬।୧୦: ଲଦାଖର ପାଣିପାଗ କାର୍ଯ୍ୟକର୍ତ୍ତା ସୋନମ ୱାଙ୍ଗଚୁକଙ୍କୁ ଦିଲ୍ଲୀ ହାଇକୋର୍ଟ ମୁକ୍ତ କରିଦେଇଛନ୍ତି। ତାଙ୍କ ଉପରେ ଏବେ କୌଣସି କଟକଣା ନାହିଁ। ତେବେ ୱାଙ୍ଗଚୁକ୍ ଙ୍କୁ ଦିଲ୍ଲୀରେ ବିରୋଧ ପ୍ରଦର୍ଶନ କରିବାକୁ ଅନୁମତି ମିଳି ନାହିଁ। କୋର୍ଟ ୱାଙ୍ଗଚୁକଙ୍କ ମୁକ୍ତି ଓ ତାଙ୍କ ଠିକଣା ନିବେଦନ ସମ୍ପର୍କିତ ଆବେଦନମାନଙ୍କ ମଧ୍ୟରୁ ଗୋଟିକକୁ ଲମ୍ବିତ ରଖିଛନ୍ତି। ଏଥି ମଧ୍ୟରେ ୱାଙ୍ଗଚୁକ୍ ଶାନ୍ତିପୂର୍ଣ୍ଣ ବିରୋଧ ପ୍ରଦର୍ଶନ ନିମନ୍ତେ ସ୍ଥାନ ଠିକ୍ କରିନେଇଥିବା କହିଛନ୍ତି। ଲଦାଖରୁ ଦିଲ୍ଲୀ ପହଞ୍ଚିଥିବା ସୋନମ ୱାଙ୍ଗଚୁକଙ୍କ ଦଳଙ୍କୁ ରୋକାଯିବା ସହ ଅଟକ କରାଯାଇଥିଲା। ଦିଲ୍ଲୀ ପୋଲିସର ଏପରି କାର୍ଯ୍ୟାନୁଷ୍ଠାନକୁ ନେଇ ସାମାଜିକ କାର୍ଯ୍ୟକର୍ତ୍ତା ଆଜାଦ ଓ ଲେହ ଆପେକ୍ସ ବଡିର ଆଇନ ପରାମର୍ଶଦାତା ଓକିଲ ମୁସ୍ତାଫା ହାଜୀ ଦୁଇଟି ପିଟିସନ ଦାୟର କରିଥିଲେ। ଏହି ଆବେଦନରେ କାର୍ଯ୍ୟକର୍ତ୍ତାଙ୍କ ମୁକ୍ତି ଦାବି କରାଯାଇଥିଲା। କୋର୍ଟ ୱାଙ୍ଗଚୁକଙ୍କୁ ମୁକ୍ତ କରିଥିବା ବେଳେ ଆବେଦନକାରୀଙ୍କୁ ଆଫିଡେଭିଟ ଦାୟର କରିବାକୁ ଓ ପୋଲିସକୁ ନିଜର ନୀତି ସ୍ପଷ୍ଟ କରିବାକୁ ଅନୁମତି ଦେଇଛନ୍ତି। ଅନ୍ୟପଟେ ସୋନମ ୱାଙ୍ଗଚୁକ୍ ତାଙ୍କ ଦାବି ଜାରି ରଖିବାକୁ ସଂକଳ୍ପ ଦୋହରାଇଛନ୍ତି, କହିଛନ୍ତି ଆମେ ଏକ ଏପରି ସ୍ଥାନର ସନ୍ଧାନ କରୁଥିଲୁ ଯେଉଁଠି ଆମେ ଆମର ଶାନ୍ତିପୂର୍ଣ୍ଣ ଅନଶନ କରିପାରିବୁ। ହେଲେ ଆମକୁ ସେ ସ୍ଥାନ ଦିଆଯାଇ ନାହିଁ। ଏଣୁ ଆମ ପାଖରେ

କ୍ଲାଇମେଟ ଆକ୍ଟିଭିଷ୍ଟ ସୋନମ ୱାଙ୍ଗଚୁକଙ୍କୁ ମୁକ୍ତ କଲେ ଦିଲ୍ଲୀ ହାଇକୋର୍ଟ, ବିରୋଧ ଲାଗି ମିଳିଲାନି ଅନୁମତି

ନୂଆଦିଲ୍ଲୀ ୬।୧୦: ଲଦାଖର ପାଣିପାଗ କାର୍ଯ୍ୟକର୍ତ୍ତା ସୋନମ ୱାଙ୍ଗଚୁକଙ୍କୁ ଦିଲ୍ଲୀ ହାଇକୋର୍ଟ ମୁକ୍ତ କରିଦେଇଛନ୍ତି। ତାଙ୍କ ଉପରେ ଏବେ କୌଣସି କଟକଣା ନାହିଁ। ତେବେ ୱାଙ୍ଗଚୁକ୍ ଙ୍କୁ ଦିଲ୍ଲୀରେ ବିରୋଧ ପ୍ରଦର୍ଶନ କରିବାକୁ ଅନୁମତି ମିଳି ନାହିଁ। କୋର୍ଟ ୱାଙ୍ଗଚୁକଙ୍କ ମୁକ୍ତି ଓ ତାଙ୍କ ଠିକଣା ନିବେଦନ ସମ୍ପର୍କିତ ଆବେଦନମାନଙ୍କ ମଧ୍ୟରୁ ଗୋଟିକକୁ ଲମ୍ବିତ ରଖିଛନ୍ତି। ଏଥି ମଧ୍ୟରେ ୱାଙ୍ଗଚୁକ୍ ଶାନ୍ତିପୂର୍ଣ୍ଣ ବିରୋଧ ପ୍ରଦର୍ଶନ ନିମନ୍ତେ ସ୍ଥାନ ଠିକ୍ କରିନେଇଥିବା କହିଛନ୍ତି। 

ଲଦାଖରୁ ଦିଲ୍ଲୀ ପହଞ୍ଚିଥିବା ସୋନମ ୱାଙ୍ଗଚୁକଙ୍କ ଦଳଙ୍କୁ ରୋକାଯିବା ସହ ଅଟକ କରାଯାଇଥିଲା। ଦିଲ୍ଲୀ ପୋଲିସର ଏପରି କାର୍ଯ୍ୟାନୁଷ୍ଠାନକୁ ନେଇ ସାମାଜିକ କାର୍ଯ୍ୟକର୍ତ୍ତା ଆଜାଦ ଓ ଲେହ ଆପେକ୍ସ ବଡିର ଆଇନ ପରାମର୍ଶଦାତା ଓକିଲ ମୁସ୍ତାଫା ହାଜୀ ଦୁଇଟି ପିଟିସନ ଦାୟର କରିଥିଲେ। ଏହି ଆବେଦନରେ କାର୍ଯ୍ୟକର୍ତ୍ତାଙ୍କ ମୁକ୍ତି ଦାବି କରାଯାଇଥିଲା। କୋର୍ଟ ୱାଙ୍ଗଚୁକଙ୍କୁ ମୁକ୍ତ କରିଥିବା ବେଳେ ଆବେଦନକାରୀଙ୍କୁ ଆଫିଡେଭିଟ ଦାୟର କରିବାକୁ ଓ ପୋଲିସକୁ ନିଜର ନୀତି ସ୍ପଷ୍ଟ କରିବାକୁ ଅନୁମତି ଦେଇଛନ୍ତି। 

ଅନ୍ୟପଟେ ସୋନମ ୱାଙ୍ଗଚୁକ୍ ତାଙ୍କ ଦାବି ଜାରି ରଖିବାକୁ ସଂକଳ୍ପ ଦୋହରାଇଛନ୍ତି, କହିଛନ୍ତି ଆମେ ଏକ ଏପରି ସ୍ଥାନର ସନ୍ଧାନ କରୁଥିଲୁ ଯେଉଁଠି ଆମେ ଆମର ଶାନ୍ତିପୂର୍ଣ୍ଣ ଅନଶନ କରିପାରିବୁ। ହେଲେ ଆମକୁ ସେ ସ୍ଥାନ ଦିଆଯାଇ ନାହିଁ। ଏଣୁ ଆମ ପାଖରେ ଲଦାଖ ଭବନ ସମ୍ମୁଖରେ ଅନସନ ଆରମ୍ଭ କରିବା ବ୍ୟତୀତ ଅନ୍ୟ କୌଣସି ଚାରା ନଥିଲା। ହେଲେ ଆମକୁ ସେଠାରେ ଅଟକ କରିଦିଆଯାଇଥିଲା।