କ୍ଷୁଦ୍ର ଜଳସେଚନ ମଣ୍ଡଳ ନୂତନ କାର୍ଯ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ

ଫୁଲବାଣୀ: ଫୁଲବାଣୀ କ୍ଷୁଦ୍ର ଜଳସେଚନ ମଣ୍ଡଳର ନୂତନ କାର୍ଯ୍ୟାଳୟ ଓ ବାସଭବନର ଭିତ୍ତି ପ୍ରସ୍ତର ସ୍ଥାପନ ହୋଇଛି। ଫୁଲବାଣୀ ବିଧାୟକ ଉମା ଚରଣ ମଲ୍ଲିକ ମୁଖ୍ୟ ଅତିଥ୍ ଭାବେ ଯୋଗ ଦେଇ ଶିଳାନ୍ୟାସ କରିଥିଲେ। ଏହି ମଣ୍ଡଳ ଅଧିନରେ କନ୍ଧମାଳ, ଭଞ୍ଜନଗର ଓ ବୌଦ୍ଧ କ୍ଷୁଦ୍ର ଜଳସେଚନ ବିଭାଜନ ରହିବ। ଏହାଦ୍ବାରା ବିଭାଗ ପକ୍ଷରୁ ଉନ୍ନୟନ ମୂଳକ କାର୍ଯ୍ୟ ଅଧୂକ ତ୍ୱରାନ୍ୱିତ ହେବା ସହ ଚାଷୀ ପୂର୍ବାପେକ୍ଷା ଅଧୂକ ଜଳସେଚନ ସୁବିଧା ପାଇବେ ବୋଲି ବିଧାୟକ ଶ୍ରୀ […]

କ୍ଷୁଦ୍ର ଜଳସେଚନ ମଣ୍ଡଳ ନୂତନ କାର୍ଯ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ

ଫୁଲବାଣୀ: ଫୁଲବାଣୀ କ୍ଷୁଦ୍ର ଜଳସେଚନ ମଣ୍ଡଳର ନୂତନ କାର୍ଯ୍ୟାଳୟ ଓ ବାସଭବନର ଭିତ୍ତି ପ୍ରସ୍ତର ସ୍ଥାପନ ହୋଇଛି। ଫୁଲବାଣୀ ବିଧାୟକ ଉମା ଚରଣ ମଲ୍ଲିକ ମୁଖ୍ୟ ଅତିଥ୍ ଭାବେ ଯୋଗ ଦେଇ ଶିଳାନ୍ୟାସ କରିଥିଲେ। ଏହି ମଣ୍ଡଳ ଅଧିନରେ କନ୍ଧମାଳ, ଭଞ୍ଜନଗର ଓ ବୌଦ୍ଧ କ୍ଷୁଦ୍ର ଜଳସେଚନ ବିଭାଜନ ରହିବ। ଏହାଦ୍ବାରା ବିଭାଗ ପକ୍ଷରୁ ଉନ୍ନୟନ ମୂଳକ କାର୍ଯ୍ୟ ଅଧୂକ ତ୍ୱରାନ୍ୱିତ ହେବା ସହ ଚାଷୀ ପୂର୍ବାପେକ୍ଷା ଅଧୂକ ଜଳସେଚନ ସୁବିଧା ପାଇବେ ବୋଲି ବିଧାୟକ ଶ୍ରୀ ମଲ୍ଲିକ କହିଛନ୍ତି।

୩୮.୫୭ ଲକ୍ଷ ଟଙ୍କା ବ୍ୟୟରେ କାର୍ଯ୍ୟାଳୟ ଓ ୨୮.୨୯ ଲକ୍ଷ ଟଙ୍କା ବ୍ୟୟରେ ବାସଭବନ ନିର୍ମାଣ ହେବ। ଆୟୋଜିତ କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥି ଭାବେ ମୁଖ୍ୟ ଯନ୍ତ୍ରୀ ଇଁ.ପୂର୍ଣ୍ଣଚନ୍ଦ୍ର ରଥ, ଫୁଲବାଣୀ ଡ଼ିଭିଜନ ଏସ. ଇ. ସୂର୍ଯ୍ୟ ନାରାୟଣ ପାଣିଗ୍ରାହୀ, ଭଞ୍ଜନଗର ଏସଇ ସୁପ୍ରଭା କହଁରଙ୍କ ସମେତ ଫୁଲବାଣୀ, ବୌଦ୍ଧ, ଭଞ୍ଜନଗର କ୍ଷୁଦ୍ର ଜଳସେଚନ ବିଭାଜନର ଯନ୍ତ୍ରୀ ଓ କର୍ମଚାରୀ ମାନେ ଉପସ୍ଥିତ ଥିଲେ।