ଶୀତକୁ ଅସ୍ତ୍ର କଲା ଋଷ୍; ୟୁକ୍ରେନ ବିଦ୍ୟୁତ୍ ପ୍ଲାଣ୍ଟ ଉପରେ ଆକ୍ରମଣ, ଅନ୍ଧାରରେ ୧୦ ଲକ୍ଷ
ନୂଆଦିଲ୍ଲୀ: ଋଷ୍-ୟୁକ୍ରେନ ମଧ୍ୟରେ ଥମୁନି ଯୁଦ୍ଧ । କିଛି ଦିନର ଶାନ୍ତି ପରେ ପୁଣି ତିକ୍ତତା ବଢ଼ିଛି । ଋଷ୍ ଏବେ ୟୁକ୍ରେନର ପାଓ୍ବାର ପ୍ଲାଣ୍ଟକୁ ଟାର୍ଗେଟ୍ କରିଛି । ହାଇଡ୍ରୋ ଇଲେକ୍ଟ୍ରିକ୍ ପ୍ଲାଣ୍ଟକୁ ସଟ୍ଡାଉନ କରିବାକୁ ଉଦ୍ୟମ ଚଳାଇଛି । ଶୀତକୁ ଅସ୍ତ୍ର କରି ୟୁକ୍ରେନର ବିଦ୍ୟୁତ୍ ପ୍ଲାଣ୍ଟ ଉପରେ ଆକ୍ରମଣ କରିଛି । ୯୦ଟି କ୍ଷେପଣାସ୍ତ୍ର ଓ ୧୦୦ଟି ଡ୍ରୋନ୍ ମାଡ଼ କରିଛି ଋଷ୍ ସେନା । ଫଳରେ ପ୍ରବଳ ଶୀତରେ ବିଦ୍ୟୁତ୍ ସରବରାହ ବିଚ୍ଛିନ୍ନ ହୋଇଛି । ୧୦ ଲକ୍ଷରୁ ଅଧିକ ଲୋକ ଅନ୍ଧାରରେ ରହିଛନ୍ତି । ଲୋକଙ୍କ ରୁମ୍ ହିଟର ବନ୍ଦ ରହିଛି । ୟୁକ୍ରେନ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟର ମୁଖ୍ୟ ଆଣ୍ଡ୍ରି ୟେରମାକ ଏକ ଟେଲିଗ୍ରାମରେ ପୋଷ୍ଟ କରି ଲେଖିଛନ୍ତି, ଯୁକ୍ରେନ ବିରୋଧରେ ଋଷ୍ ପ୍ରବଳ ଶୀତକୁ ଅସ୍ତ୍ର କରିଛି । ଋଷର ଏହି କ୍ଷେପଣାସ୍ତ୍ର ମାଡ଼ରେ କେନ୍ଦ୍ରୀୟ ଭିନିସିଆରେ ଜଣେ, ଓଡେସା ପ୍ରଦେଶରେ ୨ଜଣ ଏବଂ କୀବରେ ୨ଜଣ ଆହତ ହୋଇଛନ୍ତି । ଋଷ୍ ଆକ୍ରମଣ କରିବା ପରଠାରୁ ୟୁକ୍ରେନରେ ୯ଘଣ୍ଟା ଧରି ଏୟାର ଷ୍ଟ୍ରାଇକ୍ ଆଲର୍ଟ ଜାରି ରହିଥିଲା । ଫଳରେ ଲୋକମାନେ ମେଟ୍ରୋ ଷ୍ଟେସନରେ ଆଶ୍ରୟ ନେଇଥିଲେ । ପ୍ରାୟ ୨.୧୫ ଲକ୍ଷ ଅସ୍ଥାୟୀ ଭାବେ ବିଜୁଳି ଆଲୋକରୁ ବଞ୍ଚିତ ହୋଇଛନ୍ତି । ସେପଟେ ଋଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ କହିଛନ୍ତି, ଆମେରିକା ଓ ବ୍ରିଟେନ ଯୋଗାଉଥିବା ଅସ୍ତ୍ରଶସ୍ତ୍ରର ଏହା ଜବାବ । ସେ ଆହୁର ମଧ୍ୟ କହିଛନ୍ତି, ତାଙ୍କ ନିଟକରେ
ନୂଆଦିଲ୍ଲୀ: ଋଷ୍-ୟୁକ୍ରେନ ମଧ୍ୟରେ ଥମୁନି ଯୁଦ୍ଧ । କିଛି ଦିନର ଶାନ୍ତି ପରେ ପୁଣି ତିକ୍ତତା ବଢ଼ିଛି । ଋଷ୍ ଏବେ ୟୁକ୍ରେନର ପାଓ୍ବାର ପ୍ଲାଣ୍ଟକୁ ଟାର୍ଗେଟ୍ କରିଛି । ହାଇଡ୍ରୋ ଇଲେକ୍ଟ୍ରିକ୍ ପ୍ଲାଣ୍ଟକୁ ସଟ୍ଡାଉନ କରିବାକୁ ଉଦ୍ୟମ ଚଳାଇଛି । ଶୀତକୁ ଅସ୍ତ୍ର କରି ୟୁକ୍ରେନର ବିଦ୍ୟୁତ୍ ପ୍ଲାଣ୍ଟ ଉପରେ ଆକ୍ରମଣ କରିଛି । ୯୦ଟି କ୍ଷେପଣାସ୍ତ୍ର ଓ ୧୦୦ଟି ଡ୍ରୋନ୍ ମାଡ଼ କରିଛି ଋଷ୍ ସେନା । ଫଳରେ ପ୍ରବଳ ଶୀତରେ ବିଦ୍ୟୁତ୍ ସରବରାହ ବିଚ୍ଛିନ୍ନ ହୋଇଛି । ୧୦ ଲକ୍ଷରୁ ଅଧିକ ଲୋକ ଅନ୍ଧାରରେ ରହିଛନ୍ତି । ଲୋକଙ୍କ ରୁମ୍ ହିଟର ବନ୍ଦ ରହିଛି । ୟୁକ୍ରେନ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟର ମୁଖ୍ୟ ଆଣ୍ଡ୍ରି ୟେରମାକ ଏକ ଟେଲିଗ୍ରାମରେ ପୋଷ୍ଟ କରି ଲେଖିଛନ୍ତି, ଯୁକ୍ରେନ ବିରୋଧରେ ଋଷ୍ ପ୍ରବଳ ଶୀତକୁ ଅସ୍ତ୍ର କରିଛି ।
ଋଷର ଏହି କ୍ଷେପଣାସ୍ତ୍ର ମାଡ଼ରେ କେନ୍ଦ୍ରୀୟ ଭିନିସିଆରେ ଜଣେ, ଓଡେସା ପ୍ରଦେଶରେ ୨ଜଣ ଏବଂ କୀବରେ ୨ଜଣ ଆହତ ହୋଇଛନ୍ତି । ଋଷ୍ ଆକ୍ରମଣ କରିବା ପରଠାରୁ ୟୁକ୍ରେନରେ ୯ଘଣ୍ଟା ଧରି ଏୟାର ଷ୍ଟ୍ରାଇକ୍ ଆଲର୍ଟ ଜାରି ରହିଥିଲା । ଫଳରେ ଲୋକମାନେ ମେଟ୍ରୋ ଷ୍ଟେସନରେ ଆଶ୍ରୟ ନେଇଥିଲେ । ପ୍ରାୟ ୨.୧୫ ଲକ୍ଷ ଅସ୍ଥାୟୀ ଭାବେ ବିଜୁଳି ଆଲୋକରୁ ବଞ୍ଚିତ ହୋଇଛନ୍ତି । ସେପଟେ ଋଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ କହିଛନ୍ତି, ଆମେରିକା ଓ ବ୍ରିଟେନ ଯୋଗାଉଥିବା ଅସ୍ତ୍ରଶସ୍ତ୍ରର ଏହା ଜବାବ । ସେ ଆହୁର ମଧ୍ୟ କହିଛନ୍ତି, ତାଙ୍କ ନିଟକରେ କ୍ୟାଲିବର ସିଷ୍ଟମ, କିନଝାଲ୍, ଓ ସିର୍କୋନ୍ ହାଇପରସୋନିକ୍ କ୍ଷେପଣାସ୍ତ୍ର ରହିଛି, ଏ କଥାକୁ କେହି ଭୁଲିବା ନୁହେଁ । ଏହାକୁ ଅଟକାଇବାକୁ କାହାର ଶକ୍ତି ନାହିଁ ବୋଲି ଋଷ୍ ରାଷ୍ଟ୍ରପତି କହିଛନ୍ତି ।