କ୍ୟାପଟେନ୍ ହେବ ତ ରୋହିତ ଶର୍ମାଙ୍କ ପରି, ପୁରା ଟିମ୍ ନେଇ ବିରୋଧୀଙ୍କୁ ଦିଅନ୍ତି ଚକ୍ମା- ନବଜୋତ ସିଂହ ସିଦ୍ଧୁ
ମୁମ୍ବାଇ ୨୦।୦୩ : ରୋହିତ ଶର୍ମା । ଖେଳାଳି ନୁହେଁ ତ ରୋହିତ ଜଣେ ସିଂହ । ଯେପରି ଭାବେ ଟିମ୍କୁ ଲିଡ୍ ନେଉଛନ୍ତି । ସେଥିପାଇଁ ଜିଗ୍ରା ଥିବା ଦରକାର । ଯାହା ରୋହିତ ଶର୍ମାଙ୍କ ପାଖରେ ଭରି ରହିଛି । ଟିମ୍ ଇଣ୍ଡିଆ ଅଧିନାୟକଙ୍କୁ ଏପରି ପ୍ରଂଶସା କରିଛନ୍ତି ପୂର୍ବତନ କ୍ରିକେଟ୍ର ନବଜୋତ ସିଂହ ସିଦ୍ଧୁ । ଖବର ଅନୁଯାୟୀ, ୧୦ ବର୍ଷ ପରେ ପୁଣି ଥରେ କ୍ରିକେଟ୍ରେ ନବଜୋତ ସିଂହ ସିଦ୍ଧୁଙ୍କ କମେଣ୍ଟ୍ରି ଦେଖିବାକୁ ମିଳିବ । ଏଥିପାଇଁ ନିକଟରେ ତାଲିକା ମଧ୍ୟ ପ୍ରକାଶ ପାଇଛି । ଯେଉଁଥିରେ ଷ୍ଟାର ସ୍ପୋର୍ଟସ ପକ୍ଷରୁ ନବଜୋତ ସିଂହ ସିଦ୍ଧୁ କମେଣ୍ଟ୍ର କରିବେ ବୋଲି ଜଣାପଡିଛି । ତେବେ ଷ୍ଟାର ସ୍ପୋର୍ଟସକୁ ଦେଇଥିବା ଏକ ସାକ୍ଷାତକାରରେ ପୂର୍ବତନ କ୍ରିକେଟ୍ର ନବଜୋତ ସିଂହ ସିଦ୍ଧୁ କହିଛନ୍ତି ଯେ, ରୋହିତ ଶର୍ମା ବାସ୍ତବରେ ଗୋଟିଏ ସିଂହ । ଯେଉଁପରି ଭାବେ ଗତ କିଛି ଦିନ ହେଲା ଟିମ୍କୁ ଲିଡ୍ କରୁଛନ୍ତି । ତାହା ଅନ୍ୟ ପାଇଁ ଉଦାହରଣ । କ୍ରିକେଟ୍ ଫିଲ୍ଡ ରାଜା ହେଉଛନ୍ତି ରୋହିତ ଶର୍ମା । ତେଣୁ ଯେତେ ଯିଏ ଫିଲ୍ଡରେ କହିବୁଲିଲେ ମୁଁ ବାଘ.. ମୁଁ ସିଂହ । ତାହା ସବୁ ମିଛ.. ବାସ୍ତବରେ ରୋହିତ ଶର୍ମା ସେରୋ କି ସେର୍ ( ସିଂହ) । ସେ ଯେପରି ଭାବେ କ୍ରିକେଟ୍ ଖେଳୁଛନ୍ତି । ଟିମ୍କୁ ବାସ୍ତବରେ ସେହି ଦିଗରେ ମଧ୍ୟ ନେଉଛନ୍ତି । ତେଣୁ ଟିମ୍ ବର୍ତ୍ତମାନ ମଜବୁତ୍ ଅଧିନାୟକ ନେତୃତ୍ୱରେ ଖେଳୁଛି । ସୂଚନାଯୋଗ୍ୟ ଯେ,
ମୁମ୍ବାଇ ୨୦।୦୩ : ରୋହିତ ଶର୍ମା । ଖେଳାଳି ନୁହେଁ ତ ରୋହିତ ଜଣେ ସିଂହ । ଯେପରି ଭାବେ ଟିମ୍କୁ ଲିଡ୍ ନେଉଛନ୍ତି । ସେଥିପାଇଁ ଜିଗ୍ରା ଥିବା ଦରକାର । ଯାହା ରୋହିତ ଶର୍ମାଙ୍କ ପାଖରେ ଭରି ରହିଛି । ଟିମ୍ ଇଣ୍ଡିଆ ଅଧିନାୟକଙ୍କୁ ଏପରି ପ୍ରଂଶସା କରିଛନ୍ତି ପୂର୍ବତନ କ୍ରିକେଟ୍ର ନବଜୋତ ସିଂହ ସିଦ୍ଧୁ ।
ଖବର ଅନୁଯାୟୀ, ୧୦ ବର୍ଷ ପରେ ପୁଣି ଥରେ କ୍ରିକେଟ୍ରେ ନବଜୋତ ସିଂହ ସିଦ୍ଧୁଙ୍କ କମେଣ୍ଟ୍ରି ଦେଖିବାକୁ ମିଳିବ । ଏଥିପାଇଁ ନିକଟରେ ତାଲିକା ମଧ୍ୟ ପ୍ରକାଶ ପାଇଛି । ଯେଉଁଥିରେ ଷ୍ଟାର ସ୍ପୋର୍ଟସ ପକ୍ଷରୁ ନବଜୋତ ସିଂହ ସିଦ୍ଧୁ କମେଣ୍ଟ୍ର କରିବେ ବୋଲି ଜଣାପଡିଛି । ତେବେ ଷ୍ଟାର ସ୍ପୋର୍ଟସକୁ ଦେଇଥିବା ଏକ ସାକ୍ଷାତକାରରେ ପୂର୍ବତନ କ୍ରିକେଟ୍ର ନବଜୋତ ସିଂହ ସିଦ୍ଧୁ କହିଛନ୍ତି ଯେ, ରୋହିତ ଶର୍ମା ବାସ୍ତବରେ ଗୋଟିଏ ସିଂହ । ଯେଉଁପରି ଭାବେ ଗତ କିଛି ଦିନ ହେଲା ଟିମ୍କୁ ଲିଡ୍ କରୁଛନ୍ତି । ତାହା ଅନ୍ୟ ପାଇଁ ଉଦାହରଣ । କ୍ରିକେଟ୍ ଫିଲ୍ଡ ରାଜା ହେଉଛନ୍ତି ରୋହିତ ଶର୍ମା । ତେଣୁ ଯେତେ ଯିଏ ଫିଲ୍ଡରେ କହିବୁଲିଲେ ମୁଁ ବାଘ.. ମୁଁ ସିଂହ । ତାହା ସବୁ ମିଛ.. ବାସ୍ତବରେ ରୋହିତ ଶର୍ମା ସେରୋ କି ସେର୍ ( ସିଂହ) । ସେ ଯେପରି ଭାବେ କ୍ରିକେଟ୍ ଖେଳୁଛନ୍ତି । ଟିମ୍କୁ ବାସ୍ତବରେ ସେହି ଦିଗରେ ମଧ୍ୟ ନେଉଛନ୍ତି । ତେଣୁ ଟିମ୍ ବର୍ତ୍ତମାନ ମଜବୁତ୍ ଅଧିନାୟକ ନେତୃତ୍ୱରେ ଖେଳୁଛି ।
ସୂଚନାଯୋଗ୍ୟ ଯେ, ରୋହିତ ଶର୍ମା ବର୍ତ୍ତମାନ ଯାଏଁ ୫୯ଟି ଟେଷ୍ଟ ମ୍ୟାଚ୍ ଖେଳି ୪୧୩୮ ରନ୍ ସଂଗ୍ରହ କରିଛନ୍ତି । ଯେଉଁଥିରେ ତାଙ୍କର ସର୍ବାଧିକ ସ୍କୋର ରହିଛି ୨୧୨ । ଟେଷ୍ଟ କ୍ୟାରିୟରରେ ୧୨ଟି ଶତ, ଗୋଟିଏ ଦ୍ୱିଶତକ ଏବଂ ୧୭ଟି ଅର୍ଦ୍ଧଶତକ ରହିଛି ।
୨୬୨ଟି ଦିନିକିଆ ମ୍ୟାଚ୍ ଖେଳି ରୋହିତ ଶର୍ମା ୧୦୭୦୯ ରନ୍ ସଂଗ୍ରହ କରିଛନ୍ତି । ଯେଉଁଥିରେ ତାଙ୍କ ବ୍ୟକ୍ତିଗତ ଭାବେ ୨୬୪ ସର୍ବାଧିକ ସ୍କୋର ରହିଛି । ଦିନିକିଆ କ୍ୟାରିୟରରେ ରୋହିତ ୩୧ଟି ଶତକ, ୫୫ଟି ଅର୍ଦ୍ଧଶକ ରହିଥିବା ବେଳେ ୩ ଦ୍ୱିଶତକ ରହିଛି । ରୋହିତ ଶର୍ମା ବିଶ୍ୱର ଜଣେ ବ୍ୟାଟସମ୍ୟାନ୍ ଯିଏ ୩ ଥର ଦ୍ୱିଶତକ ହାସଲ କରିଥିବା ବ୍ୟାଟର ।
ବର୍ତ୍ତମାନ ଯାଏଁ ରୋହିତ ଶର୍ମା ୧୫୧ଟି ଟି-ମ୍ୟାଚ୍ ଖେଳି ୩୯୭୪ ରନ୍ ସଂଗ୍ରହ କରିଛନ୍ତି । ଯେଉଁଥିରେ ୫ଟି ଶତକ ଏବଂ ୨୯ଟି ଅର୍ଦ୍ଧଶତକ ରହିଛି । ବ୍ୟକ୍ତିଗତ ଭାବେ ୧୨୧ ତାଙ୍କର ସର୍ବାଧିକ ସ୍କୋର ରହିଛି । ସେହିପରି ଆଇପିଏଲ୍ କ୍ୟାରିୟରରେ ରୋହିତ ଶର୍ମା ୨୪୩ଟି ମ୍ୟାଚ୍ ଖେଳିଛନ୍ତି । ଯେଉଁଥିରେ ୬୨୧୧ ରନ୍ ସଂଗ୍ରହ କରିଛନ୍ତି । ଆଇପିଏଲ୍ କ୍ୟାରିୟରରେ ରୋହିତଙ୍କର ଗୋଟିଏ ଶତକ ରହିଥିବା ବେଳେ ୪୨ଟି ଅର୍ଦ୍ଧଶତକ ରହିଛି । ୧୦୯ ତାଙ୍କର ବ୍ୟକ୍ତିଗତ ଭାବେ ସର୍ବାଧିକ ସ୍କୋର ରହିଛି ।