କ୍ୟାପିଟାଲ ଥାନାରେ ପାଣ୍ଡିଆନ୍‌ଙ୍କ ନାଁରେ ଏତଲା, ଆସିଛି ଏହି ସବୁ ଅଭିଯୋଗ

ଆଇନଜୀବୀ ସୁଧିର ଚରଣ ମହାନ୍ତି ଦେଇଛନ୍ତି ଏହି ଏତଲା।

କ୍ୟାପିଟାଲ ଥାନାରେ ପାଣ୍ଡିଆନ୍‌ଙ୍କ ନାଁରେ ଏତଲା, ଆସିଛି ଏହି ସବୁ ଅଭିଯୋଗ

କ୍ୟାପିଟାଲ ଥାନାରେ ଭିକେ ପାଣ୍ଡିଆନ୍‌ଙ୍କ ନାଁରେ ଦିଆଯାଇଛି ଏତଲା। ଆଇନଜୀବୀ ସୁଧିର ଚରଣ ମହାନ୍ତି ଦେଇଛନ୍ତି ଏହି ଏତଲା। ପାଣ୍ଡିଆନଙ୍କ ନାଁରେ ଅର୍ଥ ତୋଷରପାତ ଓ ବିପୁଳ କଳା ଟଙ୍କାକୁ ଧଳା କରିବା ଅଭିଯୋଗ ହୋଇଛି। ସେହିପରି ଖଣି ମାଫିଆଙ୍କ ଠାରୁ ସେ କୋଟି କୋଟି ଟଙ୍କା ଉତ୍କୋଚ ନେଇଥିବା ତଥା ଏକାଧିକ କମ୍ପାନୀକୁ ଅନୁକମ୍ପା ଦେଖାଇବା ଭଳି ଗୁରୁତର ଅଭିଯୋଗ ହୋଇଛି।

ସୁଧିର ଚରଣ ମହାନ୍ତି ଅଭିଯୋଗ କରିଛନ୍ତି ଯେ ହେଲିକପ୍ଟରରେ ଉଡ଼ି ରାଜକୋଷର ବ୍ୟାପକ କ୍ଷତି କରିଛନ୍ତି ପାଣ୍ଡିଆନ। ଏହି ଦୁର୍ନୀତିର ତଦନ୍ତ କରି କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ସେ ଦାବି କରିଛନ୍ତି । ଅନ୍ୟପଟେ ଏହି ପ୍ରସଙ୍ଗରେ ପାଣ୍ଡିଆନଙ୍କ ପକ୍ଷରୁ ପ୍ରତିକ୍ରିୟା ମିଳିପାରିନାହିଁ।