ନିଯୁକ୍ତି ପରୀକ୍ଷାକୁ ନେଇ ରାଜ୍ୟ କ୍ୟାବିନେଟ୍ର ବଡ଼ ନିଷ୍ପତ୍ତି: ଅନିୟମିତତା କଲେ ଦୋଷୀଙ୍କୁ ମିଳିବ…
ଭୁବନେଶ୍ୱର,୧୩ା୧୧: ରାଜ୍ୟ ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ କ୍ୟାବିନେଟ୍ ବୈଠକ ବୁଧବାର ଅପରାହ୍ନରେ ଲୋକସେବା ଭବନର ୩ୟ ମହଲା ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଥିଲା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ଏହି କ୍ୟାବିନେଟ୍ ବୈଠକରେ ନିଯୁକ୍ତି ପରୀକ୍ଷା ସଂକ୍ରାନ୍ତରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। କ୍ୟାବିନେଟ୍ ବୈଠକ ପରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ଗଣମାଧ୍ୟମ ପ୍ରତିନିଧିଙ୍କୁ ସୂଚନା ଦେଇ କହିଛନ୍ତି, ସରକାରୀ ଚାକିରି ନିଯୁକ୍ତି ପରୀକ୍ଷାରେ ଅନିୟମିତତା କଲେ ଦୋଷୀଙ୍କୁ ୫ ବର୍ଷ […] The post ନିଯୁକ୍ତି ପରୀକ୍ଷାକୁ ନେଇ ରାଜ୍ୟ କ୍ୟାବିନେଟ୍ର ବଡ଼ ନିଷ୍ପତ୍ତି: ଅନିୟମିତତା କଲେ ଦୋଷୀଙ୍କୁ ମିଳିବ… appeared first on Dharitri Odia News.
ଭୁବନେଶ୍ୱର,୧୩ା୧୧: ରାଜ୍ୟ ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ କ୍ୟାବିନେଟ୍ ବୈଠକ ବୁଧବାର ଅପରାହ୍ନରେ ଲୋକସେବା ଭବନର ୩ୟ ମହଲା ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଥିଲା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ଏହି କ୍ୟାବିନେଟ୍ ବୈଠକରେ ନିଯୁକ୍ତି ପରୀକ୍ଷା ସଂକ୍ରାନ୍ତରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି।
କ୍ୟାବିନେଟ୍ ବୈଠକ ପରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ଗଣମାଧ୍ୟମ ପ୍ରତିନିଧିଙ୍କୁ ସୂଚନା ଦେଇ କହିଛନ୍ତି, ସରକାରୀ ଚାକିରି ନିଯୁକ୍ତି ପରୀକ୍ଷାରେ ଅନିୟମିତତା କଲେ ଦୋଷୀଙ୍କୁ ୫ ବର୍ଷ ଜେଲ୍ ଦଣ୍ଡାଦେଶ ସହ ୧୦ ଲକ୍ଷ ଟଙ୍କା ଜରିମାନା ଦେବାକୁ ପଡ଼ିବ। ପରୀକ୍ଷା କରୁଥିବା ସର୍ଭିସ ପ୍ରୋଭାଇଡରଙ୍କୁ ୧ କୋଟି ଟଙ୍କା ଜରିମାନା ହେବ। ଏହି ନିୟମ OPSC, OSSC, OSSSC ଆଦି ପରୀକ୍ଷା ପାଇଁ ଲାଗୁ ହେବ ବୋଲି ନିଷ୍ପତ୍ତି ନିଆଯାଇଛି।
The post ନିଯୁକ୍ତି ପରୀକ୍ଷାକୁ ନେଇ ରାଜ୍ୟ କ୍ୟାବିନେଟ୍ର ବଡ଼ ନିଷ୍ପତ୍ତି: ଅନିୟମିତତା କଲେ ଦୋଷୀଙ୍କୁ ମିଳିବ… appeared first on Dharitri Odia News.