ଧୀରେ ଧୀରେ ଜମୁଛି ପ୍ରଚାର, ମେ ପ୍ରଥମ ସପ୍ତାହରେ ଓଡିଶା ଆସିବେ ହେବିଓ୍ୱେଟ୍ ନେତା
ଭୁବନେଶ୍ୱର ୦୮।୦୪ : ବାଜିଛି ନିର୍ବାଚନୀ ବିଗୁଲ। ଆରମ୍ଭ ହେଲାଣି ପ୍ରଚାର। ଗଣତନ୍ତ୍ରର ସବୁଠୁ ବଡ଼ ପର୍ବ ପାଇଁ ଚାଲିଲାଣି ନୂଆ ନୂଆ ରଣନୀତି। ଆଉ ସବୁ ଦଳ ନିର୍ବାଚନ ପାଇଁ ନିଜ ନିଜ ଅଣ୍ଟା ଭିଡିଲେଣି । ଖାଲି ମତଦାନ ଦିନକୁ ଅପେକ୍ଷା । ତେବେ ଓଡିଶାରେ ମେ ୧୩ ତାରିଖରେ ପ୍ରଥମ ପର୍ଯ୍ୟାୟ ଭୋଟ । ଏଥିପାଇଁ ସବୁ ଦଳ ପ୍ରଚାରକୁ କରିଛନ୍ତି ଜୋରଦାର । ଏହିକ୍ରମରେ ଆସନ୍ତା ମାସରେ ଓଡିଶା ଛୁଟିବ ହେବିଓ୍ୱେଟ ନେତାଙ୍କ ଭିଡ । ଓଡିଶାରେ ଏକାସାଙ୍ଗେ ବିଧାନସଭା ଏବଂ ଲୋକସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ଏହିକ୍ରମରେ ମେ ୧୩ରେ ପ୍ରଥମ ପର୍ଯ୍ୟାୟ ମତଦାନ ହେବ । ଏଥିପାଇଁ ପ୍ରାୟତଃ ପ୍ରାର୍ଥୀ ଘୋଷଣା କରିସାରିଛି ବିଜେପି । ହେଲେ ନିର୍ବାଚନୀ ପ୍ରଚାର ପାଇଁ ମେ ପ୍ରଥମ ସପ୍ତାହ ଓଡିଶା ଆସିପାରନ୍ତି ପ୍ରଧାନମନ୍ତ୍ରୀ ମୋଦି । ହେଲେ କୌଣସି ସ୍ଥାନରେ ସବୁ ପ୍ରଚାର କରିବେ, ତାହା ଏବେ ଯାଏଁ ଅସ୍ପଷ୍ଟ ରହିଛି । କେବଳ ପ୍ରଧାନମନ୍ତ୍ରୀ ନୁହଁନ୍ତି , ବିଜେପିର ଆହୁରି ବରିଷ୍ଠ ନେତା ମଧ୍ୟ ଓଡିଶା ଆସିପାରନ୍ତି । ସେହିପରି କଂଗ୍ରେସ ପ୍ରାର୍ଥୀଙ୍କ ପ୍ରଚାର ପାଇଁ ମେ ମାସର ପ୍ରଥମ ସପ୍ତାହରେ ଓଡିଶା ଆସିପାରନ୍ତି ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀ । ଉଭୟ ପଶ୍ଚିମ ଓଡିଶାରେ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିପାରନ୍ତି । ହେଲେ କେଉଁ କେଉଁ ସ୍ଥାନକୁ ଆସିବେ । ତାହା ଏବେ ଯାଏଁ ଜଣାପଡିନାହିଁ । କେବଳ ରାହୁଲ ଗାନ୍ଧୀ ନୁହଁନ୍ତି
ଭୁବନେଶ୍ୱର ୦୮।୦୪ : ବାଜିଛି ନିର୍ବାଚନୀ ବିଗୁଲ। ଆରମ୍ଭ ହେଲାଣି ପ୍ରଚାର। ଗଣତନ୍ତ୍ରର ସବୁଠୁ ବଡ଼ ପର୍ବ ପାଇଁ ଚାଲିଲାଣି ନୂଆ ନୂଆ ରଣନୀତି। ଆଉ ସବୁ ଦଳ ନିର୍ବାଚନ ପାଇଁ ନିଜ ନିଜ ଅଣ୍ଟା ଭିଡିଲେଣି । ଖାଲି ମତଦାନ ଦିନକୁ ଅପେକ୍ଷା । ତେବେ ଓଡିଶାରେ ମେ ୧୩ ତାରିଖରେ ପ୍ରଥମ ପର୍ଯ୍ୟାୟ ଭୋଟ । ଏଥିପାଇଁ ସବୁ ଦଳ ପ୍ରଚାରକୁ କରିଛନ୍ତି ଜୋରଦାର । ଏହିକ୍ରମରେ ଆସନ୍ତା ମାସରେ ଓଡିଶା ଛୁଟିବ ହେବିଓ୍ୱେଟ ନେତାଙ୍କ ଭିଡ ।
ଓଡିଶାରେ ଏକାସାଙ୍ଗେ ବିଧାନସଭା ଏବଂ ଲୋକସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ଏହିକ୍ରମରେ ମେ ୧୩ରେ ପ୍ରଥମ ପର୍ଯ୍ୟାୟ ମତଦାନ ହେବ । ଏଥିପାଇଁ ପ୍ରାୟତଃ ପ୍ରାର୍ଥୀ ଘୋଷଣା କରିସାରିଛି ବିଜେପି । ହେଲେ ନିର୍ବାଚନୀ ପ୍ରଚାର ପାଇଁ ମେ ପ୍ରଥମ ସପ୍ତାହ ଓଡିଶା ଆସିପାରନ୍ତି ପ୍ରଧାନମନ୍ତ୍ରୀ ମୋଦି । ହେଲେ କୌଣସି ସ୍ଥାନରେ ସବୁ ପ୍ରଚାର କରିବେ, ତାହା ଏବେ ଯାଏଁ ଅସ୍ପଷ୍ଟ ରହିଛି । କେବଳ ପ୍ରଧାନମନ୍ତ୍ରୀ ନୁହଁନ୍ତି , ବିଜେପିର ଆହୁରି ବରିଷ୍ଠ ନେତା ମଧ୍ୟ ଓଡିଶା ଆସିପାରନ୍ତି ।
ସେହିପରି କଂଗ୍ରେସ ପ୍ରାର୍ଥୀଙ୍କ ପ୍ରଚାର ପାଇଁ ମେ ମାସର ପ୍ରଥମ ସପ୍ତାହରେ ଓଡିଶା ଆସିପାରନ୍ତି ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀ । ଉଭୟ ପଶ୍ଚିମ ଓଡିଶାରେ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିପାରନ୍ତି । ହେଲେ କେଉଁ କେଉଁ ସ୍ଥାନକୁ ଆସିବେ । ତାହା ଏବେ ଯାଏଁ ଜଣାପଡିନାହିଁ । କେବଳ ରାହୁଲ ଗାନ୍ଧୀ ନୁହଁନ୍ତି ବରଂ ଆହୁରି କିଛି ବରିଷ୍ଠ ନେତା ବି ଆସିପାରନ୍ତି ।
ଅନ୍ୟପଟେ ବିଜେଡି ସୁପ୍ରିମୋ ମଧ୍ୟ ପ୍ରଚାର ମୈଦାନକୁ ଓହ୍ଲାଇପାରନ୍ତି । ପ୍ରଥମ ପର୍ଯ୍ୟାୟରେ ହେବାକୁ ଥିବା ନିର୍ବାଚନ ପୂର୍ବରୁ ସୁପ୍ରିମୋ ବିଭିନ୍ନ ସ୍ଥାନରେ ପ୍ରାର୍ଥୀଙ୍କ ପାଇଁ କରିପାରନ୍ତି ପ୍ରଚାର । ହେଲେ କେଉଁ କେଉଁ ସ୍ଥାନରେ କେଉଁ ସବୁ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ । ତାହା ବର୍ତ୍ତମାନ ସୁଦ୍ଧା ଜଣାପଡିନାହିଁ ।