‘କ୍ଷମା ମାଗନ୍ତୁ ଅରବିନ୍ଦ ପାଢ଼ୀ’: ରଥ ଉପରେ ଦୁର୍ବ୍ୟବହାର ଅଭିଯୋଗ ଆଣିଲେ ସେବାୟତ

ପୁରୀ, ୨୯ା୬: ଶ୍ରୀମନ୍ଦିରର ମୁଖ୍ୟପ୍ରଶାସକ ଅରବିନ୍ଦ ପାଢ଼ୀଙ୍କ ବିରୋଧରେ ସେବାୟତମାନେ ଗମ୍ଭୀର ଅଭିଯୋଗ ଆଣିଛନ୍ତି। ସେବାୟତମାନେ ଅଭିଯୋଗ କରିଛନ୍ତି ଯେ, ରଥ ଉପରେ ସେବା କାଳରେ ମୁଖ୍ୟପ୍ରଶାସକ ସେବାୟତଙ୍କୁ ଦୁର୍ବ୍ୟବହାର କରିଛନ୍ତି। ଏହି ଘଟଣାକୁ ନେଇ ସେବାୟତମାନେ ଅରବିନ୍ଦ ପାଢ଼ୀଙ୍କୁ ୨୪ ଘଣ୍ଟା ମଧ୍ୟରେ କ୍ଷମା ପ୍ରାର୍ଥନା କରିବାକୁ ଦାବି କରିଛନ୍ତି। ସେବାୟତମାନେ ଚେତାବନୀ ଦେଇଛନ୍ତି ଯେ, କ୍ଷମା ପ୍ରାର୍ଥନା ନକଲେ ଆଗାମୀ ଦିନରେ ମନ୍ଦିରରେ ବିଶୃଙ୍ଖଳା ଓ ବିଭ୍ରାଟ ସୃଷ୍ଟି ହୋଇପାରେ। ଏହି ବିବାଦ ଶ୍ରୀମନ୍ଦିରର […] The post ‘କ୍ଷମା ମାଗନ୍ତୁ ଅରବିନ୍ଦ ପାଢ଼ୀ’: ରଥ ଉପରେ ଦୁର୍ବ୍ୟବହାର ଅଭିଯୋଗ ଆଣିଲେ ସେବାୟତ appeared first on Dharitri Odia News.

‘କ୍ଷମା ମାଗନ୍ତୁ ଅରବିନ୍ଦ ପାଢ଼ୀ’: ରଥ ଉପରେ ଦୁର୍ବ୍ୟବହାର ଅଭିଯୋଗ ଆଣିଲେ ସେବାୟତ

ପୁରୀ, ୨୯ା୬: ଶ୍ରୀମନ୍ଦିରର ମୁଖ୍ୟପ୍ରଶାସକ ଅରବିନ୍ଦ ପାଢ଼ୀଙ୍କ ବିରୋଧରେ ସେବାୟତମାନେ ଗମ୍ଭୀର ଅଭିଯୋଗ ଆଣିଛନ୍ତି। ସେବାୟତମାନେ ଅଭିଯୋଗ କରିଛନ୍ତି ଯେ, ରଥ ଉପରେ ସେବା କାଳରେ ମୁଖ୍ୟପ୍ରଶାସକ ସେବାୟତଙ୍କୁ ଦୁର୍ବ୍ୟବହାର କରିଛନ୍ତି। ଏହି ଘଟଣାକୁ ନେଇ ସେବାୟତମାନେ ଅରବିନ୍ଦ ପାଢ଼ୀଙ୍କୁ ୨୪ ଘଣ୍ଟା ମଧ୍ୟରେ କ୍ଷମା ପ୍ରାର୍ଥନା କରିବାକୁ ଦାବି କରିଛନ୍ତି।

ସେବାୟତମାନେ ଚେତାବନୀ ଦେଇଛନ୍ତି ଯେ, କ୍ଷମା ପ୍ରାର୍ଥନା ନକଲେ ଆଗାମୀ ଦିନରେ ମନ୍ଦିରରେ ବିଶୃଙ୍ଖଳା ଓ ବିଭ୍ରାଟ ସୃଷ୍ଟି ହୋଇପାରେ। ଏହି ବିବାଦ ଶ୍ରୀମନ୍ଦିରର ପରିଚାଳନା ଓ ସେବାୟତମାନଙ୍କ ସହ ପ୍ରଶାସନିକ ସମ୍ପର୍କ ଉପରେ ଗଭୀର ପ୍ରଭାବ ପକାଇପାରେ।

ଏହି ଘଟଣା ଏଭଳି ସମୟରେ ସାମ୍ନାକୁ ଆସିଛି, ଯେତେବେଳେ ଶରଧାବାଲିରେ ରଥ ନିକଟରେ ଦଳାଚକଟାରେ ୩ ଜଣ ମୃତ୍ୟୁ ବରଣ କରିଛନ୍ତି। ଏହି ଘଟଣାକୁ ନେଇ ରାଜ୍ୟ ସରକାର ବ୍ୟାକଫୁଟରେ ରହିଥିବା ବେଳେ ପୁରୀ ଜିଲାପାଳ ଏବଂ ଏସପିଙ୍କୁ ବଦଳି କରିଛନ୍ତି। ଏହାପରେ ଏବେ ଶ୍ରୀମନ୍ଦିର ପ୍ରଶାସକଙ୍କ ଉପରେ ଏଭଳି ଅଭିଯୋଗ ସ୍ଥିତିକୁ ଆହୁରି ବିବାଦୀୟ କରିଦେଇଛି।

The post ‘କ୍ଷମା ମାଗନ୍ତୁ ଅରବିନ୍ଦ ପାଢ଼ୀ’: ରଥ ଉପରେ ଦୁର୍ବ୍ୟବହାର ଅଭିଯୋଗ ଆଣିଲେ ସେବାୟତ appeared first on Dharitri Odia News.