କ୍ଷମତାକୁ ଆସିଲେ ମହିଳାଙ୍କୁ ୫୦ ହଜାର ଟଙ୍କାର କୁପନ: ଧର୍ମେନ୍ଦ୍ର
ଦେବଗଡ଼,୯।୫(ଶଶାଙ୍କ ଶେଖର ଝାଙ୍କର): ରାଜ୍ୟରେ ଭାଜପା କ୍ଷମତାକୁ ଆସିଲେ ଧାନର ସର୍ବନିମ୍ନ ଦର ୩୧ଶହ ଟଙ୍କା ଧାର୍ଯ୍ୟ ହେବ। ପ୍ରତ୍ୟେକ ମହିଳାଙ୍କୁ ୫୦ ହଜାର ଟଙ୍କାର କୁପନ ଦିଆଯିବ। କେନ୍ଦୁପତ୍ରର ମୂଲ୍ୟ ବୃଦ୍ଧି କରାଯାଇ ବିଡା ପ୍ରତି ୨ଟଙ୍କା ମୂଲ୍ୟ ଧାର୍ଯ୍ୟ କରାଯିବ। ତୋଳାଳି ଓ ବନ୍ଧାଳିମାନଙ୍କୁ ଅଧିକ ବୋନସ ଦିଆଯିବ। ରାଜ୍ୟର ସବୁ ଗରିବଙ୍କୁ ଘର ଦିଆଯିବ। ସୋଲାର ଏନର୍ଜୀ ମଧ୍ୟ ଯୋଗାଇ ଦିଆଯିବ। ରାଜ୍ୟରେ ଦେଶୀ ମଦ ସମ୍ପୂର୍ଣ୍ଣ ଭାବେ ନିସିଦ୍ଧ କରାଯିବ। ଓଡ଼ିଶାକୁ […] The post କ୍ଷମତାକୁ ଆସିଲେ ମହିଳାଙ୍କୁ ୫୦ ହଜାର ଟଙ୍କାର କୁପନ: ଧର୍ମେନ୍ଦ୍ର appeared first on Dharitri Odia News.
ଦେବଗଡ଼,୯।୫(ଶଶାଙ୍କ ଶେଖର ଝାଙ୍କର): ରାଜ୍ୟରେ ଭାଜପା କ୍ଷମତାକୁ ଆସିଲେ ଧାନର ସର୍ବନିମ୍ନ ଦର ୩୧ଶହ ଟଙ୍କା ଧାର୍ଯ୍ୟ ହେବ। ପ୍ରତ୍ୟେକ ମହିଳାଙ୍କୁ ୫୦ ହଜାର ଟଙ୍କାର କୁପନ ଦିଆଯିବ। କେନ୍ଦୁପତ୍ରର ମୂଲ୍ୟ ବୃଦ୍ଧି କରାଯାଇ ବିଡା ପ୍ରତି ୨ଟଙ୍କା ମୂଲ୍ୟ ଧାର୍ଯ୍ୟ କରାଯିବ। ତୋଳାଳି ଓ ବନ୍ଧାଳିମାନଙ୍କୁ ଅଧିକ ବୋନସ ଦିଆଯିବ। ରାଜ୍ୟର ସବୁ ଗରିବଙ୍କୁ ଘର ଦିଆଯିବ। ସୋଲାର ଏନର୍ଜୀ ମଧ୍ୟ ଯୋଗାଇ ଦିଆଯିବ। ରାଜ୍ୟରେ ଦେଶୀ ମଦ ସମ୍ପୂର୍ଣ୍ଣ ଭାବେ ନିସିଦ୍ଧ କରାଯିବ। ଓଡ଼ିଶାକୁ ୨ଦିନ ତଳେ ଆସି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଇଥିବା ଗ୍ୟାରେଣ୍ଟିକୁ ଅକ୍ଷରେ ଅକ୍ଷରେ ପାଳନ କରାଯିବ ବୋଲି ବୁଧବାର ଦେବଗଡ ଜିଲା ତିଲେଇବଣି ଖେଳ ପଡିଆଠାରେ ଆୟୋଜିତ ଭାଜପାର ବିଜୟ ସଂକଳ୍ପ ସମାବେଶରେ କେନ୍ଦ୍ରମନ୍ତ୍ରୀ ତଥା ସମ୍ବଲପୁର ଲୋକ ସଭା ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନ ଦୃଢୋକ୍ତି ପ୍ରକାଶ କରିଛନ୍ତି।
ଭାଜପା ସଭାପତି ଅରୁଣ କୁମାର ସାହୁଙ୍କ ସଭାପତିତ୍ୱ ଓ ବିଧାୟକ ତଥା ଭାଜପା ବିଧାନସଭା ପ୍ରାର୍ଥୀ ସୁବାସ ଚନ୍ଦ୍ର ପାଣିଗ୍ରାହୀଙ୍କ ଉପସ୍ଥିତିରେ ଆୟୋଜିତ ସମାବେଶରେ କେନ୍ଦ୍ରମନ୍ତ୍ରୀ ପ୍ରଧାନ କେନ୍ଦ୍ର ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନା ସମ୍ପର୍କରେ ଆଲୋକପାତ କରିବା ସହ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରି କହିଛନ୍ତି ଯେ, ରାଜ୍ୟରେ ଦୀର୍ଘ ୨୪ ବର୍ଷ ଧରି ବିଜେଡି ଶାସନ କରି ଆସୁଛି। ମୁଖ୍ୟମନ୍ତ୍ରୀ କଥାରେ ନୁହେଁ କାମରେ ବିଶ୍ୱାସ କରୁଛନ୍ତି ବୋଲି କହୁଥିବା ବେଳେ ସେ ଭିଡିଓରେ କଥା କହୁଛନ୍ତି ଓ ତାଙ୍କ ଗୁମାସ୍ତା ରିମୋଟ୍ ଧରି ପରିଚାଳନା କରୁଛନ୍ତି। ପ୍ରଧାନମନ୍ତ୍ରୀ ମୋଦିଜୀ ଟଙ୍କା ପଠାଉଥିବା ବେଳେ ରାଜ୍ୟ ସରକାର ଲୋକଙ୍କୁ ପାଇପ ପାଣି ଯୋଗାଇବାରେ ବିଫଳ ହୋଇଛନ୍ତି। ଚାଷ ଜମିକୁ ଜଳସେଚନ ହେଉନାହିଁ। ସ୍କୁଲରେ ଶିକ୍ଷକ ନାହାନ୍ତି କି ଡାକ୍ତରଖାନାରେ ଡାକ୍ତର ନାହାନ୍ତି ବୋଲି ଧର୍ମେନ୍ଦ୍ର ପ୍ରଧାନ ଅଭିଯୋଗ କରିବା ସହ ଇଏ କି ପ୍ରକାର ବିକାଶ ବୋଲି ମଧ୍ୟ ସେ ପ୍ରଶ୍ନ କରିଥିଲେ। ଏବେ ରାଜ୍ୟରେ ଦେଶୀ ମଦ କାରବାର ଅନିୟନ୍ତ୍ରିତ ଥିବା ଦର୍ଶାଇ ଏହା ଦ୍ୱାରା ମହିଳାମାନେ ନିର୍ଯାତିତା ହେଉଛନ୍ତି। ଓଡ଼ିଶାରେ ଭାଜପା କ୍ଷମତାକୁ ଆସିଲେ ଏହାକୁ ସମ୍ପୂର୍ଣ୍ଣ ଭାବେ ବନ୍ଦ କରାଯିବ ବୋଲି ଉକ୍ତ ସଂକଳ୍ପ ସମାବେଶରେ ପ୍ରତିଶ୍ରୁତି ଦେବା ସହ ଏଥର ଲୋକେ ପରିବର୍ତ୍ତନ ଚାହୁଁଥିବା ଦର୍ଶାଇ ଉଭୟ ଲୋକ ସଭା ଓ ବିଧାନସଭା ପ୍ରାର୍ଥୀଙ୍କୁ ବିଜୟୀ କରିବାକୁ ଉପସ୍ଥିତ ଜନସାଧାରଣଙ୍କୁ ନିବେଦନ କରିଥିଲେ।
ଅବସରରେ ଦେବଗଡ ପୌର ପରିଷଦର ପୂର୍ବତନ କାଉନସିଲର ମୀନାକ୍ଷୀ ମିଶ୍ରଙ୍କ ସମେତ ତିଲେଇବଣି ବ୍ଲକର ବହୁ ଯୁବକ ଆନୁଷ୍ଠାନିକ ଭାବେ ଭାଜପାରେ ଯୋଗଦେଇଥିଲେ। ସମାବେଶରେ ସମ୍ବଲପୁର ଜିଲା ଭାଜପା ସଭାପତି ଗୋବିନ୍ଦ ଅଗ୍ରୱାଲା, ଜିଲା ଭାଜପା ସାଧାରଣ ସମ୍ପାଦକ ସଚ୍ଚିକାନ୍ତ ଦାଶ, ତିଲେଇବଣି ବ୍ଲକ ଅଧ୍ୟକ୍ଷା ବୃନ୍ଦାବତୀ ଭୋଇ, ଉପାଧ୍ୟକ୍ଷ ଆରତୀ ପ୍ରଧାନ, ଜିଲା ଭାଜପା ଉପସଭାପତି ରଞ୍ଜିତ କୁମାର ପଟେଲ, ମଣ୍ଡଳ ସଭାପତି ଯୋଗେଶ ଚନ୍ଦ୍ର ପ୍ରଧାନ, ବୀରେନ କୁମାର ନାୟକ, ମାଧବୀ ଦେବୀ, ରୋହିତ ଗଙ୍ଗଦେବ, ପ୍ରଣବ କୁମାର ପ୍ରଧାନ, ନିବେଦିତା ନାୟକ ଓ ନବୀନ କୁମାର ପାଣିଙ୍କ ସମେତ ବହୁ ଭାଜପା ନେତା ନିଜର ବକ୍ତବ୍ୟ ଉପସ୍ଥାପନ କରି ଦଳୀୟ ବିଧାନସଭା ଓ ଲୋକ ସଭା ପ୍ରାର୍ଥୀଙ୍କୁ ଭୋଟ ଦେବାକୁ ଉପସ୍ଥିତ ଜନସାଧାରଣଙ୍କୁ ନିବେଦନ କରିଥିଲେ।
The post କ୍ଷମତାକୁ ଆସିଲେ ମହିଳାଙ୍କୁ ୫୦ ହଜାର ଟଙ୍କାର କୁପନ: ଧର୍ମେନ୍ଦ୍ର appeared first on Dharitri Odia News.