କ୍ୟାପ୍ଟେନ୍ସ ମିଟ୍ରେ ହେଲା ବଡ଼ ନିଷ୍ପତ୍ତି: ଓଭର ହାର ଲାଗି ଅଧିନାୟକଙ୍କୁ…
ନୂଆଦିଲ୍ଲୀ,୨୦ା୩: ଆଇପିଏଲ୍ରେ ଓଭର ହାର ଅପରାଧ ଲାଗି ଅଧିନାୟକଙ୍କୁ ବ୍ୟନ୍ କରାଯିବ ନାହିଁ। ଏହା ବଦଳରେ ଡିମେରିଟ ପଏଣ୍ଟ ଦିଆଯିବ। ଗୁରୁବାର ଅନୁଷ୍ଠିତ କ୍ୟାପ୍ଟେନ୍ସ ମିଟ୍ରେ ଏହି ନିଷ୍ପତ୍ତି ନିଆଯାଇଛି। ୨୦୨୪ ସଂସ୍କରଣରେ ତୃତୀୟ ଓଭର ହାର ଅପରାଧ ଲାଗି ମୁମ୍ବାଇ ଇଣ୍ଡିଆନ୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସର ଅଧିନାୟକ ଯଥାକ୍ରମେ ହାର୍ଦ୍ଦିକ ପାଣ୍ଡ୍ୟା ଓ ରିଷଭ ପନ୍ତଙ୍କୁ ଗୋଟିଏ ମ୍ୟାଚ୍ରୁ ବ୍ୟାନ୍ କରାଯାଇଥିଲା। ଓଭର ହାର ଅପରାଧ ଲାଗି ୨୫ରୁ ୭୫ ପ୍ରତିଶତ ମ୍ୟାଚ ଫି’ କାଟ […] The post କ୍ୟାପ୍ଟେନ୍ସ ମିଟ୍ରେ ହେଲା ବଡ଼ ନିଷ୍ପତ୍ତି: ଓଭର ହାର ଲାଗି ଅଧିନାୟକଙ୍କୁ… appeared first on Dharitri Odia News.
ନୂଆଦିଲ୍ଲୀ,୨୦ା୩: ଆଇପିଏଲ୍ରେ ଓଭର ହାର ଅପରାଧ ଲାଗି ଅଧିନାୟକଙ୍କୁ ବ୍ୟନ୍ କରାଯିବ ନାହିଁ। ଏହା ବଦଳରେ ଡିମେରିଟ ପଏଣ୍ଟ ଦିଆଯିବ। ଗୁରୁବାର ଅନୁଷ୍ଠିତ କ୍ୟାପ୍ଟେନ୍ସ ମିଟ୍ରେ ଏହି ନିଷ୍ପତ୍ତି ନିଆଯାଇଛି।
୨୦୨୪ ସଂସ୍କରଣରେ ତୃତୀୟ ଓଭର ହାର ଅପରାଧ ଲାଗି ମୁମ୍ବାଇ ଇଣ୍ଡିଆନ୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସର ଅଧିନାୟକ ଯଥାକ୍ରମେ ହାର୍ଦ୍ଦିକ ପାଣ୍ଡ୍ୟା ଓ ରିଷଭ ପନ୍ତଙ୍କୁ ଗୋଟିଏ ମ୍ୟାଚ୍ରୁ ବ୍ୟାନ୍ କରାଯାଇଥିଲା।
ଓଭର ହାର ଅପରାଧ ଲାଗି ୨୫ରୁ ୭୫ ପ୍ରତିଶତ ମ୍ୟାଚ ଫି’ କାଟ କରାଯିବା ସହ ଆଗାମୀ ୩ ବର୍ଷ ଲାଗି ଡିମେରିଟ ପଏଣ୍ଟକୁ ହିସାବକୁ ନିଆଯିବ। ଦ୍ୱିତୀୟ ଅପରାଧ ଯଦି ଗୁରୁତର ହୋଇଥାଏ, ତେବେ ଅଧିନାୟକଙ୍କୁ ୪ ଡିମେରିଟ ପଏଣ୍ଟ ଦିଆଯିବ। ଡିମେରିଟ ପଏଣ୍ଟ ସଂଖ୍ୟା ୪ରେ ପହଞ୍ଚିଲେ ମ୍ୟାଚ୍ ରେଫରୀ ଶତ ପ୍ରତିଶତ ମ୍ୟାଚ୍ ଫି’ କାଟ କରିପାରନ୍ତି କିମ୍ବା ଅତିରିକ୍ତ ଡିମେରିଟ ପଏଣ୍ଟ ଦେଇପାରନ୍ତି। ଏହି ଡିମେରିଟ ପଏଣ୍ଟ ଭବିଷ୍ୟତରେ ମ୍ୟାଚ୍ ବ୍ୟାନ୍ରେ ପରିଣତ ହୋଇପାରେ। କିନ୍ତୁ ଧିମା ଓଭର ହାର କ୍ଷେତ୍ରରେ ମ୍ୟାଚ୍ ବ୍ୟାନ୍ କରାଯିବ ନାହିଁ।
The post କ୍ୟାପ୍ଟେନ୍ସ ମିଟ୍ରେ ହେଲା ବଡ଼ ନିଷ୍ପତ୍ତି: ଓଭର ହାର ଲାଗି ଅଧିନାୟକଙ୍କୁ… appeared first on Dharitri Odia News.