ଚାଇନାକୁ ଚେତାବନୀ ଦେଲେ ରାଜନାଥ
ନୂଆଦିଲ୍ଲୀ,୧୦।୪: ଚାଇନା ଅରୁଣାଚଳ ପ୍ରଦେଶର ୩୦ଟି ସ୍ଥାନର ନାମ ବଦଳାଇବା ନେଇ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ତୀବ୍ର ପ୍ରତିକ୍ରିୟା ଦେଇଛନ୍ତି। ରାଜନାଥ ସିଂ କହିଛନ୍ତି, ଯଦି ଭାରତ ମଧ୍ୟ ସମାନ ଉଦ୍ୟମ କରେ, ତେବେ ଏହାର ଅର୍ଥ ହେଉଛି ଚାଇନାର ସେହି ଅଞ୍ଚଳ ଆମ ଅଞ୍ଚଳର ଅଂଶ ହୋଇଯିବ। ଅରୁଣାଚଳ ପ୍ରଦେଶର ନାମସାଇ ଅଞ୍ଚଳରେ ଏକ ନିର୍ବାଚନ ରାଲିକୁ ସମ୍ବୋଧିତ କରି ରାଜନାଥ ସିଂ କହିଛନ୍ତି, ମୁଁ ଚାଇନାକୁ ପଚାରିବାକୁ ଚାହେଁ ଯେ ଯଦି ଆମେ […] The post ଚାଇନାକୁ ଚେତାବନୀ ଦେଲେ ରାଜନାଥ appeared first on Dharitri Odia News.
ନୂଆଦିଲ୍ଲୀ,୧୦।୪: ଚାଇନା ଅରୁଣାଚଳ ପ୍ରଦେଶର ୩୦ଟି ସ୍ଥାନର ନାମ ବଦଳାଇବା ନେଇ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ତୀବ୍ର ପ୍ରତିକ୍ରିୟା ଦେଇଛନ୍ତି। ରାଜନାଥ ସିଂ କହିଛନ୍ତି, ଯଦି ଭାରତ ମଧ୍ୟ ସମାନ ଉଦ୍ୟମ କରେ, ତେବେ ଏହାର ଅର୍ଥ ହେଉଛି ଚାଇନାର ସେହି ଅଞ୍ଚଳ ଆମ ଅଞ୍ଚଳର ଅଂଶ ହୋଇଯିବ।
ଅରୁଣାଚଳ ପ୍ରଦେଶର ନାମସାଇ ଅଞ୍ଚଳରେ ଏକ ନିର୍ବାଚନ ରାଲିକୁ ସମ୍ବୋଧିତ କରି ରାଜନାଥ ସିଂ କହିଛନ୍ତି, ମୁଁ ଚାଇନାକୁ ପଚାରିବାକୁ ଚାହେଁ ଯେ ଯଦି ଆମେ ପଡୋଶୀ ଦେଶର ବିଭିନ୍ନ ରାଜ୍ୟର ନାମ ପରିବର୍ତ୍ତନ କରିବା, ତେବେ ସେମାନେ ଆମ ଅଞ୍ଚଳର ଅଂଶ ହୋଇଯିବେ କି? ଏହି କାରଣରୁ ଭାରତ ଏବଂ ଚାଇନା ମଧ୍ୟରେ ସମ୍ପର୍କ ଖରାପ ହେବ।
ରାଜନାଥ ସିଂ କହିଛନ୍ତି ଯେ, ଅରୁଣାଚଳ ପ୍ରଦେଶର ୨୦ଟି ସ୍ଥାନର ନାମ ବଦଳାଇବାକୁ ଚୀନ୍ର ପଦକ୍ଷେପ ଭୂମି ବାସ୍ତବତାକୁ ପରିବର୍ତ୍ତନ କରିବ ନାହିଁ। ଆମେ ଆମର ସମସ୍ତ ପଡ଼ୋଶୀ ଦେଶ ସହ ଭଲ ସମ୍ପର୍କ ବଜାୟ ରଖିବାକୁ ଚାହୁଁଛୁ, କିନ୍ତୁ ଯଦି କେହି ଆମର ଆତ୍ମ ସମ୍ମାନକୁ କ୍ଷତି ପହଞ୍ଚାଇବାକୁ ଚେଷ୍ଟା କରନ୍ତି, ତେବେ ଭାରତର ମଧ୍ୟ ଉପଯୁକ୍ତ ପ୍ରତିକ୍ରିୟା କରିବାର କ୍ଷମତା ରହିଛି। ସେ ପୁଣି ଥରେ ଦୋହରାଇଛନ୍ତି ଯେ ଅରୁଣାଚଳ ପ୍ରଦେଶ ହେଉଛି ଭାରତର ଏକ ଅବିଚ୍ଛେଦ୍ୟ ଅଙ୍ଗ।
ଗତ ସପ୍ତାହରେ ଚାଇନା ଅରୁଣାଚଳ ପ୍ରଦେଶର ଲାଇନ ଅଫ ଆକ୍ଚୁଆଲ କଣ୍ଟ୍ରୋଲ (ଏଲ୍ଏସି) ନିକଟରେ ବିଭିନ୍ନ ସ୍ଥାନର ୩୦ଟି ନୂତନ ନାମର ଏକ ତାଲିକା ପ୍ରକାଶ କରିଥିଲା। ଏହି ସମସ୍ତ ନାମ ଚାଇନିଜ ଥିଲା। ଏହାପୂର୍ବରୁ ମଧ୍ୟ ଚାଇନା ଉତ୍ତର-ପୂର୍ବ ରାଜ୍ୟ ଉପରେ ନିଜର ଦାବି ଉପସ୍ଥାପନ କରିବାକୁ ଉଦ୍ୟମ କରିଛି।
The post ଚାଇନାକୁ ଚେତାବନୀ ଦେଲେ ରାଜନାଥ appeared first on Dharitri Odia News.