କ୍ୟାଚ୍‌ ଧରିବାକୁ ଦୌଡୁଥିବା ବେଳେ ପରସ୍ପର ସହ ପିଟି ହୋଇଗଲେ ୨ ଅଷ୍ଟ୍ରେଲିୟ ଖେଳାଳି, ଚେତା ହରାଇଲେ…

କାନ୍‌ବେରା,୩।୧: କ୍ୟାଚ୍‌ ନେବାକୁ ଚେଷ୍ଟା କରୁଥିବା ବେଳେ ପରସ୍ପର ସହ ଧକ୍କା ହୋଇଗଲେ ଦୁଇ କ୍ରିକେଟର। ଏହା ଏତେ ଜୋର୍‌ ଥିଲା ଯେ ଉଭୟ ଖେଳାଳି ଚେତା ହରାଇବା ସ୍ଥିତି ଉପୁଜିଥିଲା। ଶେଷରେ ତାଙ୍କୁ ଡାକ୍ତରଖାନା ନିଆଯାଇଛି। ବିଗ ବ୍ୟାସ୍‌ ଲିଗ୍‌ର ୨୨ ତମ ମ୍ୟାଚ୍‌ରେ ଏଭଳି ଦୃଶ୍ୟ ଚର୍ଚ୍ଚାର ବିଷୟ ପାଲଟିଛି। ସିଡନୀ ଥଣ୍ଡରର ଦୁଇ ଖେଳାଳି ପର୍ଥ ସ୍କୋରର୍ସ ବିପକ୍ଷ ମ୍ୟାଚରେ ଆହତ ହୋଇଛନ୍ତି। କ୍ୟାଚ ନେବାକୁ ଚେଷ୍ଟା କରୁଥିବାବେଳେ ଅଲରାଉଣ୍ଡର ଡାନିଏଲ ସାମ୍‌ସ […] The post କ୍ୟାଚ୍‌ ଧରିବାକୁ ଦୌଡୁଥିବା ବେଳେ ପରସ୍ପର ସହ ପିଟି ହୋଇଗଲେ ୨ ଅଷ୍ଟ୍ରେଲିୟ ଖେଳାଳି, ଚେତା ହରାଇଲେ… appeared first on Dharitri Odia News.

କ୍ୟାଚ୍‌ ଧରିବାକୁ ଦୌଡୁଥିବା ବେଳେ ପରସ୍ପର ସହ ପିଟି ହୋଇଗଲେ ୨ ଅଷ୍ଟ୍ରେଲିୟ ଖେଳାଳି, ଚେତା ହରାଇଲେ…

କାନ୍‌ବେରା,୩।୧: କ୍ୟାଚ୍‌ ନେବାକୁ ଚେଷ୍ଟା କରୁଥିବା ବେଳେ ପରସ୍ପର ସହ ଧକ୍କା ହୋଇଗଲେ ଦୁଇ କ୍ରିକେଟର। ଏହା ଏତେ ଜୋର୍‌ ଥିଲା ଯେ ଉଭୟ ଖେଳାଳି ଚେତା ହରାଇବା ସ୍ଥିତି ଉପୁଜିଥିଲା। ଶେଷରେ ତାଙ୍କୁ ଡାକ୍ତରଖାନା ନିଆଯାଇଛି। ବିଗ ବ୍ୟାସ୍‌ ଲିଗ୍‌ର ୨୨ ତମ ମ୍ୟାଚ୍‌ରେ ଏଭଳି ଦୃଶ୍ୟ ଚର୍ଚ୍ଚାର ବିଷୟ ପାଲଟିଛି। ସିଡନୀ ଥଣ୍ଡରର ଦୁଇ ଖେଳାଳି ପର୍ଥ ସ୍କୋରର୍ସ ବିପକ୍ଷ ମ୍ୟାଚରେ ଆହତ ହୋଇଛନ୍ତି। କ୍ୟାଚ ନେବାକୁ ଚେଷ୍ଟା କରୁଥିବାବେଳେ ଅଲରାଉଣ୍ଡର ଡାନିଏଲ ସାମ୍‌ସ ଏବଂ ଓପନର୍‌ କ୍ୟାମେରନ୍‌ ବାନକ୍ରଫ୍ଟ ପରସ୍ପର ସହ ଧକ୍କା ହୋଇଥିଲେ। ଏହି ଧକ୍କା ଏତେ ବିପଜ୍ଜନକ ଥିଲା ଯେ ଉଭୟ ଖେଳାଳି ପଡ଼ିଆରେ ଚେତା ହରାଇଥିଲେ। ପରେ ସେମାନଙ୍କୁ ଡାକ୍ତରଖାନା ନିଆଯାଇଥିଲା। ଉଭୟ ଖେଳାଳି ବର୍ତ୍ତମାନ ଭଲ ଅଛନ୍ତି ବୋଲି ଜଣାପଡ଼ିଛି।

ସିଡନୀ ଥଣ୍ଡର ବୋଲିଂର ୧୬ ତମ ଓଭରରେ ଏହି ଦୁର୍ଘଟଣା ଘଟିଥିଲା। ପର୍ଥ ସ୍କୋରର୍ସ ବ୍ୟାଟ୍ସମ୍ୟାନ କନୋଲି ଲୋକି ଫର୍ଗୁସନ୍‌ଙ୍କ ବଲରେ ଏକ ଶଟ୍‌ ଖେଳିଥିଲେ। ବଲ ମିଡ୍‌ ଉଇକେଟ ଏବଂ ଡିପ୍‌ ମିଡ୍‌ ଉଇକେଟ ମଧ୍ୟରେ ଥିଲା। ଏଭଳି ପରିସ୍ଥିତିରେ ଉଭୟ ସ୍ଥାନରେ ଫିଲ୍ଡିଂ କରୁଥିବା ଖେଳାଳିମାନେ ବଲକୁ ଧରିବା ପାଇଁ ଦୌଡିଥିଲେ। ଉଭୟ ଖେଳାଳିଙ୍କ ବଲ ଉପରେ ଆଖି ଥିଲା ଏବଂ ସେମାନେ ପରସ୍ପରକୁ ଦେଖି ପାରି ନ ଥିଲେ। ଫଳରେ ପରସ୍ପର ସହ ମୁହାଁମୁହିଁ ହୋଇଥିଲେ। ଏଠାରେ ଉଭୟ ଖେଳାଳିଙ୍କ ଦ୍ୱାରା କରାଯାଇଥିବା ଭୁଲ ହେଉଛି ଯେ ସେମାନେ କ୍ୟାଚ୍‌ ଧରିବାକୁ କଲ୍‌ କରି ନ ଥିଲେ।

ଉଭୟ ଡାନିଏଲ ସାମ୍‌ସ ଏବଂ କ୍ୟାମେରନ୍‌ ବାନକ୍ରଫ୍ଟ ଦୁର୍ଘଟଣାରେ ଗୁରୁତର ଆହତ ହୋଇଛନ୍ତି। ଧକ୍କା ପରେ ସାମସ ଶୋଇ ରହିଥିଲେ, ତାଙ୍କ ମୁଣ୍ଡ ବୁଲାଉଥିଲା। ଏହା ପରେ ତାଙ୍କୁ ଏକ ଷ୍ଟ୍ରେଚରରେ ପଡ଼ିଆରୁ ବାହାରକୁ ନିଆଯାଇଥିଲା। ଅନ୍ୟପକ୍ଷରେ, ବାନକ୍ରଫ୍ଟ ବଡ଼ ଅଭିଯୋଗ କରି ନ ଥିଲେ। କିନ୍ତୁ ତାଙ୍କ ନାକରେ ଗଭୀର ଆଘାତ ଲାଗିଥିଲା। ତେବେ ତାଙ୍କ ନାକ ଫାଟି ଯାଇଥିବା ରିପୋର୍ଟରେ କୁହାଯାଉଛି।

The post କ୍ୟାଚ୍‌ ଧରିବାକୁ ଦୌଡୁଥିବା ବେଳେ ପରସ୍ପର ସହ ପିଟି ହୋଇଗଲେ ୨ ଅଷ୍ଟ୍ରେଲିୟ ଖେଳାଳି, ଚେତା ହରାଇଲେ… appeared first on Dharitri Odia News.