କ୍ୟାନ୍‌ସର ହସ୍‌ପିଟାଲ ସମସ୍ୟା ଅସମାହିତ

ବରଗଡ଼, ୧୯।୯(ପ୍ରେମାନନ୍ଦ ଖମାରୀ):ବରଗଡ଼ ସହର ଉପକଣ୍ଠ ଖେଦାପାଲିଠାରେ ନିର୍ମିତ କ୍ୟାନସର ହସ୍‌ପିଟାଲରେ ବହୁବିଧ ସମସ୍ୟା ଲାଗି ରହିଛି। ଏହାକୁ ନେଇ ଅଞ୍ଚଳରେ ଅସନ୍ତୋଷ ଦେଖାଯାଇଛି। ଏହି କ୍ରମରେ ମଙ୍ଗଳବାର ବରଗଡ଼ ସିଟିଜେନ ଫୋରମର ଏକ ପ୍ରତିନିଧି ଦଳ ଜିଲା ମୁଖ୍ୟ ଚିକିତ୍ସାଧିକାରୀ(ସିଡିଏମ୍‌ଓ) ଡା. ନିରୁପମା ଷଡ଼ଙ୍ଗୀଙ୍କୁ ଫେରାଦ ହୋଇଥିଲେ। କ୍ୟାନସର ହସ୍‌ପିଟାଲରେ ରହିଥିବା ସମସ୍ୟାଗୁଡ଼ିକର ତ୍ୱରିତ୍‌ ସମାଧାନ ଦାବିରେ ଏହି ପ୍ରତିନିଧି ଦଳ ସିଡ଼ିଏମ୍‌ଓ ଡା. ଷଡ଼ଙ୍ଗୀଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିଲେ। ଦାବିପତ୍ରରେ ଉଲ୍ଲେଖ ରହିଛି, […] The post କ୍ୟାନ୍‌ସର ହସ୍‌ପିଟାଲ ସମସ୍ୟା ଅସମାହିତ appeared first on Dharitri Odia News.

କ୍ୟାନ୍‌ସର ହସ୍‌ପିଟାଲ ସମସ୍ୟା ଅସମାହିତ

ବରଗଡ଼, ୧୯।୯(ପ୍ରେମାନନ୍ଦ ଖମାରୀ):ବରଗଡ଼ ସହର ଉପକଣ୍ଠ ଖେଦାପାଲିଠାରେ ନିର୍ମିତ କ୍ୟାନସର ହସ୍‌ପିଟାଲରେ ବହୁବିଧ ସମସ୍ୟା ଲାଗି ରହିଛି। ଏହାକୁ ନେଇ ଅଞ୍ଚଳରେ ଅସନ୍ତୋଷ ଦେଖାଯାଇଛି। ଏହି କ୍ରମରେ ମଙ୍ଗଳବାର ବରଗଡ଼ ସିଟିଜେନ ଫୋରମର ଏକ ପ୍ରତିନିଧି ଦଳ ଜିଲା ମୁଖ୍ୟ ଚିକିତ୍ସାଧିକାରୀ(ସିଡିଏମ୍‌ଓ) ଡା. ନିରୁପମା ଷଡ଼ଙ୍ଗୀଙ୍କୁ ଫେରାଦ ହୋଇଥିଲେ। କ୍ୟାନସର ହସ୍‌ପିଟାଲରେ ରହିଥିବା ସମସ୍ୟାଗୁଡ଼ିକର ତ୍ୱରିତ୍‌ ସମାଧାନ ଦାବିରେ ଏହି ପ୍ରତିନିଧି ଦଳ ସିଡ଼ିଏମ୍‌ଓ ଡା. ଷଡ଼ଙ୍ଗୀଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିଲେ।

ଦାବିପତ୍ରରେ ଉଲ୍ଲେଖ ରହିଛି, ଗତ ଫେବୃଆରୀରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉକ୍ତ କ୍ୟାନସର ହସ୍‌ପିଟାଲକୁ ଉଦ୍‌ଘାଟନ କରିଥିଲେ। ତେବେ ଉଦ୍‌ଘାଟନ ହେବାର ୭ମାସ ପରେ ମଧ୍ୟ କ୍ୟାନସର ହସ୍‌ପିଟାଲର ସମସ୍ୟା ଅସମାହିତ ହୋଇ ରହିଛି। ଏପର୍ଯ୍ୟନ୍ତ ଉକ୍ତ ହସପିଟାଲ ପୂର୍ଣ୍ଣାଙ୍ଗଭାବେ କାର୍ଯ୍ୟକ୍ଷମ ହୋଇପାରି ନାହିଁ। ଚିକିତ୍ସା ପାଇଁ ବ୍ୟବହାର ହେଉଥିବା ରେଡ଼ିଓଥେରାପି, ଅପରେଶନ ଥିଏଟର, ଆଇସିୟୁ ଆଦି କାର୍ଯ୍ୟକ୍ଷମ ହୋଇନାହିଁ। ସେହିପରି ହସ୍‌ପିଟାଲ ବିଲଡ଼ିଂ କାର୍ଯ୍ୟ ମଧ୍ୟ ଅସମ୍ପୂର୍ଣ୍ଣ ରହିଛି। ଫଳରେ ରୋଗୀମାନଙ୍କୁ ଉଚିତ୍‌ ସ୍ବାସ୍ଥ୍ୟସେବା ମିଳିପାରୁ ନ ଥିବା ଅଭିଯୋଗ ହୋଇଛି। ଏହି ଦୃଷ୍ଟିରୁ ଉକ୍ତ କ୍ୟାନସର ହସ୍‌ପିଟାଲକୁ ପୂର୍ଣ୍ଣାଙ୍ଗଭାବେ କାର୍ଯ୍ୟକ୍ଷମ କରିବାକୁ ବରଗଡ଼ ସିଟିଜେନ ଫୋରମ ଦାବି କରିଛି। ଫୋରମ୍‌ର ରାଜେନ୍ଦ୍ର ସିକନ୍ଦର, କିଶୋର ସାହୁ, ଭବାନୀ ସାହୁ, ନିଖିଳ ପାଣିଗ୍ରାହୀ, ଅସିତ ସାହୁ, ଜି.ଭି ରାଓ ପ୍ରମୁଖ ସିଡିଏମ୍‌ଓଙ୍କୁ ଦାବିପତ୍ର ପ୍ରଦାନ ସମୟରେ ଉପସ୍ଥିତ ଥିଲେ।

The post କ୍ୟାନ୍‌ସର ହସ୍‌ପିଟାଲ ସମସ୍ୟା ଅସମାହିତ appeared first on Dharitri Odia News.