ଆପଣ ସ୍କୁଲ ଫେରି ଯାଆନ୍ତୁ, ବେତନ ବ୍ୟବସ୍ଥା ଆମେ କରିବୁ; ଆନ୍ଦୋଳନରତ ଶିକ୍ଷକଙ୍କୁ ମମତାଙ୍କ ଅପିଲ୍

କୋଲକାତା: ପଶ୍ଚିମବଙ୍ଗରେ ଶିକ୍ଷକ ନିଯୁକ୍ତି ବିବାଦ ବଢିବାରେ ଲାଗିଛି। ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ପରେ ପ୍ରାୟ ୨୬ ହଜାର ଶିକ୍ଷକ ଓ ଅଣ ଶିକ୍ଷକ କର୍ମଚାରୀଙ୍କ ଚାକିରି ରଦ୍ଦ ହୋଇ ସାରିଛି। ଏହା ପରଠୁ ଶିକ୍ଷକମାନେ ଆନ୍ଦୋଳନରେ ବସିଛନ୍ତି। ଅନ୍ୟପଟେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଙ୍ଗଳବାର ଶିକ୍ଷକଙ୍କୁ ଡ୍ୟୁଟିକୁ ଫେରିବାକୁ ଅନୁରୋଧ କରିଛନ୍ତି। ବେତନ ପାଇଁ ଚିନ୍ତା କରନ୍ତୁ ନାହିଁ, ରାଜ୍ୟ ସରକାର ଏହାର ବ୍ୟବସ୍ଥା କରିବେ ବୋଲି ମମତା ବାନାର୍ଜୀ କହିଛନ୍ତି।ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ପରେ ନିଜର ଚାକିରି ହରାଇଥିବା ହଜାର ହଜାର ଶିକ୍ଷକ ଆନ୍ଦୋଳନରେ ବସିଛନ୍ତି। ସଲ୍ଟ ଲେକରେ ପଶ୍ଚିମବଙ୍ଗ ସ୍କୁଲ ସେବା ଆୟୋଗ(WBSSC) ମୁଖ୍ୟାଳୟ ବାହାରେ ପ୍ରଦର୍ଶନ ଜାରି ରଖିଛି। ମମତା ବାନାର୍ଜୀ କହିଛନ୍ତି, ଆପଣଙ୍କୁ ଏହା ଚିନ୍ତା କରିବାର ଆବଶ୍ୟକତା ନାହିଁ ଯେ କିଏ ଦାଗୀ ଏବଂ କିଏ ଦାଗୀ ନୁହେଁ। ଆପଣ କେବଳ ଏହା ଚିନ୍ତା କରନ୍ତୁ ଯେ, ଆପଣଙ୍କ ପାଖରେ ଚାକିରି ଅଛି କି ନାହିଁ।  ଆପଣଙ୍କୁ ଠିକ୍ ସମୟରେ ବେତନ ମିଳୁଛି କି ନାହିଁ ? ଦୁର୍ନୀତି ଓ ସ୍ବଚ୍ଛ ଶିକ୍ଷକଙ୍କ ତାଲିକା ସରକାର ଓ ଅଦାଲତଙ୍କ ପାଖରେ ରହିଛି। Also read: ପ୍ରକାଶ ପାଇଲା IAS ରେଜଲ୍ଟ ୨୦୨୪, ଟପ୍‌ କଲେ ଶକ୍ତି ଦୁବେ, ଦ୍ୱିତୀୟରେ ହର୍ଷିତା ଗୋୟଲବାନାର୍ଜୀ ମେଦିନିପୁରରେ ଏକ ପ୍ରଶାସନିକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି କହିଛନ୍ତି, ମୁଁ ଆପଣଙ୍କୁ ଆଶ୍

ଆପଣ ସ୍କୁଲ ଫେରି ଯାଆନ୍ତୁ, ବେତନ ବ୍ୟବସ୍ଥା ଆମେ କରିବୁ; ଆନ୍ଦୋଳନରତ ଶିକ୍ଷକଙ୍କୁ ମମତାଙ୍କ ଅପିଲ୍

କୋଲକାତା: ପଶ୍ଚିମବଙ୍ଗରେ ଶିକ୍ଷକ ନିଯୁକ୍ତି ବିବାଦ ବଢିବାରେ ଲାଗିଛି। ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ପରେ ପ୍ରାୟ ୨୬ ହଜାର ଶିକ୍ଷକ ଓ ଅଣ ଶିକ୍ଷକ କର୍ମଚାରୀଙ୍କ ଚାକିରି ରଦ୍ଦ ହୋଇ ସାରିଛି। ଏହା ପରଠୁ ଶିକ୍ଷକମାନେ ଆନ୍ଦୋଳନରେ ବସିଛନ୍ତି। ଅନ୍ୟପଟେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଙ୍ଗଳବାର ଶିକ୍ଷକଙ୍କୁ ଡ୍ୟୁଟିକୁ ଫେରିବାକୁ ଅନୁରୋଧ କରିଛନ୍ତି। ବେତନ ପାଇଁ ଚିନ୍ତା କରନ୍ତୁ ନାହିଁ, ରାଜ୍ୟ ସରକାର ଏହାର ବ୍ୟବସ୍ଥା କରିବେ ବୋଲି ମମତା ବାନାର୍ଜୀ କହିଛନ୍ତି।

ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ପରେ ନିଜର ଚାକିରି ହରାଇଥିବା ହଜାର ହଜାର ଶିକ୍ଷକ ଆନ୍ଦୋଳନରେ ବସିଛନ୍ତି। ସଲ୍ଟ ଲେକରେ ପଶ୍ଚିମବଙ୍ଗ ସ୍କୁଲ ସେବା ଆୟୋଗ(WBSSC) ମୁଖ୍ୟାଳୟ ବାହାରେ ପ୍ରଦର୍ଶନ ଜାରି ରଖିଛି। ମମତା ବାନାର୍ଜୀ କହିଛନ୍ତି, ଆପଣଙ୍କୁ ଏହା ଚିନ୍ତା କରିବାର ଆବଶ୍ୟକତା ନାହିଁ ଯେ କିଏ ଦାଗୀ ଏବଂ କିଏ ଦାଗୀ ନୁହେଁ। ଆପଣ କେବଳ ଏହା ଚିନ୍ତା କରନ୍ତୁ ଯେ, ଆପଣଙ୍କ ପାଖରେ ଚାକିରି ଅଛି କି ନାହିଁ।  ଆପଣଙ୍କୁ ଠିକ୍ ସମୟରେ ବେତନ ମିଳୁଛି କି ନାହିଁ ? ଦୁର୍ନୀତି ଓ ସ୍ବଚ୍ଛ ଶିକ୍ଷକଙ୍କ ତାଲିକା ସରକାର ଓ ଅଦାଲତଙ୍କ ପାଖରେ ରହିଛି। 

Also read: ପ୍ରକାଶ ପାଇଲା IAS ରେଜଲ୍ଟ ୨୦୨୪, ଟପ୍‌ କଲେ ଶକ୍ତି ଦୁବେ, ଦ୍ୱିତୀୟରେ ହର୍ଷିତା ଗୋୟଲ

ବାନାର୍ଜୀ ମେଦିନିପୁରରେ ଏକ ପ୍ରଶାସନିକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି କହିଛନ୍ତି, ମୁଁ ଆପଣଙ୍କୁ ଆଶ୍ଵାସନ ଦେଉଛି ଯେ, ଆପଣଙ୍କ ଚାକିରି ଏବେ ସୁରକ୍ଷିତ ଏବଂ ଆପଣଙ୍କୁ ବେତନ ବି ମିଳିବ। ଦୟା କରି ନିଜର ସ୍କୁଲକୁ ଫେରି ଯାଆନ୍ତୁ ଏବଂ ଶିକ୍ଷାଦାନ ଆରମ୍ଭ କରନ୍ତୁ। ମୁଁ ଗତକାଲି ରାତିଠୁ ଅନେକ ଥର ଏହି ବିଷୟରେ ଆଲୋଚନା କରିଛି। ସବୁ ଶିକ୍ଷକଙ୍କ ସହ ଆମେ ଅଛୁ ବୋଲି ମମତା କହିଛନ୍ତି।

ତୃଣମୂଳ କଂଗ୍ରେସ କହିଛି ଯେ, ଚାକିରି ହରାଇଥିବା ଗ୍ରୁପ ସି ଓ ଗ୍ରୁଡ ଡିର କର୍ମଚାରୀଙ୍କ ପାଇଁ ଏକ ପୁନର୍ବିଚାର ଯାଚିକା ସୁପ୍ରିମକୋର୍ଟରେ ଦାୟର କରାଯିବ। ସେ ପର୍ଯ୍ୟନ୍ତ ଆମ ଉପରେ ବିଶ୍ଵାସ ରଖନ୍ତୁ। ବାନାର୍ଜୀ ଏହା ମଧ୍ୟ କହିଛନ୍ତି, ମେ ମାସ ପ୍ରଥମ ସପ୍ତାହରେ ସେ ମୁର୍ଶିଦାବାଦର ଅଶାନ୍ତ କ୍ଷେତ୍ର ଗସ୍ତ କରିବେ।