କ୍ଷୋଭ ପ୍ରକାଶ କଲେ ପାରାଲିମ୍ପିଆନ୍‌ ପ୍ରମୋଦ ଭଗତ

ଓଡ଼ିଶାର ଗର୍ବ ତଥା ପ୍ରଥମ ଓଡ଼ିଆ ଖେଳାଳି ଭାବରେ ଭାରତର ଶ୍ରେଷ୍ଠ କ୍ରୀଡା ସମ୍ମାନ ‘ମେଜର ଧ୍ୟାନଚାନ୍ଦ ଖେଳ ରତ୍ନ ପୁରସ୍କାର’ ଲାଭ କରିଥିଲେ ପାରାଲିମ୍ପିଆନ୍‌ ପ୍ରମୋଦ ଭଗତ।

କ୍ଷୋଭ ପ୍ରକାଶ କଲେ ପାରାଲିମ୍ପିଆନ୍‌ ପ୍ରମୋଦ ଭଗତ

କ୍ଷୋଭ ପ୍ରକାଶ କଲେ ପାରାଲିମ୍ପିଆନ୍‌ ପ୍ରମୋଦ ଭଗତ ! ସେ ଓଡ଼ିଶାର କ୍ରୀଡ଼ାନୀତିକୁ ସଂଶୋଧନ କରିବାକୁ ରାଜ୍ୟ ସରକାରଙ୍କୁ ନିବେଦନ କରିଛନ୍ତି। ନିକଟରେ ଥାଇଲାଣ୍ଡରେ ବିଶ୍ୱ ପାରା ବ୍ୟାଡମିଣ୍ଟନ ଚାମ୍ପିୟାନସିପରେ ଗୋଟିଏ ସ୍ବର୍ଣ୍ଣ ପଦକ ଏବଂ ଦୁଇଟି ବ୍ରୋଞ୍ଜ ପଦକ ଜିଣି ଓଡିଶା ଫେରିବା ପରେ ରାଜ୍ୟ ସରକାର ତାଙ୍କ କଥା ଭୁଲି ଯାଇଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି। ତେବେ ଟୋକିଓ ପାରାଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ଜିତିଥିବା ଷ୍ଟାର୍ ପାରା ଶଟଲର୍ ହେଉଛନ୍ତି ପ୍ରମୋଦ ଭଗତ।  ଓଡ଼ିଶାର ଗର୍ବ ତଥା ପ୍ରଥମ ଓଡ଼ିଆ ଖେଳାଳି ଭାବରେ ଭାରତର ଶ୍ରେଷ୍ଠ କ୍ରୀଡା ସମ୍ମାନ ‘ମେଜର ଧ୍ୟାନଚାନ୍ଦ ଖେଳ ରତ୍ନ ପୁରସ୍କାର’ ଲାଭ କରିଥିଲେ ପାରାଲିମ୍ପିଆନ୍‌ ପ୍ରମୋଦ ଭଗତ।