କ୍ଲିନିକ୍‌ରେ ପୋଲିସ୍‌ର ରେଡ୍‌, ଗିରଫ ହେଲେ ନକଲି ଡାକ୍ତର

ଟିଟିଲାଗଡ଼: ସଇଁନ୍ତଲା ଥାନା ଟିକ୍ରାପଡା ଗାଁରୁ ଏକ ନକଲି ଡାକ୍ତର ଗିରଫ। ଗିରଫ ଅଭିଯୁକ୍ତ ହେଲେ ବିଦ୍ଯୁତ କୁମାର ବିଶ୍ଵାସ ।ତାଙ୍କ ବୟସ 55 ବର୍ଷ ବୋଲି ଜଣାପଡିଛି। ମିଳିଥିବା ସୂଚନା ଅନୁଯାୟୀ ସେ ଦୀର୍ଘ ବର୍ଷ ହେବ ବେଆଇନ ଭାବରେ ଟିକ୍ରାପଡା ଗାଁର ରଣାପଡା ଠାରେ ଏକ କ୍ଲିନିକ କରି ଚିକିତ୍ସା କରିଆସୁଥିଲେ। ସଇଁନ୍ତଲା ପୋଲିସ ଓ ବଲାଙ୍ଗିର  ଡ୍ରଗ୍ସ ଇନ୍ସପେକ୍ଟର ମିଳିତ ଭାବରେ ଚଢଉ କରିଥିଲେ ଏହି ବେଆଇନ କ୍ଲିନିକରେ। ତେବେ ଅଭିଯୁକ୍ତ ନକଲି ଡାକ୍ତରଙ୍କ  ନିକଟରୁ ବିଭିନ୍ନ ପ୍ରକାର ଔଷଧ, ଇଞ୍ଜେକସନ ଓ ସାଲାଇନ ଜବତ ହୋଇଥିବା ସଇଁନ୍ତଲା ପୋଲିସ ପକ୍ଷରୁ ଏକ ପ୍ରେସ ନୋଟ ମାଧ୍ୟମ ରେ ସୂଚନା ଦିଆଯାଇଛି।

କ୍ଲିନିକ୍‌ରେ ପୋଲିସ୍‌ର ରେଡ୍‌, ଗିରଫ ହେଲେ ନକଲି ଡାକ୍ତର

ଟିଟିଲାଗଡ଼: ସଇଁନ୍ତଲା ଥାନା ଟିକ୍ରାପଡା ଗାଁରୁ ଏକ ନକଲି ଡାକ୍ତର ଗିରଫ। ଗିରଫ ଅଭିଯୁକ୍ତ ହେଲେ ବିଦ୍ଯୁତ କୁମାର ବିଶ୍ଵାସ ।ତାଙ୍କ ବୟସ 55 ବର୍ଷ ବୋଲି ଜଣାପଡିଛି। ମିଳିଥିବା ସୂଚନା ଅନୁଯାୟୀ ସେ ଦୀର୍ଘ ବର୍ଷ ହେବ ବେଆଇନ ଭାବରେ ଟିକ୍ରାପଡା ଗାଁର ରଣାପଡା ଠାରେ ଏକ କ୍ଲିନିକ କରି ଚିକିତ୍ସା କରିଆସୁଥିଲେ। ସଇଁନ୍ତଲା ପୋଲିସ ଓ ବଲାଙ୍ଗିର  ଡ୍ରଗ୍ସ ଇନ୍ସପେକ୍ଟର ମିଳିତ ଭାବରେ ଚଢଉ କରିଥିଲେ ଏହି ବେଆଇନ କ୍ଲିନିକରେ। 

ତେବେ ଅଭିଯୁକ୍ତ ନକଲି ଡାକ୍ତରଙ୍କ  ନିକଟରୁ ବିଭିନ୍ନ ପ୍ରକାର ଔଷଧ, ଇଞ୍ଜେକସନ ଓ ସାଲାଇନ ଜବତ ହୋଇଥିବା ସଇଁନ୍ତଲା ପୋଲିସ ପକ୍ଷରୁ ଏକ ପ୍ରେସ ନୋଟ ମାଧ୍ୟମ ରେ ସୂଚନା ଦିଆଯାଇଛି।