କ୍ଲିନ୍ ସୁଇପ୍ ଲକ୍ଷ୍ୟରେ ଭାରତ:ଜାଣନ୍ତୁ କେଉଁଠି, କେତେବେଳେ ଦେଖିପାରିବେ ମ୍ୟାଚ୍
ହାଇଦ୍ରାବାଦ, ୧୨।୧୦ (ପି.ଟି.):ଭାରତ ଓ ବାଂଲାଦେଶ ମଧ୍ୟରେ ଚଳିତ ସିରିଜର ତୃତୀୟ ତଥା ଅନ୍ତିମ ଟି୨୦ କ୍ରିକେଟ ମ୍ୟାଚ ଶନିବାର ଏଠାରେ ଅନୁଷ୍ଠିତ ହେବ। ପ୍ରଥମ ୨ଟି ଗେମ୍ ଜିତି ଭାରତ ୩ ମ୍ୟାଚ ବିଶିଷ୍ଟ ସିରିଜକୁ ଆଗୁଆ ଜିତି ସାରିଛି। ତେଣୁ ଆସନ୍ତା ମ୍ୟାଚରେ ରିଜର୍ଭ ଖେଳାଳିଙ୍କୁ ସୁଯୋଗ ମିଳିବା ସମ୍ଭାବନା ରହିଛି। ଦିଲ୍ଲୀରେ ଅନୁଷ୍ଠିତ ଗତ ମ୍ୟାଚରେ ନୀତୀଶ କୁମାର ରେଡ୍ଡୀ ଉଭୟ ବ୍ୟାଟ୍ ଓ ବଲ୍ରେ ଚମତ୍କାର ପ୍ରଦର୍ଶନ କରିଛନ୍ତି, ତେଣୁ ତାଙ୍କ […] The post କ୍ଲିନ୍ ସୁଇପ୍ ଲକ୍ଷ୍ୟରେ ଭାରତ:ଜାଣନ୍ତୁ କେଉଁଠି, କେତେବେଳେ ଦେଖିପାରିବେ ମ୍ୟାଚ୍ appeared first on Dharitri Odia News.
ହାଇଦ୍ରାବାଦ, ୧୨।୧୦ (ପି.ଟି.):ଭାରତ ଓ ବାଂଲାଦେଶ ମଧ୍ୟରେ ଚଳିତ ସିରିଜର ତୃତୀୟ ତଥା ଅନ୍ତିମ ଟି୨୦ କ୍ରିକେଟ ମ୍ୟାଚ ଶନିବାର ଏଠାରେ ଅନୁଷ୍ଠିତ ହେବ। ପ୍ରଥମ ୨ଟି ଗେମ୍ ଜିତି ଭାରତ ୩ ମ୍ୟାଚ ବିଶିଷ୍ଟ ସିରିଜକୁ ଆଗୁଆ ଜିତି ସାରିଛି। ତେଣୁ ଆସନ୍ତା ମ୍ୟାଚରେ ରିଜର୍ଭ ଖେଳାଳିଙ୍କୁ ସୁଯୋଗ ମିଳିବା ସମ୍ଭାବନା ରହିଛି। ଦିଲ୍ଲୀରେ ଅନୁଷ୍ଠିତ ଗତ ମ୍ୟାଚରେ ନୀତୀଶ କୁମାର ରେଡ୍ଡୀ ଉଭୟ ବ୍ୟାଟ୍ ଓ ବଲ୍ରେ ଚମତ୍କାର ପ୍ରଦର୍ଶନ କରିଛନ୍ତି, ତେଣୁ ତାଙ୍କ ଉପରେ ନଜର ରହିବ। ସେହିପରି ଦ୍ରୁତ ବୋଲର ମୟଙ୍କ ଯାଦବ ଓ ସଫଳ ପ୍ରତ୍ୟାବର୍ତ୍ତନକାରୀ ବରୁଣ ଚକ୍ରବର୍ତ୍ତୀ ମଧ୍ୟ ପ୍ରଭାବୀ ବୋଲିଂ କରିବାରେ ସକ୍ଷମ ହୋଇଛନ୍ତି। ଓପନିଂକୁ ନେଇ ଭାରତର ଚିନ୍ତା ରହିଛି। ସଞ୍ଜୁ ସାମସନ ଓ ଅଭିଷେକ ଶର୍ମା ଏପର୍ଯ୍ୟନ୍ତ ଦକ୍ଷତା ଅନୁସାରେ କ୍ଲିକ୍ କରିନାହାନ୍ତି। ଚଳିତ ସିରିଜରେ ସାମସନଙ୍କୁ ଇନିଂସ ଓପନର ସୁଯୋଗ ମିଳିଛି। ବିସ୍ଫୋରକ ବ୍ୟାଟିଂ ଜରିଆରେ ପାଓ୍ବାର ପ୍ଲେର ଫାଇଦା ନେବାକୁ ତାଙ୍କ ନିକଟରେ ସୁଯୋଗ ରହିଛି। ମାତ୍ର ୨ଟି ମ୍ୟାଚରେ ସେ ୧୯ବଲ୍ରୁ ୨୯ ଓ ୭ ବଲ୍ରୁ ୧୦ ରନ କରିବାକୁ ସକ୍ଷମ ହୋଇଛନ୍ତି। ତେଣୁ ଆଗାମୀ ମ୍ୟାଚରେ ଦ୍ୱିତୀୟ ପସନ୍ଦ ଉଇକେଟ କିପର ଜୀତେଶ ଶର୍ମାଙ୍କ ଉପରେ ଚୟନକର୍ତ୍ତାଙ୍କ ନଜର ପଡ଼ିପାରେ। ସେହିପରି ଧୂଆଁଧାର ବ୍ୟାଟିଂ ପାଇଁ ପରିଚିତ ଅଭିଷେକ ଏପର୍ଯ୍ୟନ୍ତ ସଫଳ ହୋଇ ନାହାନ୍ତି। ସେ ୨ ମ୍ୟାଚରେ ଯଥାକ୍ରମେ ୧୫ ଓ ୧୬ ରନ କରିଛନ୍ତି। ଓପନରଙ୍କ ବିଫଳତା ଯୋଗୁ ମିଡିଲ ଅର୍ଡର ବ୍ୟାଟରଙ୍କ ଉପରେ ଚାପ ବଢ଼ୁଛି। ସେହିପରି ଅପେକ୍ଷା କରି ରହିଥିବା ଲେଗ୍ ସ୍ପିନର ରବି ବିଷ୍ଣୋଇ ଓ ଅଲ୍ ରାଉଣ୍ଡର ହର୍ଷିତ ରାଣାଙ୍କୁ ସୁଯୋଗ ମିଳୁଛି କି ନାହିଁ ତା’ ଉପରେ ନଜର ରହିଛି।
ଏହି ମ୍ୟାଚ୍ Sports18 Network ରେ ଦେଖିପାରିବେ। ଏହାସହ JioCinemaରେ ଲାଇଭ୍ ଷ୍ଟ୍ରିମିଂ ମଧ୍ୟ ଦେଖିପାରିବେ।
The post କ୍ଲିନ୍ ସୁଇପ୍ ଲକ୍ଷ୍ୟରେ ଭାରତ:ଜାଣନ୍ତୁ କେଉଁଠି, କେତେବେଳେ ଦେଖିପାରିବେ ମ୍ୟାଚ୍ appeared first on Dharitri Odia News.