ଆସୁ ଆସୁ ବଡ଼ କାମ କଲେ ବିଡିଓ
ଦାରିଙ୍ଗବାଡି,୨୮।୧୦(ଅରୁଣ ସାହୁ ):କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ଗତ ୨ ବର୍ଷ ଧରି ସଫଳତାର ସହ ଷ୍ଟ୍ରବେରୀ ଚାଷ ହୋଇଥିବା ବେଳେ ଚଳିତ ବର୍ଷ ତୃତୀୟ ଥର ପାଇଁ ଏହି ଚାଷ ପାଇଁ ଚାରା ରୋପଣ କାର୍ଯ୍ୟ ସୋମବାର ଆରମ୍ଭ କରାଯାଇଛି।ଏହାକୁ ମୁଖ୍ୟ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷ ସୁଶାନ୍ତ କୁମାର ପ୍ରଧାନ ଏବଂ ବିଡ଼ିଓ ପ୍ରୀତିରଞ୍ଜନ ରଥ ଷ୍ଟ୍ରବେରୀ ଜମିରେ ଚାରା ରୋପଣ କାର୍ଯ୍ୟର ଶୁଭାରମ୍ଭ କରିଛନ୍ତି। ପ୍ରକାଶ ଯେ, ଦାରିଙ୍ଗବାଡି ବ୍ଲକର ଶ୍ରାନିକେତା […] The post ଆସୁ ଆସୁ ବଡ଼ କାମ କଲେ ବିଡିଓ appeared first on Dharitri Odia News.
ଦାରିଙ୍ଗବାଡି,୨୮।୧୦(ଅରୁଣ ସାହୁ ):କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ଗତ ୨ ବର୍ଷ ଧରି ସଫଳତାର ସହ ଷ୍ଟ୍ରବେରୀ ଚାଷ ହୋଇଥିବା ବେଳେ ଚଳିତ ବର୍ଷ ତୃତୀୟ ଥର ପାଇଁ ଏହି ଚାଷ ପାଇଁ ଚାରା ରୋପଣ କାର୍ଯ୍ୟ ସୋମବାର ଆରମ୍ଭ କରାଯାଇଛି।ଏହାକୁ ମୁଖ୍ୟ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷ ସୁଶାନ୍ତ କୁମାର ପ୍ରଧାନ ଏବଂ ବିଡ଼ିଓ ପ୍ରୀତିରଞ୍ଜନ ରଥ ଷ୍ଟ୍ରବେରୀ ଜମିରେ ଚାରା ରୋପଣ କାର୍ଯ୍ୟର ଶୁଭାରମ୍ଭ କରିଛନ୍ତି।
ପ୍ରକାଶ ଯେ, ଦାରିଙ୍ଗବାଡି ବ୍ଲକର ଶ୍ରାନିକେତା ପଞ୍ଚାୟତ ସୁଲୁମାହା ଗ୍ରାମର ଆଶାସର ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ପକ୍ଷରୁ ନିଜ ଉଦ୍ୟମରେ ଜମିର ଉନ୍ନୟନ କରିବା ସହ ଅନ୍ୟ ଖର୍ଚ୍ଚ ଯଥା ହଳ କରିବା, ଖାତ ଇତ୍ୟାଦି କାମ କରାଯାଇଛି। ଓଡିଶା ଜୀବିକା ମିଶନ ପକ୍ଷରୁ କେବଳ ଷ୍ଟ୍ରବେରୀ ଚାରା ପ୍ରଦାନ କରାଯାଉଥିବା ବିପିଏମ ପିଣ୍ଟୁ ନାୟକ କହିଛନ୍ତି। ସେ କହିଛନ୍ତି, ୨୯ ହଜାର ଚାରା ଯୋଗାଇ ଦିଆଯାଇଛି, ଯାହାକି ଉନ୍ନତ ଧରଣର ଚାରା। ପାଖାପାଖି ୧ ଲକ୍ଷ ଟଙ୍କା ଖର୍ଚ୍ଚ ହେବ ବୋଲି ସଙ୍ଘର ସଦସ୍ୟା ଚନ୍ଦ୍ରିକା ନାୟକ, ସଭାନେତ୍ରୀ ଶ୍ରୀମତୀ ପ୍ରଧାନ କହିଛନ୍ତି।
ସୂଚନାଯୋଗ୍ୟ ଯେ, ପ୍ରଥମ ବର୍ଷ ଦାରିଙ୍ଗବାଡିରେ ଏଲିଜାବେଥ ସ୍ବୟଂ ସହାୟକ ଗୋଷ୍ଠୀ ପ୍ରଥମେ ୨୦ ହଜାର ଷ୍ଟ୍ରବେରୀ ଚାରା ରୋପଣ କରି ପ୍ରାୟ ୨୬ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରୋଜଗାର କରିପାରିଥିଲେ।
The post ଆସୁ ଆସୁ ବଡ଼ କାମ କଲେ ବିଡିଓ appeared first on Dharitri Odia News.