ଆଜିଠୁ କଳିଙ୍ଗ ସୁପର କପ୍
ଭୁବନେଶ୍ୱର,୨୦ା୪(ଅନାଦି କର): ଆଇକନିକ୍ କଳିଙ୍ଗ ଷ୍ଟାଡିୟମରେ ରବିବାରଠାରୁ ଆରମ୍ଭ ହେବାକୁଯାଉଛି କଳିଙ୍ଗ ସୁପର କପ୍ ଫୁଟ୍ବଲ ଟୁର୍ନାମେଣ୍ଟ। ଉଦ୍ଘାଟନୀ ମ୍ୟାଚ୍ରେ ଡିଫେଣ୍ଡିଂ ଚାମ୍ପିୟନ ଇଷ୍ଟ ବେଙ୍ଗଲ ଓ କେରଳ ବ୍ଲାଷ୍ଟର୍ସ ମୁହଁାମୁହିଁ ହେବେ। ଏହି ପ୍ରତିଯୋଗିତାରେ ଭାଗନେଉଥିବା ୧୫ଟି ଦଳ ଟ୍ରଫି ଓ ଆଗାମୀ ସିଜନର ଏଏଫ୍ସି ଚାମ୍ପିୟନ୍ସ ଲିଗ୍ ୨ରେ ଉପଲବ୍ଧ ଥିବା ଏକମାତ୍ର ସ୍ଥାନ ଲାଗି ପ୍ରତିଦ୍ୱନ୍ଦ୍ୱିତା କରିବେ। ଘରୋଇ ଦଳ ଓଡ଼ିଶା ଏଫ୍ସି ଗତବର୍ଷ ଫାଇନାଲରେ ଇଷ୍ଟ ବେଙ୍ଗଲ ଏଫ୍ସିଠାରୁ ୩-୨ ଗୋଲରେ […] The post ଆଜିଠୁ କଳିଙ୍ଗ ସୁପର କପ୍ appeared first on Dharitri Odia News.
ଭୁବନେଶ୍ୱର,୨୦ା୪(ଅନାଦି କର): ଆଇକନିକ୍ କଳିଙ୍ଗ ଷ୍ଟାଡିୟମରେ ରବିବାରଠାରୁ ଆରମ୍ଭ ହେବାକୁଯାଉଛି କଳିଙ୍ଗ ସୁପର କପ୍ ଫୁଟ୍ବଲ ଟୁର୍ନାମେଣ୍ଟ। ଉଦ୍ଘାଟନୀ ମ୍ୟାଚ୍ରେ ଡିଫେଣ୍ଡିଂ ଚାମ୍ପିୟନ ଇଷ୍ଟ ବେଙ୍ଗଲ ଓ କେରଳ ବ୍ଲାଷ୍ଟର୍ସ ମୁହଁାମୁହିଁ ହେବେ। ଏହି ପ୍ରତିଯୋଗିତାରେ ଭାଗନେଉଥିବା ୧୫ଟି ଦଳ ଟ୍ରଫି ଓ ଆଗାମୀ ସିଜନର ଏଏଫ୍ସି ଚାମ୍ପିୟନ୍ସ ଲିଗ୍ ୨ରେ ଉପଲବ୍ଧ ଥିବା ଏକମାତ୍ର ସ୍ଥାନ ଲାଗି ପ୍ରତିଦ୍ୱନ୍ଦ୍ୱିତା କରିବେ। ଘରୋଇ ଦଳ ଓଡ଼ିଶା ଏଫ୍ସି ଗତବର୍ଷ ଫାଇନାଲରେ ଇଷ୍ଟ ବେଙ୍ଗଲ ଏଫ୍ସିଠାରୁ ୩-୨ ଗୋଲରେ ପରାସ୍ତ ହୋଇ ରନରଅପ ରହିଥିଲା। ଗତ ସଂସ୍କରଣରେ ଏହି ଟ୍ରଫି ସହ ଜାତୀୟ ଟାଇଟଲ ଲାଗି ଇଷ୍ଟ ବେଙ୍ଗଲର ୧୨ ବର୍ଷର ଅପେକ୍ଷା ଶେଷ ହୋଇଥିଲା। ଏଥର ଦଳ ତା’ର ଟାଇଟଲକୁ ସମାନ ଭେନ୍ୟୁରେ ଡିଫେଣ୍ଡ କରିବାକୁ ଲକ୍ଷ୍ୟ ରଖିଛି। ବେଙ୍ଗଲ ୨୦୦୯-୧୦ ଓ ୨୦୧୦ରେ ଲଗାତର ଫେଡେରେଶନ କପ୍ ଜିତିଥିବାବେଳେ କେରଳ ବ୍ଲାଷ୍ଟର୍ସ ଜାତୀୟସ୍ତରରେ ତା’ର ପ୍ରଥମ ଟ୍ରଫି ଅପେକ୍ଷାରେ ରହିଛି। ଉଭୟ ଦଳ ଇଣ୍ଡିଆନ ସୁପର ଲିଗ୍ରେ ଆଶାନୁଯାୟୀ ପ୍ରଦର୍ଶନ କରି ନ ପାରି ପଏଣ୍ଟ ଟେବୁଲରେ ଯଥାକ୍ରମେ ନବମ ଓ ଅଷ୍ଟମ ସ୍ଥାନରେ ରହିଥିଲେ। ଏହି ମ୍ୟାଚ୍ର ବିଜେତା ମୋହନ ବାଗାନ ସୁପର ଜାଏଣ୍ଟ୍ସକୁ ଭେଟିବ। ଆଇ-ଲିଗ୍ କ୍ଲବ ଚର୍ଚ୍ଚିଲ ବ୍ରଦର୍ସ ଟୁର୍ନାମେଣ୍ଟରୁ ଓହରିଯିବାରୁ ମୋହନ ବାଗାନ ବାଇ ପାଇ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛି। ଏହି କ୍ୱାର୍ଟର ଫାଇନାଲ ମ୍ୟାଚ୍ ଆସନ୍ତା ୨୬ ତାରିଖରେ ଖେଳାଯିବ। ଏପ୍ରିଲ ୨୧ ତାରିଖରେ ୨୦୧୯ ସଂସ୍କରଣର ଚାମ୍ପିୟନ ଏଫ୍ସି ଗୋଆ ଓ ଗୋକୁଳମ କେରଳ ଏଫ୍ସି ପରସ୍ପରକୁ ଭେଟିବେ। ଗତ ଦୁଇ ସଂସ୍କରଣରେ ଗ୍ରୁପ୍ ପର୍ଯ୍ୟାୟ ଅତିକ୍ରମ କରିପାରି ନ ଥିବା ଗୋଆ ଏଥର ଟ୍ରଫି ସହ ୨୦୨୧ ପରେ ଦ୍ୱିତୀୟଥର ପାଇଁ ଏଏଫ୍ସି ଚାମ୍ପିୟନ୍ସ ଲିଗ୍ରେ ଖେଳିବା ଲକ୍ଷ୍ୟରେ ରହିଛି। ସେହିଭଳି ଗୋକୁଳମ କେରଳ ୨୦୨୨ ପରେ ଏଏଫ୍ସି କପ୍ରେ ଖେଳିବା ଉଦ୍ଦ୍ୟେଶ ରଖିଛି। କିନ୍ତୁ ଏହି ଦଳ କଦାପି କଳିଙ୍ଗ ସୁପର କପ୍ରେ ରାଉଣ୍ଡ ଅଫ୍-୧୬ ଅତିକ୍ରମ କରିପାରିନାହିଁ। ଗତ ଦୁଇ ସଂସ୍କରଣରେ ଗୋକୁଳମ ଟୁର୍ନାମେଣ୍ଟରେ ଗୋଟିଏ ବି ମ୍ୟାଚ୍ ନ ଜିତି ଅଭିଯାନ ଶେଷ କରିଥିଲା। ସୋମବାର ପଞ୍ଜାବ ଏଫ୍ସିକୁ ଆୟୋଜକ ଘରୋଇ ଫେଭରାଇଟ ଓଡ଼ିଶା ଏଫ୍ସି ଭେଟିବ। ୨୦୨୩ ସଂସ୍କରଣର ଚାମ୍ପିୟନ ଓ ୨୦୨୪ ସଂସ୍କରଣର ରନରଅପ୍ ଓଡ଼ିଶା ଏଫ୍ସି ଲାଗି ଏହା ଫେଭରାଇଟ ଟୁର୍ନାମେଣ୍ଟ। ୨୦୨୩ରେ ପଦାର୍ପଣ କରିଥିବା ପଞ୍ଜାବ ଏଫ୍ସି ଏପର୍ଯ୍ୟନ୍ତ କଦାପି ଗ୍ରୁପ୍ ପର୍ଯ୍ୟାୟ ଅତିକ୍ରମ କରିପାରିନାହିଁ। ଏଫ୍ସି ଓ ଇଣ୍ଟର କାଶି ଆସନ୍ତା ୨୩ ତାରିଖରେ ପରସ୍ପରକୁ ଭେଟିବେ। ଏହି ଦୁଇ ଦଳ ଗତ ଦୁଇ ସଂସ୍କରଣରେ ତୃତୀୟଥର ପାଇଁ ମୁହଁାମୁହିଁ ହେବାକୁ ଯାଉଛନ୍ତି। ଆଇଏସ୍ଏଲ୍ ଫାଇନାଲରେ ପରାଜିତ ହୋଇଥିବା ବେଙ୍ଗାଲୁରୁ ଏଫ୍ସି ଟୁର୍ନାମେଣ୍ଟକୁ ଦ୍ୱିତୀୟଥର ଜିତିବା ଲକ୍ଷ୍ୟରେ ରହିଛି। ଦଳ ଉଦ୍ଘାଟନୀ ୨୦୧୮ ସଂସ୍କରଣରେ ଚାମ୍ପିୟନ ହୋଇଥିଲା।
The post ଆଜିଠୁ କଳିଙ୍ଗ ସୁପର କପ୍ appeared first on Dharitri Odia News.