ବିଜେଡିକୁ ବାହୁଡିବେ ୨୨ ଭାଜପା ନେତା, ମୁନା ଖାନ୍ଙ୍କ ବୟାନକୁ ନେଇ ରାଜନୀତିରେ ବଡ଼ ହଲଚଲ୍
ଭୁବନେଶ୍ୱର,୩୧।୧୦: ରାଜ୍ୟ ସଭା ଏମପି ମୁନା ଖାନ୍ଙ୍କ ବୟାନ ଏବେ ଓଡ଼ିଶା ରାଜନୀତିରେ କମ୍ପନ ସୃଷ୍ଟି କରିଛି। ଯାହାକୁ ନେଇ ରାଜନୀତି ପୁଣି ସରଗରମ ହୋଇ ଉଠିଛି। ସେ କହିଛନ୍ତି, ବିଜେଡି ଅଳ୍ପ ଦିନ ମଧ୍ୟରେ କ୍ଷମତାକୁ ଫେରିବ। ନିର୍ବାଚନ ପୂର୍ବରୁ ବିଜେଡି ଛାଡି ୨୨ ନେତା ଭାଜପାରେ ଯୋଗ ଦେଇଥିଲେ। ଏବେ ସେମାନେ ଭାଜପା ଟିକେଟ ପାଇ ବିଧାୟକ ହୋଇଛନ୍ତି। ସେଥିରୁ ୧୪ ବିଧାୟକ ଏବେ ବିଜେଡି ଲିଙ୍କ୍ରେ ଅଛନ୍ତି। ସେ ଆହୁରି କହିଛନ୍ତି, ଭାଜପା […] The post ବିଜେଡିକୁ ବାହୁଡିବେ ୨୨ ଭାଜପା ନେତା, ମୁନା ଖାନ୍ଙ୍କ ବୟାନକୁ ନେଇ ରାଜନୀତିରେ ବଡ଼ ହଲଚଲ୍ appeared first on Dharitri Odia News.
ଭୁବନେଶ୍ୱର,୩୧।୧୦: ରାଜ୍ୟ ସଭା ଏମପି ମୁନା ଖାନ୍ଙ୍କ ବୟାନ ଏବେ ଓଡ଼ିଶା ରାଜନୀତିରେ କମ୍ପନ ସୃଷ୍ଟି କରିଛି। ଯାହାକୁ ନେଇ ରାଜନୀତି ପୁଣି ସରଗରମ ହୋଇ ଉଠିଛି। ସେ କହିଛନ୍ତି, ବିଜେଡି ଅଳ୍ପ ଦିନ ମଧ୍ୟରେ କ୍ଷମତାକୁ ଫେରିବ। ନିର୍ବାଚନ ପୂର୍ବରୁ ବିଜେଡି ଛାଡି ୨୨ ନେତା ଭାଜପାରେ ଯୋଗ ଦେଇଥିଲେ। ଏବେ ସେମାନେ ଭାଜପା ଟିକେଟ ପାଇ ବିଧାୟକ ହୋଇଛନ୍ତି। ସେଥିରୁ ୧୪ ବିଧାୟକ ଏବେ ବିଜେଡି ଲିଙ୍କ୍ରେ ଅଛନ୍ତି।
ସେ ଆହୁରି କହିଛନ୍ତି, ଭାଜପା ନିର୍ବାଚନରେ ଯାହା ପ୍ରତିଶ୍ରୁତି ଦେଇଥିଲା ପୂରଣ କରିବାରେ ବିଫଳ ହୋଇଛି। ତେଣୁ ଆଜି ଯଦି ନିର୍ବାଚନ ହେବ ତେବେ ବିଜେଡିକୁ ୧୦୦ ସିଟ ମିଳିବା ନିଶ୍ଚିତ। କାରଣ ଏବେ ମଧ୍ୟ ୯୦ପ୍ରତିଶତ ବ୍ଲକ ଏବଂ ଜିଲା ପରିଷଦ ବିଜେଡି ଦଖଲରେ ହିଁ ରହିଛି।
ସୂଚନାଥାଉ କି, ନବରଙ୍ଗପୁରରେ ଆୟୋଜିତ ପଦଯାତ୍ରାରେ ବିଜେଡିର ହେଭିୱେଟ ସାମିଲ ହୋଇଥିଲେ। ଏହି କାର୍ଯ୍ୟକ୍ରମରେ ମୁନା ଖାନ୍ ଦେଇଥିବା ବୟାନ ଏବେ ଚାରିଆଡେ କମ୍ପନ ସୃଷ୍ଟି କରିଛି।
The post ବିଜେଡିକୁ ବାହୁଡିବେ ୨୨ ଭାଜପା ନେତା, ମୁନା ଖାନ୍ଙ୍କ ବୟାନକୁ ନେଇ ରାଜନୀତିରେ ବଡ଼ ହଲଚଲ୍ appeared first on Dharitri Odia News.