ବିବାହ ଶୋଭାଯାତ୍ରାରେ ଅଘଟଣ, ଛୁରାମାଡ଼ରେ ଚାଲିଗଲା ପ୍ରଶାନ୍ତଙ୍କ ଜୀବନ
ମୋହନା ୧୩।୦୩ : ଗଜପତି ଜିଲ୍ଲା ମୋହନା ଥାନା ଚନ୍ଦ୍ରଗିରିରେ ଅଘଟଣ । ବିବାହ ଶୋଭାଯାତ୍ରାରେ ଯୁବକଙ୍କୁ ଛୁରାମାଡ଼ । ଏହି ଛୁରାମାଡ଼ରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତ ଯୁବକ ଜଣକ ହେଲେ ଚନ୍ଦ୍ରଗିରି ଗାଁର ପ୍ରଶାନ୍ତ ପ୍ରଧାନ ବୋଲି ଜଣାପଡିଛି । ଛୁରାମାଡ଼ କରିଥିବା ଅଭିଯୁକ୍ତ ଶ୍ରୀହରୀ ପ୍ରଧାନଙ୍କୁ ଗିରଫ କରିଛି ପୋଲିସ । ଖବର ଅନୁଯାୟୀ, ମଙ୍ଗଳବାର ରାତିରେ ମୋହନା ଥାନା ଚନ୍ଦ୍ରଗିରିରେ ଏକ ବିବାହ ଶୋଭାଯାତ୍ରା ଚାଲିଥିଲା । ଏହି ସମୟରେ ପ୍ରଶାନ୍ତ ପ୍ରଧାନଙ୍କୁ ଅତର୍କିତ ଭାବେ ଛୁରାମାଡ କରିଥିଲେ ଶ୍ରୀହରି । ଏହାପରେ ଗୁରୁତର ଅବସ୍ଥାରେ ପ୍ରଶାନ୍ତକୁ ପ୍ରଥମ ଚନ୍ଦ୍ରଗିରି ମେଡିକାଲରେ ଭର୍ତ୍ତି କରିଥିଲେ ସ୍ଥାନୀୟ ଲୋକେ । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଛନ୍ତି । ପୂର୍ବଶତ୍ରୁତାକୁ କେନ୍ଦ୍ର କରି ଛୁରାମାଡ଼ ହୋଇଥିବା ସୂଚନା ମିଳିଛି । ସେପଟେ ଏହି ଘଟଣା ପରେ ଉତ୍ୟକ୍ତ ଲୋକେ ଅଭିଯୁକ୍ତଙ୍କ ଘର ଜାଳିଦେଇଛନ୍ତି । ହତ୍ୟାକାରୀ ଯୁବକଙ୍କୁ ହସ୍ତାନ୍ତର ଦାବିରେ ରାତି ଠାରୁ ରାସ୍ତା ଅବରୋଧ କରିଛନ୍ତି ସ୍ଥାନୀୟ ଲୋକେ । ଯାହାଫଳରେ ମୋହନା-ପାରଳାଖେମୁଣ୍ଡି ୩୨୬ ନମ୍ବର ଜାତୀୟ ରାଜପଥରେ ଗାଡି ଚଳାଚଳ ଠପ୍ ହୋଇଛି । l ତେବେ ଚନ୍ଦ୍ରଗିରିରେ ଉତ୍ତେଜନା ଲାଗି ରହିଥିବା ବେଳେ ଆର ଉଦୟଗିରି ଏସ୍ଡିପିଓ ଅଶ୍ୱିନୀ ନାୟକ, ମୋହନା ତହସିଲଦାର ହଳଧର ଶବର, ମୋହନା ଥାନା ଅଧିକାରୀ ବସନ୍ତ ସେଠୀ
ମୋହନା ୧୩।୦୩ : ଗଜପତି ଜିଲ୍ଲା ମୋହନା ଥାନା ଚନ୍ଦ୍ରଗିରିରେ ଅଘଟଣ । ବିବାହ ଶୋଭାଯାତ୍ରାରେ ଯୁବକଙ୍କୁ ଛୁରାମାଡ଼ । ଏହି ଛୁରାମାଡ଼ରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତ ଯୁବକ ଜଣକ ହେଲେ ଚନ୍ଦ୍ରଗିରି ଗାଁର ପ୍ରଶାନ୍ତ ପ୍ରଧାନ ବୋଲି ଜଣାପଡିଛି । ଛୁରାମାଡ଼ କରିଥିବା ଅଭିଯୁକ୍ତ ଶ୍ରୀହରୀ ପ୍ରଧାନଙ୍କୁ ଗିରଫ କରିଛି ପୋଲିସ ।

ଖବର ଅନୁଯାୟୀ, ମଙ୍ଗଳବାର ରାତିରେ ମୋହନା ଥାନା ଚନ୍ଦ୍ରଗିରିରେ ଏକ ବିବାହ ଶୋଭାଯାତ୍ରା ଚାଲିଥିଲା । ଏହି ସମୟରେ ପ୍ରଶାନ୍ତ ପ୍ରଧାନଙ୍କୁ ଅତର୍କିତ ଭାବେ ଛୁରାମାଡ କରିଥିଲେ ଶ୍ରୀହରି । ଏହାପରେ ଗୁରୁତର ଅବସ୍ଥାରେ ପ୍ରଶାନ୍ତକୁ ପ୍ରଥମ ଚନ୍ଦ୍ରଗିରି ମେଡିକାଲରେ ଭର୍ତ୍ତି କରିଥିଲେ ସ୍ଥାନୀୟ ଲୋକେ । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଛନ୍ତି । ପୂର୍ବଶତ୍ରୁତାକୁ କେନ୍ଦ୍ର କରି ଛୁରାମାଡ଼ ହୋଇଥିବା ସୂଚନା ମିଳିଛି ।

ସେପଟେ ଏହି ଘଟଣା ପରେ ଉତ୍ୟକ୍ତ ଲୋକେ ଅଭିଯୁକ୍ତଙ୍କ ଘର ଜାଳିଦେଇଛନ୍ତି । ହତ୍ୟାକାରୀ ଯୁବକଙ୍କୁ ହସ୍ତାନ୍ତର ଦାବିରେ ରାତି ଠାରୁ ରାସ୍ତା ଅବରୋଧ କରିଛନ୍ତି ସ୍ଥାନୀୟ ଲୋକେ । ଯାହାଫଳରେ ମୋହନା-ପାରଳାଖେମୁଣ୍ଡି ୩୨୬ ନମ୍ବର ଜାତୀୟ ରାଜପଥରେ ଗାଡି ଚଳାଚଳ ଠପ୍ ହୋଇଛି । l ତେବେ ଚନ୍ଦ୍ରଗିରିରେ ଉତ୍ତେଜନା ଲାଗି ରହିଥିବା ବେଳେ ଆର ଉଦୟଗିରି ଏସ୍ଡିପିଓ ଅଶ୍ୱିନୀ ନାୟକ, ମୋହନା ତହସିଲଦାର ହଳଧର ଶବର, ମୋହନା ଥାନା ଅଧିକାରୀ ବସନ୍ତ ସେଠୀ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରୁଛନ୍ତି ।