ହଦଗଡ ଡ୍ଯାମ୍‌ରେ ପଡିଛି ତାଲା, ନିରାଶ ହୋଇ ଫେରୁଛନ୍ତି ପର୍ଯ୍ୟଟକ

ଆନନ୍ଦପୁର ୧୧।୭: ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର କେନ୍ଦୁଝର ଜିଲ୍ଲାର ଆନନ୍ଦପୁର ହଦଗଡ଼ ଡ୍ୟାମ୍‌ରେ ଏବେ ପଡିଛି ତାଲା । ପର୍ଯ୍ୟଟକଙ୍କୁ ପରିଦର୍ଶନ ମନା । ଯାହାକୁ ନେଇ ପର୍ଯ୍ୟଟକ ମହଲରେ ତୀବ୍ର ଅସନ୍ତୋଷ ଦେଖାଦେଇଛି । ଡ୍ୟାମ୍‌ର ଭିତର ପାର୍ଶ୍ୱରେ ରହୁଥିବା ଗ୍ରାମବାସୀଙ୍କୁ ମଧ୍ୟ ଡ୍ୟାମ୍ ରାସ୍ତାରେ ଯାତାୟାତ ମନା । ଯାହାକୁ ନେଇ ଗ୍ରାମବାସୀଙ୍କ ମନରେ କୁହୁଳୁଛି ଅସନ୍ତୋଷର ନିଆଁ । ହଦଗଡ଼ ଡ୍ୟାମ୍ ବୁଲିବାକୁ ଓଡ଼ିଶା ତଥା ଓଡ଼ିଶା ବାହାରୁ ହଜାର ହଜାର ପର୍ଯ୍ୟଟକ ଆସିଥାନ୍ତି । ପର୍ଯ୍ୟଟକ ମାନେ ଡ୍ୟାମ୍ ଉପରେ ବୁଲିବା ସହିତ ସାଳନ୍ଦୀ ଡ୍ୟାମ୍‌ର ନୀଳ ଜଳରାଶିକୁ ଉପଭୋଗ କରିଥାନ୍ତି । ଯେଉଁ ମାନେ ଭୋଜିଭାତ କରିଥାନ୍ତି ସେମାନେ ଡ୍ୟାମ୍‌ ତଳେ ନଦୀ କୂଳରେ ଭୋଜି କରିଥାନ୍ତି । ଏତେ ସଂଖ୍ୟକ ପର୍ଯ୍ୟଟକ ଆସୁଥିବାରୁ ସ୍ଥାନୀୟ ଅଞ୍ଚଳର କିଛି କ୍ଷୁଦ୍ର ବ୍ୟବସାୟୀ ଛୋଟ ମୋଟ ବେପାର କରି ଚଳିବା ସହିତ ପରିବାର ପ୍ରତିପୋଷଣ କରିଥାନ୍ତି । ଏପରିକି ହଦଗଡ଼ ବଜାରରେ ଥିବା ବ୍ୟବସାୟୀ ମାନେ ଭଲ ଦିପଇସା ବେପାର କରିଥାନ୍ତି । କିନ୍ତୁ ସବୁଥିରେ ଏବେ ରୋକ ଲାଗିଯାଇଛି ।ତେବେ ଏହି ତାଲା ପଡ଼ିବାର କାରଣ ଯେତେବେଳେ ଆମେ ଜାଣିବାକୁ ଚାହିଁଥିଲୁ ଜଳସମ୍ପଦ ବିଭାଗର ତଥ୍ୟ ଅନୁଯାୟୀ ସେଦିନ ଥିଲା ଜୁନ୍ ମାସର ୧୨ ତାରିଖ । ଭଦ୍ରକ ଅଞ୍ଚଳର କିଛି ଛାତ୍ର ଡ୍ୟାମ୍ ବୁଲିବାକୁ ଆସିଥିବା ବେଳେ ଦୁଇ ଜଣ ଛାତ୍ର ଡ୍ୟାମ୍‌ର ଶେଷ ମୁଣ୍ଡରେ ଥିବା ଜିରୋ ପଏଣ

ହଦଗଡ ଡ୍ଯାମ୍‌ରେ ପଡିଛି ତାଲା, ନିରାଶ ହୋଇ ଫେରୁଛନ୍ତି ପର୍ଯ୍ୟଟକ

ଆନନ୍ଦପୁର ୧୧: ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର କେନ୍ଦୁଝର ଜିଲ୍ଲାର ଆନନ୍ଦପୁର ହଦଗଡ଼ ଡ୍ୟାମ୍‌ରେ ଏବେ ପଡିଛି ତାଲା । ପର୍ଯ୍ୟଟକଙ୍କୁ ପରିଦର୍ଶନ ମନା । ଯାହାକୁ ନେଇ ପର୍ଯ୍ୟଟକ ମହଲରେ ତୀବ୍ର ଅସନ୍ତୋଷ ଦେଖାଦେଇଛି । ଡ୍ୟାମ୍‌ର ଭିତର ପାର୍ଶ୍ୱରେ ରହୁଥିବା ଗ୍ରାମବାସୀଙ୍କୁ ମଧ୍ୟ ଡ୍ୟାମ୍ ରାସ୍ତାରେ ଯାତାୟାତ ମନା । ଯାହାକୁ ନେଇ ଗ୍ରାମବାସୀଙ୍କ ମନରେ କୁହୁଳୁଛି ଅସନ୍ତୋଷର ନିଆଁ । 

ହଦଗଡ଼ ଡ୍ୟାମ୍ ବୁଲିବାକୁ ଓଡ଼ିଶା ତଥା ଓଡ଼ିଶା ବାହାରୁ ହଜାର ହଜାର ପର୍ଯ୍ୟଟକ ଆସିଥାନ୍ତି । ପର୍ଯ୍ୟଟକ ମାନେ ଡ୍ୟାମ୍ ଉପରେ ବୁଲିବା ସହିତ ସାଳନ୍ଦୀ ଡ୍ୟାମ୍‌ର ନୀଳ ଜଳରାଶିକୁ ଉପଭୋଗ କରିଥାନ୍ତି । ଯେଉଁ ମାନେ ଭୋଜିଭାତ କରିଥାନ୍ତି ସେମାନେ ଡ୍ୟାମ୍‌ ତଳେ ନଦୀ କୂଳରେ ଭୋଜି କରିଥାନ୍ତି । ଏତେ ସଂଖ୍ୟକ ପର୍ଯ୍ୟଟକ ଆସୁଥିବାରୁ ସ୍ଥାନୀୟ ଅଞ୍ଚଳର କିଛି କ୍ଷୁଦ୍ର ବ୍ୟବସାୟୀ ଛୋଟ ମୋଟ ବେପାର କରି ଚଳିବା ସହିତ ପରିବାର ପ୍ରତିପୋଷଣ କରିଥାନ୍ତି । ଏପରିକି ହଦଗଡ଼ ବଜାରରେ ଥିବା ବ୍ୟବସାୟୀ ମାନେ ଭଲ ଦିପଇସା ବେପାର କରିଥାନ୍ତି । କିନ୍ତୁ ସବୁଥିରେ ଏବେ ରୋକ ଲାଗିଯାଇଛି ।

ତେବେ ଏହି ତାଲା ପଡ଼ିବାର କାରଣ ଯେତେବେଳେ ଆମେ ଜାଣିବାକୁ ଚାହିଁଥିଲୁ ଜଳସମ୍ପଦ ବିଭାଗର ତଥ୍ୟ ଅନୁଯାୟୀ ସେଦିନ ଥିଲା ଜୁନ୍ ମାସର ୧୨ ତାରିଖ । ଭଦ୍ରକ ଅଞ୍ଚଳର କିଛି ଛାତ୍ର ଡ୍ୟାମ୍ ବୁଲିବାକୁ ଆସିଥିବା ବେଳେ ଦୁଇ ଜଣ ଛାତ୍ର ଡ୍ୟାମ୍‌ର ଶେଷ ମୁଣ୍ଡରେ ଥିବା ଜିରୋ ପଏଣ୍ଟ ନିକଟରେ ଗାଧୋଇବାକୁ ଯାଇ ବୁଡି ମୃତ୍ୟୁ ହୋଇଥିଲେ। ସେହି ଜିରୋ ପଏଣ୍ଟ ଜଙ୍ଗଲ ବିଭାଗ ଅଧିନରେ ରହିଛି । କିନ୍ତୁ ସେହି ଦିନଠାରୁ ଜଳସେଚନ ବିଭାଗ ଏହି ଡ୍ୟାମ୍‌କୁ ଚାବି ପକାଇ ବନ୍ଦ କରିଦେଇଛନ୍ତି । ନଦୀବନ୍ଧର ଅପର ପାର୍ଶ୍ୱରେ ଥିବା ଅନେକ ଗ୍ରାମବାସୀ  ଡ୍ୟାମ୍‌ ଉପରେ ଯାତାୟାତ କରୁଥିବା ବେଳେ ଏବେ ୩ କିଲୋମିଟର ବାଟ ବୁଲାବୁଲି ହଦଗଡ଼କୁ ଆସୁଛନ୍ତି । ସେମାନେ ମଧ୍ଯ ଜଳସେଚନ ବିଭାଗର ଏପରି ନିଷ୍ପତ୍ତିକୁ ବିରୋଧ କରିଛନ୍ତି । ଏ ସମ୍ପର୍କରେ ଜଳସେଚନ ବିଭାଗର ସହକାରୀ ଯନ୍ତ୍ରୀଙ୍କ ମତ ଗାଇଡ଼ ଲାଇନ ଅନୁଯାୟୀ ଡ୍ୟାମ୍ ବନ୍ଦ କରାଯାଇଛି । ବିଭାଗୀୟ ଆଦେଶ ପର୍ଯ୍ୟନ୍ତ ଏହା ବନ୍ଦ ରହିବ ।

You Can Read:

ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ୩ ରଥର ଯାଞ୍ଚ, କଣ୍ଟା ଖସିଯାଇଥିବାରୁ କରାଗଲା ମରାମତି